ETV Bharat / state

ରାତି ପାହିଲେ ନୂଆଁଖାଇ, ଚଳଚଞ୍ଚଳ ଗାଁଠୁ ସହର

author img

By

Published : Aug 31, 2022, 9:10 AM IST

ନୂଆଁଖାଇ ପାଇଁ ଚଳ ଚଞ୍ଚଳ ଗାଁ ଠାରୁ ସହର
ନୂଆଁଖାଇ ପାଇଁ ଚଳ ଚଞ୍ଚଳ ଗାଁ ଠାରୁ ସହର

ନୂଆଁଖାଇ ତିହାର ପାଇଁ ଚଳ ଚଞ୍ଚଳ ବୌଦ୍ଧ ଜିଲ୍ଲା । ଗାଁ ଠାରୁ ସହର ଲୋକଙ୍କ ଘରେ ଲାଗିଲାଣି ବନ୍ଧୁ ବାନ୍ଧବଙ୍କ ଭିଡ଼ । ନୂଆଁଖାଇ ପାଳିବାକୁ ସମସ୍ତେ ଉତ୍ସାହିତ । ଅଧିକ ପଢ଼ନ୍ତୁ

ବୌଦ୍ଧ: ଭାଦ୍ରବ ପଞ୍ଚମୀ ତିଥିରେ ପାଳିତ ହେବ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ତିହାର । ଏଣୁ ବିଭିନ୍ନ ସ୍ଥାନରେ ଦୋକାନ ବଜାରରେ ଲୋକଙ୍କ ପ୍ରବଳ ଭିଡ ଜମୁଛି । ଲୋକମାନଙ୍କ ମଧ୍ୟରେ ଏନେଇ ବେଶ ଉତ୍ସାହ ମଧ୍ୟ ଦେଖାଯାଇଛି ।

ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ତିହାର ପାଇଁ ଗାଁ ଠାରୁ ସହର ଚଳଚଞ୍ଚଳ । ଦୋକାନ ବଜାର ସବୁଠାରେ ଲାଗିଛି ପ୍ରବଳ ଭିଡ । ବୌଦ୍ଧ ଜିଲ୍ଲାର ସଦର ମହକୁମା ସମେତ କଣ୍ଟାମାଳ, ଘଣ୍ଟାପଡା, ପଲସାଗୋରା, ମନମୁଣ୍ଡା, ଦହ୍ୟା, ବାଉଁଶୁଣୀ, ସାହାଜପାଲ, ନାରାୟଣ ନଗର ଆଦି ବଜାରରେ ମଧ୍ୟ ନୂଆ ଧୋତି, ଶାଢୀ, ସରିଆ ଧାନ, ମାଟିର ହାଣ୍ଡି, ଆଟିକା କିଣିବାକୁ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା । ଗୁରୁବାର ନବାନ୍ନ ଉତ୍ସବ ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନେକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

ନୂଆଁଖାଇ ପାଇଁ ଚଳ ଚଞ୍ଚଳ ଗାଁ ଠାରୁ ସହର

ଏହା ମଧ୍ୟ ପଢ଼ନ୍ତୁ...ବଡଖା ତିହାର ନୂଆଁଖାଇ: ଜାଣନ୍ତୁ କ'ଣ ରହିଛି ଏହାର ପରମ୍ପରା ଏବଂ ଇତିହାସ

ତେବେ ମଙ୍ଗଳବାର ଠାରୁ ଗାଁ ଗାଁ ରେ ଉତ୍ସବ ଆରମ୍ଭ ହୋଇଗଲାଣି । ଅଧିକାଂଶ ଲୋକେ ନବାନ୍ନ ପାଇଁ କୁରେଇ ପତ୍ର ସଂଗ୍ରହ କରୁଥିବା ବେଳେ ସରିଆ ଧାନ କେଣ୍ଡା ଆକାରରେ ବଜାରରେ ମିଳୁଥିବା ଦେଖିବାକୁ ମିଳିଛି । ଗାଁ ଠାରୁ ନେଇ ସହର ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ଜିଲ୍ଲା ତଥା ରାଜ୍ୟ ବାହାରେ ରହୁଥିବା ଆତ୍ମୀୟ ଘରକୁ ଫେରୁଥିବା ଲକ୍ଷ୍ୟ କରାଯାଇଛି । ସେଥିପାଇଁ ସମସ୍ତଙ୍କ ଘରେ ବନ୍ଧୁ ବାନ୍ଧବଙ୍କ ଗହଳି ଜମିଲାଣି । ସେହିପରି ମଙ୍ଗଳବାର ଠାରୁ ଘରେ ଘରେ ଲିପାପୋଛା କାର୍ଯ୍ୟ ଆରମ୍ଭ ହୋଇ ସାରିଥିବା ବେଳେ ବିଭିନ୍ନ ଲୁଗା ଦୋକାନରେ ପ୍ରବଳ ଭିଡ ଲାଗି ରହିଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.