ETV Bharat / state

ମୌଳିକ ସମସ୍ୟାରେ ଜର୍ଜରିତ କଣ୍ଟାମାଳ ବ୍ଲକର ବିଭିନ୍ନ ପଞ୍ଚାୟତ, ଜନଅସନ୍ତୋଷ ବୃଦ୍ଧି

author img

By

Published : Apr 8, 2022, 12:34 PM IST

ମୌଳିକ ସମସ୍ୟାରେ ଜର୍ଜରିତ କଣ୍ଟାମାଳ ବ୍ଲକର ବିଭିନ୍ନ ପଞ୍ଚାୟତ, ଜନଅସନ୍ତୋଷ ବୃଦ୍ଧି
ମୌଳିକ ସମସ୍ୟାରେ ଜର୍ଜରିତ କଣ୍ଟାମାଳ ବ୍ଲକର ବିଭିନ୍ନ ପଞ୍ଚାୟତ, ଜନଅସନ୍ତୋଷ ବୃଦ୍ଧି

ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକ ଚବିଶ ଗୋଟି ପଞ୍ଚାୟତକୁ ନେଇ ଗଠିତ ହୋଇଥିବା ବେଳେ ସମସ୍ତ ପଞ୍ଚାୟତରେ ଅଧପନ୍ତରିଆ ହୋଇ ପଡିରହିଛି ସରକାରୀ ଯୋଜନା । ଅଧିକ ପଢନ୍ତୁ

ବୌଦ୍ଧ: ତେଲନଦୀ କୂଳରେ ଅବସ୍ଥିତ କଣ୍ଟାମାଳ ବ୍ଲକ ଚବିଶ ଗୋଟି ପଞ୍ଚାୟତକୁ ନେଇ ଗଠିତ ହୋଇଥିବା ବେଳେ ସମସ୍ତ ପଞ୍ଚାୟତରେ ଅଧପନ୍ତରିଆ ହୋଇପଡିରହିଛି ସରକାରୀ ଯୋଜନା । ତୁରନ୍ତ ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ବୁଦ୍ଧିଜୀବୀ ।

ମୌଳିକ ସମସ୍ୟାରେ ଜର୍ଜରିତ କଣ୍ଟାମାଳ ବ୍ଲକର ବିଭିନ୍ନ ପଞ୍ଚାୟତ, ଜନଅସନ୍ତୋଷ ବୃଦ୍ଧି

ସୂଚନାଅନୁସାରେ, ଖୁଣ୍ଟିଗୋରା ଠାରୁ ମନମୁଣ୍ଡା ପଞ୍ଚାୟତ ପର୍ଯ୍ୟନ୍ତ ତେଲନଦୀ କୂଳରେ ଅନେକ ପଞ୍ଚାୟତ ରହିଛି । କିନ୍ତୁ ତେଲନଦୀ କୂଳରେ ଥାଇ ମଧ୍ୟ ଅନେକ ପଞ୍ଚାୟତରେ ପାନୀୟଜଳ ସଙ୍କଟ ଲାଗି ରହୁଛି । ଏହାର ପ୍ରତିବାଦରେ ବାରମ୍ବାର ଲୋକେ ରାଜରାସ୍ତାକୁ ଓହ୍ଲାଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଏହାଛଡା କଣ୍ଟାମାଳ ବ୍ଲକର ଅନେକ ଅଞ୍ଚଳକୁ ଯୋଗାଯୋଗର ବିଛିନ୍ନତା ହେତୁ ବିକାଶ ମୂଳକ ଯୋଜନା ଠିକରେ ପହଞ୍ଚି ପାରୁ ନଥିବା ଅଭିଯୋଗ ହୋଇଛି । ସେପଟେ ତେଲନଦୀ ଉପରେ ନିର୍ମାଣ ହେଉଛି ଏକାଧିକ ସେତୁ ।

ତେବେ କଣ୍ଟାମାଳର ଟିକରାପଡା ଠାରୁ ତରଭାକୁ ସଂଯୋଗ ପାଇଁ ଏକ ସେତୁ ଦୀର୍ଘ ବର୍ଷ ହେଲା ନିର୍ମାଣ ସରିଥିଲେ ମଧ୍ୟ ଆପ୍ରୋଚ ରାସ୍ତା ସମସ୍ୟା ଯୋଗୁଁ ତାହା କାର୍ଯ୍ୟ କ୍ଷମ ହୋଇ ପାରୁନାହିଁ । କେବଳ କଣ୍ଟାମାଳ ଅଞ୍ଚଳର ଦୁଇଟି ସ୍ଥାନରେ ଜମି ସମସ୍ୟା ରହିଥିବା ବେଳେ ଏହାର ସମସ୍ୟା ଦୀର୍ଘ ଦିନ ହେଲା ସମାଧାନ ହୋଇପାରୁ ନାହିଁ । ସ୍ଥାନୀୟ ବୁଦ୍ଧିଜୀବୀ ଏନେଇ ଗଭୀର ଅସନ୍ତୋଷ ପ୍ରକାଶ କରିବା ସହିତ ତୁରନ୍ତ ଏଦିଗରେ ଜିଲ୍ଲା ପ୍ରଶାସନ ଓ ସରକାର ପଦକ୍ଷେପ ଗ୍ରହଣ ପାଇଁ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.