ETV Bharat / state

Driver's Strike: ଆନ୍ଦୋଳନ ବେଳେ ବୌଦ୍ଧରେ ଡ୍ରାଇଭର ଓ ପୋଲିସ ମୁହାଁମୁହିଁ

author img

By

Published : Mar 18, 2023, 9:29 AM IST

ଆନ୍ଦୋଳନ ବେଳେ ବୌଦ୍ଧରେ ଡ୍ରାଇଭର ଓ ପୋଲିସ ମୁହାଁମୁହିଁ
ଆନ୍ଦୋଳନ ବେଳେ ବୌଦ୍ଧରେ ଡ୍ରାଇଭର ଓ ପୋଲିସ ମୁହାଁମୁହିଁ

ଡ୍ରାଇଭର ସଂଘର ଷ୍ଟିୟରିଂ ଛାଡ ଆନ୍ଦୋଳନ ସମୟରେ ବୌଦ୍ଧରେ ଉତ୍ତେଜନା । ମାଲ ବୋଝେଇ ଟ୍ରକ ଅଟକାଇବାକୁ ନେଇ ମୁହାଁମୁହିଁ ହେଲେ ପୋଲିସ ଓ ଆନ୍ଦୋଳନକାରୀ । ଅଧିକ ପଢନ୍ତୁ

ବୌଦ୍ଧ: ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ ଆନ୍ଦୋଳନ ସମୟରେ ବୌଦ୍ଧରେ ପୋଲିସ ଓ ଡ୍ରାଇଭର ମୁହାଁମୁହିଁ ହୋଇଛନ୍ତି । ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା ପରେ ଡ୍ରାଇଭର ସଂଘ ଆନ୍ଦୋଳନ ପ୍ରତ୍ୟାହୃତ ପାଇଁ ନିଷ୍ପତ୍ତି ନେଇଥିଲା । କିନ୍ତୁ ବୌଦ୍ଧ ଜିଲ୍ଲା ଡ୍ରାଇଭର ମହାସଂଘ ଏହି ନିଷ୍ପତ୍ତି ଗ୍ରହଣ ନକରି ଆନ୍ଦୋଳନ ଜାରି ରଖିଥିଲା । ଆନ୍ଦୋଳନକାରୀମାନେ ଚାରିଛକ ଠାରେ ମାଲ ବୋଝେଇ ଟ୍ରକ ଅଟକାଇଥିଲେ । ଏହାକୁ ନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ପୋଲିସ କିଛି ଆନ୍ଦୋଳନକାରୀଙ୍କ ଉଠାଇ ନେବା ପରେ ରାଜରାସ୍ତାରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଡ୍ରାଇଭର । ତେବେ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଏସପିଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ସାମାନ୍ୟ ହୋଇଥିବା ସୂଚନା ମିଳିଛି ।

ତିନି ଦିନ ଧରି ରାଜ୍ୟବ୍ୟାପୀ ଚାଲିଥିବା ଡ୍ରାଇଭରଙ୍କମାନଙ୍କ ଆନ୍ଦୋଳନ ଶୁକ୍ରବାର ସନ୍ଧ୍ୟାରେ ପ୍ରତ୍ୟାହୃତ ହୋଇଛି । ରାଜ୍ୟ ଡ୍ରାଇଭର ମହାସଂଘର ଆହ୍ବାନକ୍ରମେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଜାରି ରହିଥିଲା । ବିଶେଷକରି ଜିଲ୍ଲାର କଣ୍ଟାମାଳ, ଘଣ୍ଟାପଡା, ମନମୁଣ୍ଡା, ବାଉଁଶୁଣୀ, ବୌଦ୍ଧ, ଚାରିଛକ ଓ ମାଧପୁରଠାରେ ଆନ୍ଦୋଳନ କରିଥିଲେ ଡ୍ରାଇଭର । ମାଲ ବୋଝେଇ ଟ୍ରକ ଅଟକାଇବାକୁ ନେଇ ଶୁକ୍ରବାର ଦିନ ତମାମ ବୌଦ୍ଧ ଜିଲ୍ଲାର ଚାରିଛକ ଠାରେ ଡ୍ରାଇଭର ମହାସଂଘର ହାଇଭୋଲଟେଜ ଡ୍ରାମା ଦେଖିବାକୁ ମିଳିଥିଲା ।

ରାଜ୍ୟ ଡ୍ରାଇଭର ମହାସଂଘ ଆନ୍ଦୋଳନ ପ୍ରତ୍ୟାହୃତ ପାଇଁ ନିଷ୍ପତ୍ତି ନେଇଥିଲେ ହେଁ ବୌଦ୍ଧ ଜିଲ୍ଲା ଡ୍ରାଇଭର ମହାସଂଘ ଏହି ନିଷ୍ପତ୍ତି ଗ୍ରହଣ ନକରି ଆନ୍ଦୋଳନ ଜାରି ରଖିଥିଲେ । ଚାରିଛକ ଠାରେ ଡ୍ରାଇଭରମାନେ ମାଲ ବୋଝେଇ ଟ୍ରକ ଅଟକାଇବାକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ବାରମ୍ବାର ଅନୁରୋଧ ପରେ ଡ୍ରାଇଭରମାନେ ଆନ୍ଦୋଳନ ଜାରି ରଖିବାରୁ ଶେଷରେ ବୌଦ୍ଧ ଏସପି ରାଜ ପ୍ରସାଦଙ୍କୁ ହସ୍ତକ୍ଷେପ କରିବାକୁ ପଡିଥିଲା । ଏହାକୁ ଡ୍ରାଇଭର ଓ ପୋଲିସ ମାନଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ପୋଲିସ ଜିଲ୍ଲା ଡ୍ରାଇଭର ମହାସଂଘ ସଭାପତି ବିପିନ ବିହାରୀ ବ୍ରହ୍ମାଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କୁ ଉଠାଇ ନେବାପରେ ଡ୍ରାଇଭରମାନେ ରାଜରାସ୍ତାକୁ ଓହ୍ଲାଇଥିଲେ । ଶେଷରେ ପୋଲିସ ଏସପିଙ୍କ କଠୋର ପଦକ୍ଷେପ ଗ୍ରହଣ ପରେ ପରିସ୍ଥିତି ସାମାନ୍ୟ ହୋଇଥିଲା । ସେହିପରି ବୌଦ୍ଧର ମହାନଦୀ ସେତୁ ଛକ ନିକଟରେ ଚାଲିଥିବା ଡ୍ରାଇଭରଙ୍କ ଆନ୍ଦୋଳନ ମଧ୍ୟ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଏସପି ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ହସ୍ତକ୍ଷେପ ପରେ ପ୍ରତ୍ୟାହୃତ ହୋଇଛି । ସରକାର ତିନି ମାସ ମଧ୍ୟରେ ଡ୍ରାଇଭରମାନଙ୍କ ସ୍ବାର୍ଥକୁ ବିଚାର ନକଲେ ଆଗାମୀ ଦିନରେ ପରିସ୍ଥିତି ଅଣାୟତ୍ତ ହେବ ବୋଲି ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.