ETV Bharat / state

ବୌଦ୍ଧରେ କମୁଛି ସଂକ୍ରମଣ, ବଢୁଛି ମୃତ୍ୟୁହାର

author img

By

Published : May 28, 2021, 8:56 PM IST

ବୌଦ୍ଧ ଜିଲ୍ଲାରେ କମୁଛି ସଂକ୍ରମଣ ହେଲେ ବଢିବାରେ ଲାଗିଛି ମୃତ୍ୟୁହାର । ଅଧିକ ପଢନ୍ତୁ...

ବୌଦ୍ଧରେ କମୁଛି ସଂକ୍ରମଣ , ବଢୁଛି ମୃତ୍ୟୁହାର
ବୌଦ୍ଧରେ କମୁଛି ସଂକ୍ରମଣ , ବଢୁଛି ମୃତ୍ୟୁହାର

ବୌଦ୍ଧ: ଜିଲ୍ଲାରେ କମୁଛି ସଂକ୍ରମଣ, ହେଲେ ବୃଦ୍ଧି ପାଉଛି ମୃତ୍ୟୁର ହାର। ତେବେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଟିଏମସି ସେଣ୍ଟର କାର୍ଯ୍ୟକ୍ଷମ ହୋଇନଥିବାରୁ ସଙ୍ଗରୋଧ ବ୍ୟବସ୍ଥା ଠିକରେ କାର୍ଯ୍ୟକାରୀ ହୋଇନପାରି ସଂକ୍ରମିତ ସବୁଆଡେ ବୁଲାବୁଲି କରୁଥିବା ଅଭିଯୋଗ ହୋଇଛି । ଯାହା ସଂକ୍ରମଣ ଆଶଙ୍କାକୁ ଆହୁରି ବଢାଇଥିବା କହିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ ।

ବୌଦ୍ଧରେ କମୁଛି ସଂକ୍ରମଣ , ବଢୁଛି ମୃତ୍ୟୁହାର

ଜିଲ୍ଲାରେ 3 ଶହ ଉପରେ ରହୁଥିବା ସଂକ୍ରମଣ ହଠାତ କମିଯାଇଛି । ସଂକ୍ରମଣ କମୁଥିଲେ ମଧ୍ୟ ମୃତ୍ୟୁର ହାର ବୃଦ୍ଧି ପାଉଥିବାରୁ ଉଦବେଗ ପ୍ରକାଶ ପାଇଛି । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆଜି ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇ ୧୪୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ସଂକ୍ରମିତଙ୍କ ସଂଖ୍ୟା ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଦୃତ ଗତିରେ ବୃଦ୍ଧି ପାଇବା ସହ ମୃତ୍ୟୁହାର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଜିଲ୍ଲାର ପଲସପାଟ ଭଳି ଛୋଟ ଗ୍ରାମରୁ ଆଜି ସର୍ବାଧିକ 46 ଆକ୍ରାନ୍ତ ଚିହ୍ନଟ ସମସ୍ତଙ୍କୁ ଚିନ୍ତିତ କରିଛି । ତେବେ ଜିଲ୍ଲାର ବିଭିନ୍ନ ଟିଏମସି ସେଣ୍ଟରଗୁଡିକ କାର୍ଯ୍ୟକ୍ଷମ ହୋଇନଥିବାରୁ ସଂକ୍ରମିତ ଗ୍ରାମ ଗୁଡିକରେ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ବୌଦ୍ଧସ୍ଥିତ କୋଭିଡ ସେଣ୍ଟରରେ ପାନୀୟଜଳ ଠାରୁ ଆରମ୍ଭ କରି ବିଭିନ୍ନ ଅବ୍ୟବସ୍ଥା ଲାଗିରହୁଥିବା ଅଭିଯୋଗ ହୋଇଛି । ତୁରନ୍ତ ଏଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.