ETV Bharat / state

ଘନ କୁହୁଡି ଚାଦର ତଳେ ବୌଦ୍ଧ, ସାଧାରଣ ଜୀବନ ପ୍ରଭାବିତ

author img

By ETV Bharat Odisha Team

Published : Dec 24, 2023, 1:04 PM IST

dense fog in boudh
dense fog in boudh

Dense Fog in boudh: ବୌଦ୍ଧରେ ଶୀତର ପ୍ରକୋପ କମିବା ସହ ଘନ କୁହୁଡି ଦୃଶ୍ୟମାନ ହୋଇଛି । ଆଭ୍ୟନ୍ତରୀଣ ଅଞ୍ଚଳରେ ଦିନ ୧୦ଟା ପର୍ଯ୍ୟନ୍ତ ଘନ କୁହୁଡ଼ି ଆଚ୍ଛାଦିତ କରି ରଖିଥିବାରୁ ସାଧାରଣ ଜୀବନ ପ୍ରଭାବିତ ହୋଇଛି । ଅଧିକ ପଢନ୍ତୁ

dense fog in boudh

ବୌଦ୍ଧ: କମୁଛି ଶୀତ ବଢୁଛି ରାତ୍ରି ତାପମାତ୍ରା । ଗତ କିଛି ଦିନ ଧରି ରାଜ୍ୟରେ ଲାଗି ରହିଥିବା ଶୀତର ପ୍ରକୋପ କମୁଛି । ଲଗାତର ଏକ ସପ୍ତାହ ଧରି ରାଜ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଥଣ୍ଡା ଶୁଷ୍କ ପବନ ଧିରେ ଧିରେ ଦୁର୍ବଳ ହେଉଛି । ଏହାର ପ୍ରଭାବରେ ରାଜ୍ୟରେ ଶୀତର ପ୍ରକୋପ କମିବା ସହ ଘନ କୁହୁଡି ଦୃଶ୍ୟମାନ ହୋଇଛି । ସେହିପରି ବୌଦ୍ଧ ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳରେ ଦିନ ୧୦ଟା ପର୍ଯ୍ୟନ୍ତ ଘନ କୁହୁଡ଼ି ଆଚ୍ଛାଦିତ କରି ରଖିଥିବାରୁ ସାଧାରଣ ଜୀବନ ପ୍ରଭାବିତ ହୋଇଛି ।

ଆଜି ରବିବାର ଥିବା ସତ୍ତ୍ବେ ଘନ କୁହୁଡି ଯୋଗୁଁ ସକାଳ ୧୦ଟା ପର୍ଯ୍ୟନ୍ତ ରାସ୍ତାଘାଟ ଖାଲି ରହିଥିଲା । ବିଭିନ୍ନ ସ୍ଥାନରେ ଶୀତରୁ ରକ୍ଷା ପାଇବାକୁ ସାଧାରଣ ଲୋକେ ନିଆଁ ପୋଇଁ ବସିଥିଲେ । ଆଜି ଚଳିତ ବର୍ଷର ସର୍ବାଧିକ କୁହୁଡି ଆଚ୍ଛାଦିତ ହୋଇଥିବା ବେଳେ ସକାଳୁ କାକର ବୁନ୍ଦା ଯୋଗୁଁ ବର୍ଷା ଋତୁର ଭ୍ରମ ସୃଷ୍ଟି ହୋଇଥିଲା । ବିଶେଷ ଭାବରେ ବୌଦ୍ଧ ଜିଲ୍ଲାର ଆଭ୍ୟନ୍ତରୀଣ ଗୁନ୍ଦୁଳିଆ, ଶଗଡ଼ା, ଲମ୍ବସରୀ, ବରଗାଁ, ନାରାୟଣ ପ୍ରସାଦ, ଆମ୍ବଝରୀ, ଟିକରପଡା, କୁଶଙ୍ଗ, ମହାଲିକପଡା, ତଳଗାଁ, ଆଢେଣୀଗଡ ଭଳି ପଞ୍ଚାୟତର ଉପାନ୍ତ ଅଞ୍ଚଳରେ ଘନ କୁହୁଡି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି ।

ଏହା ମଧ୍ୟ ପଢନ୍ତୁ- ପାଣିପାଗ ଖବର: ରାଜ୍ୟରେ କମିବ ଶୀତ, ବଢ଼ିବ କୁହୁଡ଼ି

ଏହା ମଧ୍ୟ ପଢନ୍ତୁ- ପ୍ରବଳ ଶୀତରେ ଥରହର ଓଡ଼ିଶା, ଘନ କୁହୁଡ଼ି ପାଇଁ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ପ୍ରକାଶ ଥାଉକି, ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ରାତ୍ରି ତାପମାତ୍ରାରେ ୨ ରୁ ୩ ଡିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଏଥିରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ରାଜ୍ୟ ମଧ୍ୟକୁ ଉତ୍ତର ତଥା ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଥଣ୍ଡା ବାୟୁ ପ୍ରବାହ ଦୁର୍ବଳ ଓ ପୂର୍ବଳୀ ଜଳୀୟବାଷ୍ପ ପୂର୍ଣ୍ଣ ପ୍ରବାହରେ ବୃଦ୍ଧି ଓ ଆକାଶ ନିର୍ମଳ ହେତୁ ରାଜ୍ୟର କିଛି ଜିଲ୍ଲାରେ ଘନ କୁହୁଡି ଦୃଶ୍ୟମାନ ହୋଇଛି । ଦୃଶ୍ୟମାନ ଦୂରତା ୨୦୦ ମିଟରରୁ କମ୍ ରହିବାର ସମ୍ଭାବନା ଥିବାରୁ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.