ETV Bharat / state

ଆନନ୍ଦ ଉଲ୍ଲାସର ସହିତ ବୌଦ୍ଧରେ ପାଳିତ ହେଲା ବଡଦିନ

author img

By

Published : Dec 25, 2022, 9:34 PM IST

Updated : Dec 25, 2022, 10:18 PM IST

Christmas celebrated in Boudh
ବୌଦ୍ଧରେ ପାଳିତ ହେଲା ବଡଦିନ

ଜିଲ୍ଲା ସଦର ମହକୁମାର ଦୁଇଟି ଚର୍ଚ୍ଚରେ ଖ୍ରୀଷ୍ଟ ଧର୍ମାବଲମ୍ବୀ ଆନନ୍ଦ ଉଲ୍ଲାସର ସହିତ ପାଳନ କଲେ ବଡ଼ଦିନ । ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଧରାବତରଣ ପାଇଁ ଆଜି ଚଳଚଞ୍ଚଳ ହୋଇ ଉଠିଥିଲା ଚର୍ଚ୍ଚ ପରିସର । ଅଧିକ ପଢ଼ନ୍ତୁ

ବୌଦ୍ଧରେ ପାଳିତ ହେଲା ବଡଦିନ

ବୌଦ୍ଧ : ବଡ଼ଦିନ ପାଇଁ ଝୁମୁଛି ବୌଦ୍ଧ ଜିଲ୍ଲା (Christmas celebrated in Boudh) । ବିଭିନ୍ନ ଚର୍ଚ୍ଚରେ ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ଏକତ୍ରିତ ହେବା ସହିତ ଆନନ୍ଦ ଉଲ୍ଲାସର ସହିତ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମୋତ୍ସବକୁ ପାଳନ କରିଛନ୍ତି । ଏହି କ୍ରମରେ ଜିଲ୍ଲା ସଦର ମହକୁମାଠାରେ ଥିବା ବାପ୍ଟିଷ୍ଟ ଚର୍ଚ୍ଚ ଓ କ୍ୟାଥଲିକ ଚର୍ଚ୍ଚରେ ପୃଥକ ଭାବରେ ବଡଦିନକୁ ପାଳନ କରାଯାଇଛି । ଏଥିପାଇଁ ଦୁଇଟି ଚର୍ଚ୍ଚରେ ସ୍ବତନ୍ତ୍ର ମଣ୍ଡପ ପ୍ରସ୍ତୁତ କରାଯାଇଥିଲା ।

ଏଠାରେ ଶ୍ରଦ୍ଧାଳୁମାନେ ପ୍ରାର୍ଥନା କରିବାସହ ଓ ବାଇବେଲ ପଢ଼ିଥିଲେ । ଏହାସହ ନାଚଗୀତ କରିଥିଲେ । ଏହି ଅବସରରେ ପିଠାପଣା ଓ କେକ୍‌ର ଆୟୋଜନ ମଧ୍ୟ କରାଯାଇଥିଲା । ଖ୍ରୀଷ୍ଟମାସ ବୃକ୍ଷ ସହିତ ରଙ୍ଗୀନ ଆଲୋକମାଳାରେ ଚର୍ଚ୍ଚ ପରିସର ଝଲସି ଉଠିଥିଲା । ଦୁଇ ବର୍ଷ କୋରୋନା କଟକଣା ଯୋଗୁଁ ବଡ଼ଦିନ ପାଳନ ଫିକା ପଡିଥିଲା । ହେଲେ ଚଳିତ ବର୍ଷ ଆନନ୍ଦ ଉଲ୍ଲାସର ସହିତ ବଡ଼ଦିନ ଉତ୍ସବକୁ ପାଳନ କରାଯାଇଛି ।

ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର । ଏଠାରେ ରାତି ପାହିଲେ ଏକା ସାଙ୍ଗରେ ପୂଜା ପାଆନ୍ତି ରାମ, ଯୀଶୁ, ଆହ୍ଲା । ଆଉ ପ୍ରତିଟି ଧର୍ମର ପର୍ବପର୍ବାଣୀକୁ ଏକାଠି ପାଳନ କରିଥାନ୍ତି ସବୁଧର୍ମର ଲୋକେ । କେବଳ ଖ୍ରୀଷ୍ଟ ଧର୍ମାବଲମ୍ବୀ ନୁହଁନ୍ତି ବରଂ ସବୁ ଧର୍ମର ଲୋକେ ଚର୍ଚ୍ଚକୁ ଯାଇ ଖୁସି ମନାଇଥାନ୍ତି । ଖ୍ରୀଷ୍ଟମାସ ଅବସରରେ ରାଜ୍ୟର ସବୁ ସହରରେ ଥିବା ସମସ୍ତ ଚର୍ଚ୍ଚ ଗୁଡିକୁ ଆଲୋକ ମାଳାରେ ସୁସଜ୍ଜିତ କରାଯାଇଛି । ଗତକାଲି (ଶନିବାର) ମଧ୍ୟରାତ୍ରରେ ଚର୍ଚ୍ଚ ଗୁଡିକରେ ଧରାବତରଣ କରିଥିଲେ ପ୍ରଭୁ ଯୀଶୁଖ୍ରୀଷ୍ଟ । ଯୀଶୁଙ୍କ ପଦାର୍ପଣରେ ଖେଳିଯାଇଥିଲା ଖୁସିରେ ମାହୋଲ । ପରସ୍ପରକୁ ଆଲିଙ୍ଗନ କରି ମେରି ଖ୍ରୀଷ୍ଟମାସ ଶୁଭେଚ୍ଛା ଜଣାଇଥିଲେ ଖ୍ରୀଷ୍ଟ ଧର୍ମାବଲମ୍ବୀ।

କେବଳ ଚର୍ଚ୍ଚ ନୁହେଁ ଘରେଘରେ ମଧ୍ୟ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ବଡଦିନ ପାଇଁ ବୌଦ୍ଧ ଜିଲ୍ଲାରେ ଥିବା ବିଭିନ୍ନ ଚର୍ଚ୍ଚ ଗୁଡିକରେ ସକାଳୁ ସକାଳୁ ସମସ୍ତେ ଏକାଠି ହୋଇ ଏହି ପବିତ୍ର ଦିନକୁ ଧୁମଧାମରେ ପାଳନ କରିଥିଲେ । ଏହାସହ ଛୋଟ ଛୁଆଙ୍କଠୁ ନେଇ ବଡ଼ ଲୋକେ ସମୂହ ପ୍ରାର୍ଥନା କରିଥିଲେ । ଏହି ବଡଦିନ ପର୍ବରେ କେବଳ ଖ୍ରୀଷ୍ଟିୟାନ ଧର୍ମାବଲମ୍ବୀ ନୁହନ୍ତି ଅନ୍ୟାନ୍ୟ ସମ୍ପ୍ରଦାୟ ଲୋକ ମଧ୍ୟ ସାମିଲ ହୋଇଛନ୍ତି । ସମସ୍ତ ଶ୍ରଦ୍ଧାଳୁ ଏକାଠି ହୋଇ କ୍ୟାରୋଲ ଗାନ କରିଛନ୍ତି । ଏହାସହ ପରସ୍ପରକୁ ପବିତ୍ର ଖ୍ରୀଷ୍ଟମାସର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

ଇଟିଭି ଭାରତ, ବୌଦ୍ଧ

Last Updated :Dec 25, 2022, 10:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.