ETV Bharat / state

ଭୂମିହୀନ ଦଳିତ ପରିବାରକୁ ଜମି ପଟ୍ଟା ଦେବାକୁ ଦାବି

author img

By

Published : Jul 8, 2022, 7:51 AM IST

ବୌଦ୍ଧ ଜିଲ୍ଲାର ରାଜସ୍ବ ମଣ୍ଡଳରେ ରହୁଥିବା ଭୂମିହୀନ ଦଳିତ ପରିବାର ନାହିନଥିବା ଅସୁବିଧା ଭୋଗୁଛନ୍ତି । ଦଳିତ ବସ୍ତି ଓ ଗାଁକୁ ସବୁଦିନିଆ ରାସ୍ତାଟିଏ ମଧ୍ୟ ନଥିବାରୁ ପାଣ ଗଣ୍ଡା ସମାଜ ବିକାଶ ପରିଷଦ ତହସିଲ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଅଧିକ ପଢନ୍ତୁ

ଭୂମିହୀନ ଦଳିତ ପରିବାରକୁ ଜମି ପଟ୍ଟା ଦେବାକୁ ଦାବି
ଭୂମିହୀନ ଦଳିତ ପରିବାରକୁ ଜମି ପଟ୍ଟା ଦେବାକୁ ଦାବି

ବୌଦ୍ଧ: ଜିଲ୍ଲାର ବିଭିନ୍ନ ରାଜସ୍ବ ମଣ୍ଡଳରେ ଭୂମିହୀନ ଦଳିତ ପରିବାର ରହିଥିବା ବେଳେ ଦଳିତ ବସ୍ତି ଓ ଗାଁକୁ ସବୁଦିନିଆ ରାସ୍ତା ନାହିଁ । ଏହାର ପ୍ରତିବାଦରେ ଜିଲ୍ଲା ପାଣ ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ତହସିଲ କାର୍ଯ୍ୟାଳୟ ଘେରାଉ ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲାର ତିନୋଟି ତହସିଲ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଅବହେଳିତ ଅବସ୍ଥାରେ ଆଦିବାସୀ ଦଳିତ ବସ୍ତି ଓ ଗ୍ରାମ । ଅନେକ ପରିବାର ନିକଟରେ ଭୂମି ଆଦୌ ନଥିବା ବେଳେ ଅତ୍ୟନ୍ତ ଦୁର୍ଦ୍ଦିନରେ କାଳ କାଟୁଛନ୍ତି ।

ଭୂମିହୀନ ଦଳିତ ପରିବାରକୁ ଜମି ପଟ୍ଟା ଦେବାକୁ ଦାବି

ଏହାର ପ୍ରତିବାଦରେ ବୌଦ୍ଧ ଜିଲ୍ଲାରେ ପର୍ଯ୍ୟାୟ କ୍ରମେ କଣ୍ଟାମାଳ, ହରଭଙ୍ଗା ଓ ଆଜି ବୌଦ୍ଧ ତହସିଲ କାର୍ଯ୍ୟାଳୟ ଘେରାଉ କରାଯିବା ସହିତ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ବୌଦ୍ଧ ସ୍ଥିତ ରଘୁନାଥ ମନ୍ଦିର ଠାରୁ ହଜାର ହଜାର ଦଳିତ ଲୋକଙ୍କୁ ନେଇ ଜିଲ୍ଲା ପାଣ ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ସ୍ଥାନୀୟ ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା ।

ତେବେ ଗତ କିଛି ବର୍ଷ ପୂର୍ବରୁ ବୌଦ୍ଧର ତତ୍କାଳୀନ ତହସିଲଦାର ବ୍ୟାପକ ଚଞ୍ଚକତା କରି ହଜାର ହଜାର ଏକର ସରକାରୀ ଜମିକୁ ବିଭିନ୍ନ ପ୍ରଭାବଶାଳୀ ବ୍ୟକ୍ତି, ଚାକିରିଆ, ରାଜନୈତିକ ବ୍ୟକ୍ତିଙ୍କୁ ବେଆଇନ ଭାବରେ ପ୍ରଦାନ କରିଥିବା ନେଇ ଅଭିଯୋଗ ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.