ETV Bharat / state

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦମ୍ପତି ମୃତ

author img

By

Published : Jun 10, 2021, 12:49 PM IST

ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଘଟଣା ସ୍ଥଳରେ ଦମ୍ପତି ମୃତ
ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଘଟଣା ସ୍ଥଳରେ ଦମ୍ପତି ମୃତ

ସଡକ ଦୁର୍ଘଟଣା ଘଟି ପତି ପତ୍ନୀଙ୍କ ମୃତ୍ୟୁ । ତିନି ଜଣ ଗୁରୁତରଙ୍କୁ ପ୍ରଥମେ ବୌଦ୍ଧ ଓ ପରେ ଦୁଇ ଜଣଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉଛି । ଅଧିକ ପଢନ୍ତୁ...

ବୌଦ୍ଧ: ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣା ସ୍ଥଳରେ ପତି ପତ୍ନୀଙ୍କ ଦୁଃଖଦ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ତିନି ଜଣ ଗୁରୁତର ଆହତ ହୋଇଥିବା ଚିକିତ୍ସିତ ହେଉଥିବା ନେଇ ସୂଚନା ମିଳିଛି । ସେପଟେ ଜାତୀୟ ରାଜପଥ ପାଲଟିଛି ମରଣ ଯନ୍ତା । ବାରମ୍ବାର ସେହି ପାଖ ଆଖରେ ଦଶରୁ ଊର୍ଦ୍ଧ୍ବ ସଡକ ଦୁର୍ଘଟଣା ଘଟି ସାରିଥିଲେ ମଧ୍ୟ ରାଜପଥ ବିଭାଗର ନିଦ ଭାଙ୍ଗୁ ନାହିଁ ।

ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଘଟଣା ସ୍ଥଳରେ ଦମ୍ପତି ମୃତ

ଫଳରେ ଦୁର୍ଘଟଣା ପରେ ଦୁର୍ଘଟଣା ଘଟିବା ସହ ଧନଜୀବନ କ୍ଷତି ହେବାରେ ଲାଗିଛି । ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ଚାରିଛକ ନିକଟରେ ଥିବା ଚାରି ପାଞ୍ଚଟି ବୁଲାଣିରେ ବାରମ୍ବାର ସଡକ ଦୁର୍ଘଟଣା ଘଟୁଛି । ବୁଧବାର ପୁଣି ଥରେ ଚାରିଛକ ନିକଟରେ ଥିବା ଏକ ଗଛରେ ପିଟି ହୋଇ ଦୁଇ ଜଣ ମୃତ୍ୟୁ ବରଣ କରିଛନ୍ତି ।

ସୂଚନା ମୁତାବକ ଗଞ୍ଜାମ ଜିଲ୍ଲାରୁ ରାଉରକେଲା ଅଭିମୁଖେ ଆସୁଥିବା ଏକ କାର ଜାତୀୟ ରାଜପଥ କଡରେ ଥିବା ଏକ ଗଛରେ ପିଟି ହେବା ଫଳରେ ଘଟଣା ସ୍ଥଳରେ ଦମ୍ପତିଙ୍କ ମୃତ୍ୟୁ ହୋଇଛି । କାରରେ ଥିବା ଅନ୍ୟ ତିନି ଜଣ ଗୁରୁତରଙ୍କୁ ପ୍ରଥମେ ବୌଦ୍ଧ ଓ ପରେ ଦୁଇ ଜଣଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ଜିଲ୍ଲାରେ ବୃଦ୍ଧି ପାଉଥିବା ସଡକ ଦୁର୍ଘଟଣାକୁ ନେଇ ବୁଦ୍ଧିଜୀବୀ ମହଲରେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.