ETV Bharat / state

ଇଟିଭି ଭାରତରେ ପ୍ରସାରଣ ପରେ ଅସହାୟ ଶିଶୁକୁ ସାହା ହେଲେ ସବ୍ୟ

author img

By

Published : Oct 18, 2020, 8:28 PM IST

ଇଟିଭି ଭାରତର ପ୍ରଭାବ, ଅସହାୟ ଶିଶୁକୁ ସାହା ହେଲେ ସବ୍ୟ
ଇଟିଭି ଭାରତର ପ୍ରଭାବ, ଅସହାୟ ଶିଶୁକୁ ସାହା ହେଲେ ସବ୍ୟ

ମାତ୍ର ଚାରି ମାସ ବୟସରେ ଅଣ୍ଟାରେ ବଢୁଥିବା ମାଂସ ପିଣ୍ଡୁଳାର ଯନ୍ତ୍ରଣାରେ ଛଟପଟ ହେଉଛି ଶିଶୁ । ତେବେ ଏ ସମ୍ପର୍କରେ ଇଟିଭି ଭାରତରେ ଖବର ପ୍ରସାରଣ ପରେ ଶିଶୁଟିର ଚିକିତ୍ସା ପାଇଁ ସହଯୋଗର ହାତ ବଢାଇଛନ୍ତି ଓଲିଉଡ ଚଳଚ୍ଚିତ୍ର ତାରକା ତଥା ସମାଜସେବୀ ସବ୍ୟସାଚୀ ମିଶ୍ର । ଅଧିକ ପଢନ୍ତୁ...

ବୌଦ୍ଧ: ଜିଲ୍ଲାର ବନ୍ଧାପଥର ଗ୍ରାମରେ ଏକ ୪ ମାସ ଶିଶୁର ଅଣ୍ଟାରେ ବଢୁଥିବା ମାଂସ ପିଣ୍ଡୁଳା ଯୋଗୁଁ ଶିଶୁଟି ନାହିଁ ନଥିବା ଯନ୍ତ୍ରଣାରେ ଛଟପଟ ହେଉଥିଲା । ତେବେ ଏ ସମ୍ପର୍କରେ ଇଟିଭି ଭାରତରେ ଖବର ପ୍ରସାରଣ ପରେ ଶିଶୁଟିର ଚିକିତ୍ସା ପାଇଁ ସହଯୋଗର ହାତ ବଢାଇଛନ୍ତି ଓଲିଉଡ ଚଳଚ୍ଚିତ୍ର ତାରକା ତଥା ସମାଜସେବୀ ସବ୍ୟସାଚୀ ମିଶ୍ର ।

ଇଟିଭି ଭାରତର ପ୍ରଭାବ, ଅସହାୟ ଶିଶୁକୁ ସାହା ହେଲେ ସବ୍ୟ

ସୂଚନା ମୁତାବକ ବୌଦ୍ଧ ଜିଲ୍ଲା ବନ୍ଧାପଥର ଗ୍ରାମର ଏକ ଗରିବ ପରିବାରର ଜନ୍ମିତ 4ମାସର ଶିଶୁର ଅଣ୍ଟା ପାଖରେ ଏକ ମାଂସ ପିଣ୍ଡୁଳା ବୃଦ୍ଧି ପାଉଛି । କିନ୍ତୁ ଏଠାରେ ଅର୍ଥ ବାଧକ ସାଜିଛି । ଶିଶୁର ପିତା ଅତ୍ୟନ୍ତ ଗରିବ ତଥା ଭଲ ଘରଦ୍ବାର ନଥିବାରୁ ମା' ସହିତ ନିଜ ଅଜାଘର ଲୁଣିବାହାଲ ପଞ୍ଚାୟତର କଣ୍ଟିଆପଦରରେ ରହୁଛି ଶିଶୁ । ଅର୍ଥର ଘୋର ଅଭାବ ଯୋଗୁଁ ଏକମାତ୍ର ଶିଶୁଟିର ଚିକିତ୍ସା ପାଇଁ ପରିବାର ଲୋକେ ଅତ୍ୟନ୍ତ ବିକଳ ଭାବରେ ସହାୟତା ଲାଗି ଇଟିଭି ଭାରତ ମାଧ୍ୟମରେ ଅନୁରୋଧ କରିଥିଲେ ।

ଅସହାୟ ଶିଶୁକୁ ସହଯୋଗ କରିବା ସଂପର୍କରେ ସବ୍ୟଙ୍କ ଟ୍ବିଟ୍‌
ଅସହାୟ ଶିଶୁକୁ ସହଯୋଗ କରିବା ସଂପର୍କରେ ସବ୍ୟଙ୍କ ଟ୍ବିଟ୍‌

ତେବେ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବା ନେଇ ଇଟିଭି ଭାରତରେ ଗତ 5 ତାରିଖରେ ଖବର ପ୍ରସାରିତ ହୋଇଥିଲା । ଏହି ଖବର ପ୍ରସାରଣ ପରେ ଶିଶୁଟିର ଚିକିତ୍ସା ପାଇଁ ସହାୟତା ଯୋଗାଇଦେବାକୁ ଆଗେଇ ଆସିଛନ୍ତି ଚଳଚ୍ଚିତ୍ର ତାରକା ତଥା ସମାଜସେବୀ ସବ୍ୟସାଚୀ । ସବ୍ୟସାଚୀ ଏନେଇ ଟ୍ବିଟର ମାଧ୍ୟମରେ ସୂଚନା ଦେଇଛନ୍ତି । ସବ୍ୟସାଚୀଙ୍କ ଠାରୁ ସହାୟତା ସୂଚନା ମିଳିବା ପରେ ଗ୍ରାମବାସୀ ଓ ପରିବାର ଏହାକୁ ସ୍ବାଗତ କରିବା ସହିତ ନିଜର ଖୁସିବ୍ୟକ୍ତ କରିଛନ୍ତି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.