ETV Bharat / state

ହଜାର ଶଯ୍ୟାକୁ ବୃଦ୍ଧି ପାଇବ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ବେଡ ସଂଖ୍ୟା

author img

By

Published : Jul 7, 2023, 2:28 PM IST

acharya harihar cancer hospital
acharya harihar cancer hospital

ବୃଦ୍ଧି ପାଇବ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ପ୍ରତିଷ୍ଠାନର ବେଡ଼ ସଂଖ୍ୟା। ବର୍ତ୍ତମାନ କର୍କଟ କେନ୍ଦ୍ରରେ ରୋଗୀଙ୍କ ପାଇଁ 500 ବେଡ଼ ରହିଛି। ଆଗକୁ ପୁରୁଣା ଏବଂ ନୂତନ ବିଲ୍ଡିଂରେ ଏକ ହଜାର ବେଡ଼ ପ୍ରସ୍ତୁତ ରଖାଯିବ। ଅଧିକ ପଢନ୍ତୁ

acharya harihar cancer hospital

କଟକ: ରାଜ୍ୟରେ ବୃଦ୍ଧି ହେଉଛି କର୍କଟ ଆକ୍ରାନ୍ତ ସଂଖ୍ୟା । ଏହାକୁ ଦୃଷ୍ଟିରେ ରଖି ବୃଦ୍ଧି ପାଇବ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ପ୍ରତିଷ୍ଠାନର ବେଡ଼ ସଂଖ୍ୟା । 500ରୁ 1000କୁ ବୃଦ୍ଧି ହେବ ବେଡ ସଂଖ୍ୟା । ଦୀର୍ଘ ବର୍ଷ ଧରି ରାଜ୍ୟରେ କର୍କଟ ରୋଗୀ ସଂଖ୍ୟା ବୃଦ୍ଧି ପାଉଥିଲା ବେଳେ ସେମାନଙ୍କ ଚିକିତ୍ସା ପାଇଁ ବେଡ଼ ସଂଖ୍ୟା ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ କମ ରହିଥିଲା । ଏହାକୁ ଦୃଷ୍ଟିରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏପରି ନିଷ୍ପତି ନିଆଯାଇଛି ।

ବର୍ତ୍ତମାନ କର୍କଟ କେନ୍ଦ୍ରରେ ରୋଗୀଙ୍କ ପାଇଁ 500 ବେଡ଼ ରହିଛି । ଆଗକୁ ପୁରୁଣା ଏବଂ ନୂତନ ବିଲ୍ଡିଂରେ ଏକ ହଜାର ବେଡ଼ ପ୍ରସ୍ତୁତ ରଖାଯିବ । ରାଜ୍ୟରୁ ଅଧିକାଂଶ କର୍କଟ ରୋଗୀ ଚିହ୍ନଟ ହେଉଥିବାରୁ ବେଡ଼ ସଂଖ୍ୟା ବୃଦ୍ଧି ପାଇଁ ଆଜି ଜେନେରାଲ ବଡି ମିଟିଂରେ ନିଷ୍ପତ୍ତି ହୋଇଛି । ଏଥିସହ ଡାକ୍ତରଙ୍କ ପଦବୀ ପୂରଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ । କମ ଦିନରେ ବେଡ ସଂଖ୍ୟା କାର୍ଯ୍ୟକ୍ଷମ ହେବା ନେଇ ଚେଷ୍ଟା ଜାରି ରହିଛି ।

ଅନ୍ୟପଟେ ଆଚାର୍ଯ୍ୟ ହରିହର କର୍କଟ ରୋଗ ପ୍ରତିଷ୍ଠାନରେ ଠିକାରେ ଥିବା ନର୍ସିଂ ଷ୍ଟାଫ୍ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଦୀର୍ଘ ଦିନ ଧରି କର୍କଟ ରୋଗ ପ୍ରତିଷ୍ଠାନରେ ୧୯୫ଜଣ ନର୍ସିଂ ଅଫିସର ଠିକାରେ କାମ କରୁଥିଲେ ମଧ୍ୟ ସେମାନଙ୍କୁ ନିୟମିତ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଆନ୍ଦୋଳନରତ କର୍ମଚାରୀମାନେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଠିକା ନର୍ସିଂ ଅଫିସରମାନେ କର୍କଟ ରୋଗ ପ୍ରତିଷ୍ଠାନର ନିର୍ଦ୍ଦେଶକଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେମାନଙ୍କୁ ଦୁର୍ବ୍ୟବହାର କରିଥିବା କର୍ମଚାରୀମାନେ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଗର୍ଭାଶୟ କର୍କଟକୁ ରୋକିବ ଟିକା: ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର

କର୍କଟ ରୋଗ ପ୍ରତିଷ୍ଠାନର ପରିଚାଳନା କମିଟି ବୈଠକରେ ଯୋଗ ଦେଵା ପାଇଁ ଆସିଥିବା ବେଳେ ସ୍ବାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଆନ୍ଦୋଳନରତ କର୍ମଚାରୀମାନେ ସେମାନଙ୍କର ଅଭିଯୋଗ ଜଣାଇଥିଲେ । ଏ ସମ୍ପର୍କରେ ବିଭାଗୀୟ ସଚିବ ଅର୍ଥ ବିଭାଗ ସହ ଆଲୋଚନା କରିଛନ୍ତି ଓ ଖୁବ୍ ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ତେବେ ଆନ୍ଦୋଳନ ଚାଲିଥିବା ବେଳେ ଘଟଣାସ୍ଥଳରେ ମନ୍ତ୍ରୀ ପହଞ୍ଚିବାରୁ କିଛି ସମୟ ପାଇଁ ହସ୍ପିଟାଲ ପରିସରରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.