ETV Bharat / state

Millet Mission: ମାଣ୍ଡିଆ ଖାଦ୍ୟ ପ୍ରତିଯୋଗିତାରେ ସୁସ୍ବାଦୁ ଖାଦ୍ୟ ପ୍ରସ୍ତୁତ କଲେ ମହିଳା ଗୋଷ୍ଠୀ

author img

By ETV Bharat Odisha Team

Published : Oct 11, 2023, 10:18 AM IST

Updated : Oct 11, 2023, 3:08 PM IST

ବଢୁଛି ପାରମ୍ପରିକ ଖାଦ୍ୟ ମାଣ୍ଡିଆର ଚାହିଦା । ରାଜ୍ୟ ସରକାର ଏହି ପାରମ୍ପରିକ ଖାଦ୍ୟକୁ ମିଲେଟ ମିଶନ ମାଧ୍ୟମରେ ଅଧିକ କ୍ରିୟାଶୀଳ କରିବା ସହିତ ଏଥିରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କୁ ଆର୍ଥିକ ସ୍ବାବଲମ୍ବୀ ପାଇଁ ପ୍ରଚେଷ୍ଟା କରୁଛନ୍ତି । ଅଧିକ ପଢ଼ନ୍ତୁ

ବୌଦ୍ଧରେ ମାଣ୍ଡିଆ ଖାଦ୍ୟ ପ୍ରତିଯୋଗିତା
ବୌଦ୍ଧରେ ମାଣ୍ଡିଆ ଖାଦ୍ୟ ପ୍ରତିଯୋଗିତା

Millet Mission: ମାଣ୍ଡିଆ ଖାଦ୍ୟ ପ୍ରତିଯୋଗିତାରେ ସୁସ୍ବାଦୁ ଖାଦ୍ୟ ପ୍ରସ୍ତୁତ କଲେ ମହିଳା ଗୋଷ୍ଠୀ

ବୌଦ୍ଧ: ବଢୁଛି ପାରମ୍ପରିକ ଖାଦ୍ୟ ମାଣ୍ଡିଆର ଚାହିଦା । ରାଜ୍ୟ ସରକାର ଏହି ପାରମ୍ପରିକ ଖାଦ୍ୟକୁ ମିଲେଟ୍‌ ମିଶନ ମାଧ୍ୟମରେ ଅଧିକ କ୍ରିୟାଶୀଳ କରିବା ସହିତ ଏଥିରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କୁ ଆର୍ଥିକ ସ୍ବାବଲମ୍ବୀ ପାଇଁ ପ୍ରଚେଷ୍ଟା କରୁଛନ୍ତି । ତେବେ ବୌଦ୍ଧ ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ଠାରେ ପ୍ରଥମଥର ପାଇଁ ଏହି ମାଣ୍ଡିଆରୁ ପ୍ରସ୍ତୁତ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତି ଓ ଏନେଇ ଏକ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଯେଉଁଥିରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ମାଣ୍ଡିଆରେ ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରି ଅତିଥିମାନଙ୍କୁ ପରସିଥିଲେ ।

ଏହାମଧ୍ୟ ପଢନ୍ତୁ..ମିଲେଟର ପ୍ରଚାର ପ୍ରସାର ପାଇଁ ନଭେମ୍ବର ୧୦ରେ ଅନ୍ତର୍ଜାତୀୟ ସମ୍ମିଳନୀ: କୃଷି ସଚିବ

ପାରମ୍ପରିକ ଖାଦ୍ୟରେ ମାଣ୍ଡିଆର ଏକ ସ୍ଵତନ୍ତ୍ର ଚାହିଦା ରହିଆସିଛି । କିନ୍ତୁ ଆଧୁନିକତାର ଚାକଚକ୍ୟ ମଧ୍ୟରେ ତଥା ପରିବର୍ତ୍ତିତ ସମୟରେ ଏଭଳି ଅନେକ ପାରମ୍ପରିକ ଖାଦ୍ୟର ସ୍ଥାନ ଜଙ୍କ୍‌ ଫୁଡ୍ ନେବାକୁ ବସିଛି । ତେବେ ବର୍ତ୍ତମାନ ରାଜ୍ୟ ସରକାର ଏହି ମାଣ୍ଡିଆକୁ ଅଧିକ ପ୍ରଚାର ପ୍ରସାର ପାଇଁ ମିଲେଟ ମିଶନର ପରିକଳ୍ପନା କରିବା ସହିତ ଏହାରି ମାଧ୍ୟମରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ଅଧିକ ଆର୍ଥିକ ସ୍ବାବଲମ୍ବୀ ପାଇଁ ପ୍ରଚେଷ୍ଟା କରୁଛନ୍ତି । ତେବେ ମଙ୍ଗଳବାର ଦିନ ଏନେଇ ଜିଲ୍ଲା ସ୍ତରୀୟ ମିଲେଟ୍‌ ଖାଦ୍ୟ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା ।

ଯେଉଁଥିରେ ମାଣ୍ଡିଆରୁ ପ୍ରସ୍ତୁତ ସିଝା ମଣ୍ଡା, କେକ୍‌, ବରା, କାକରା, ପିଠା, ଆଡ଼ିଶା, ପାଚଲ, ଚଲ୍ହା, କସଉ ଭଳି ଅନେକ ଲୁପ୍ତପ୍ରାୟ ପାରମ୍ପରିକ ଖାଦ୍ୟ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନେ ପ୍ରସ୍ତୁତ କରି ଅତିଥିଙ୍କୁ ପରସିଥିଲେ । ଯାହାକୁ ଅତିଥିମାନେ ଖୁବ ପ୍ରଶଂସା କରିଥିଲେ । 3ଟି ବ୍ଲକର ତିନୋଟି ମହିଳା ଗୋଷ୍ଠୀ ଏଥିରେ ଅଂଶ ଗ୍ରହଣ କରିଥିବା ବେଳେ ଜଣେ ମହିଳା ଏଥିରେ ଶ୍ରେଷ୍ଠ ବିବେଚିତ ହୋଇ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ ବୋଲି ସୂଚନା ମିଳିଛି ।

ଏହାମଧ୍ୟ ପଢନ୍ତୁ.. ମାଣ୍ଡିଆରୁ ପ୍ରସ୍ତୁତ ୩୦୦ ପ୍ରକାର ଖାଦ୍ୟ, ଦେଖିଲେ ପାଟିକୁ ପାଣି ଆସିଯିବ

ତେବେ ଓଡ଼ିଶାର ଅନେକ ପାରମ୍ପରିକ ଖାଦ୍ୟ ମେନ୍ୟୁରୁ ଗାୟବ ହେବାକୁ ବସିଛି । ଜହ୍ନା, ଅଟକାଳି, ପିଠଲି, ଗୁଡ଼, ଆଡିଶା, ଲେଥା, ମାଣ୍ଡିଆ ଯାଉ ଭଳି ଅନେକ ଲୁପ୍ତପ୍ରାୟ ଖାଦ୍ୟ ପରମ୍ପରା ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ତ୍ତମାନ ସୁଦ୍ଧା ଖାଦ୍ୟ ଆକାରରେ ବ୍ୟବହାର କରାଯାଉଥିବା ବେଳେ ଧୀରେଧୀରେ ଏହାର ବ୍ୟବହାର କମି ଯାଉଛି । ଏଭଳି ଏକ ପାରମ୍ପରିକ ଖାଦ୍ୟ ମାଣ୍ଡିଆର ବହୁଳ ବ୍ୟବହାର ତଥା ଏହାର ଉତ୍ପାଦନ ପାଇଁ ଓଡ଼ିଶା ସରକାରଙ୍କ ମାଣ୍ଡିଆ ମିଶନ ପରେ ପୁଣି ଏହାର ଚାହିଦା ବୃଦ୍ଧି ପାଉଥିବା ଦେଖାଯାଉଛି ।

ଇଟିଭି ଭାରତ, ବୌଦ୍ଧ

Last Updated :Oct 11, 2023, 3:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.