ETV Bharat / state

ଗର୍ଭାଶୟ କର୍କଟକୁ ରୋକିବ ଟିକା: ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର

author img

By

Published : Mar 11, 2023, 5:56 PM IST

ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ରୋଗ ଚିକିତ୍ସା କେନ୍ଦ୍ରରେ ୧୩ ତମ ବିଶ୍ୱ ଗର୍ଭାଶୟ କର୍କଟ ରୋଗ ଦିବସ ପାଳିତ ହୋଇଯାଇଛି । ଅଧିକ ପଢ଼ନ୍ତୁ

cervical cancer day observed at Acharya Harihar Cancer Center
୧୩ତମ ଅନ୍ତର୍ଜାତୀୟ ଗର୍ଭାଶୟ କର୍କଟ ଦିବସ ପାଳିତ

୧୩ତମ ଅନ୍ତର୍ଜାତୀୟ ଗର୍ଭାଶୟ କର୍କଟ ଦିବସ ପାଳିତ

କଟକ: ଚିନ୍ତା ବଢ଼ାଉଛି ଗର୍ଭାଶୟ କର୍କଟ । ବର୍ତ୍ତମାନ ସମୟରେ ଅନେକ ମହିଳା ଏହି ରୋଗରେ ଶିକାର ହେଉଛନ୍ତି । ଯାହାକୁ ନେଇ ଚିନ୍ତା ବଢିବା ଏକ ସ୍ବଭାବିକ କଥା । ତେବେ ଏହି ରୋଗର ନିରାକରଣ ପାଇଁ ବିଶ୍ୱବ୍ୟାପୀ ଆଜିର ଦିନରେ ଅର୍ଥାତ ମାର୍ଚ୍ଚ ୧୧ ତାରିଖରେ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ଏହି ପରିପ୍ରେକ୍ଷୀରେ କଟକ ସ୍ଥିତ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ରୋଗ ଚିକିତ୍ସା କେନ୍ଦ୍ରର ସ୍ତ୍ରୀ କର୍କଟ ରୋଗ ବିଭାଗ ପକ୍ଷରୁ ୧୩ ତମ ବିଶ୍ୱ ଗର୍ଭାଶୟ କର୍କଟ ରୋଗ ଦିବସ ପାଳିତ ହୋଇଯାଇଛି ।

ଆୟୋଜିତ ସଚେତନତା ଅଭିଯାନ କାର୍ଯ୍ୟକ୍ରମରେ ପ୍ରଫେସର ଡାକ୍ତର ସି ଏନ ପୁରନ୍ଦରେ, ସୁସ୍ମିତା ବାଗଚୀ ପ୍ରମୁଖ ଯୋଗ ଦେଇଥିଲେ । ଗର୍ଭାଶୟ କର୍କଟ ପାଇଁ ଏବେ ଟିକା ଉପଲବ୍ଧ ହେଉଥିବା ବେଳେ ଏହି ଏଚପିଭି ଟୀକା ବ୍ୟବହାର ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହେବା ଆବଶ୍ୟକ । ରାଜ୍ୟର ୯ ବର୍ଷରୁ ୧୪ ବର୍ଷ ପର୍ଯ୍ୟନ୍ତ କିଶୋରୀମାନଙ୍କୁ ମାଗଣାରେ ଟିକା ପ୍ରଦାନ ପାଇଁ ଉଦ୍ୟମ କରାଯାଉଥିବା ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ଚିକିତ୍ସକମାନେ କହିଛନ୍ତି । ରୋଗର ସଫଳ ପରୀକ୍ଷଣ ହିଁ ନିରକାରଣ ଦିଗ ନିର୍ଣ୍ଣୟ କରିବ ବୋଲି ଆଚର୍ଯ୍ୟ ହରିହର ଗାଇନିଙ୍ଗ କ୍ୟାନ୍ସର ଡାକ୍ତର ମତ ଦେଇଛନ୍ତି । ଡାକ୍ତର ଭାଗ୍ୟଲକ୍ଷ୍ମୀ ନାୟକଙ୍କ କହିବା ଅନୁସାରେ, "ଏହି ରୋଗ ବର୍ତ୍ତମାନ ଏକ ବଡ଼ ଜନ ସ୍ୱାସ୍ଥ୍ୟ ସମସ୍ୟା ଭାବରେ ଉଭା ହୋଇଛି । ତେବେ ଏହାର ନିରାକରଣ ପାଇଁ ଟୀକାକରଣ ଓ ପରୀକ୍ଷା ମଧ୍ୟ ରହିଛି ।" ଯେପରି ପ୍ରାରମ୍ଭିକ ସ୍ଥିତିରେ ଏହି ରୋଗର ସଫଳ ପରୀକ୍ଷଣ ହେବ, ତାହା ବେଶ ଆବଶ୍ୟକ ବୋଲି କହିଛନ୍ତି ଡକ୍ଟର ।

ଏହା ବ୍ୟତୀତ ଯଦି 9 ରୁ 14 ବର୍ଷୀୟ କିଶୋରୀମାନେ ଭାରତୀୟ ଟିକା ନେବେ ତେବେ ଆଗମୀ 20 ରୁ 30 ବର୍ଷ ମଧ୍ୟରେ ଗର୍ଭାଶୟ କ୍ୟାନ୍ସର ରୋଗ ସମ୍ପୂର୍ଣ୍ଣ ରୂପେ ମହିଳା ମାନଙ୍କ ଠାରୁ ଦୂରେଇ ଯିବ । ତେବେ ଏହି ରୋଗର କୌଣସି ଲକ୍ଷଣ ନଥାଏ । ଗର୍ଭାଶୟରେ ଏହା ମାଡ଼ିଲା ପରେ ଜଣାପଡିଥାଏ । ତେଣୁ ସଚେତନତା ଦୃଷ୍ଟି କୋଣରୁ ଟୀକାକରଣ ବ୍ୟବସ୍ଥା ଯଦି ସରକାର ମାଗଣାରେ ଉପଲବ୍ଧ କରନ୍ତେ ତେବେ ସମାଜରୁ ଏହି ବ୍ୟାଧି ସର୍ବଦା ଦୁରେଇ ଯାଆନ୍ତା । ତେଣୁ ଏହି ଗର୍ଭାଶୟ କର୍କଟ ରୋଗକୁ ସଚେତନତା ଓ ସଫଳ ଚିକିତ୍ସା ଦ୍ୱାରା ଦୂରେଇ ଦିଆଯାଇପାରିବ ବୋଲି ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ରୋଗ ଚିକିତ୍ସା କେନ୍ଦ୍ରର ଡାକ୍ତରମାନେ ମତ ରଖିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.