ETV Bharat / state

ଚିଲିକା ବିଧାୟକଙ୍କ ଅମାନବୀୟ କାଣ୍ଡ ପ୍ରସଙ୍ଗ: ବୌଦ୍ଧ ବିଜେପି ପକ୍ଷରୁ ନିନ୍ଦା

author img

By

Published : Mar 14, 2022, 6:46 PM IST

ଚିଲିକା ବିଧାୟକଙ୍କ ଅମାନବୀୟ କାଣ୍ଡ ପ୍ରସଙ୍ଗ : ବୌଦ୍ଧ ବିଜେପି ପକ୍ଷରୁ ନିନ୍ଦା
ଚିଲିକା ବିଧାୟକଙ୍କ ଅମାନବୀୟ କାଣ୍ଡ ପ୍ରସଙ୍ଗ : ବୌଦ୍ଧ ବିଜେପି ପକ୍ଷରୁ ନିନ୍ଦା

ଚିଲିକା ବିଧାୟକଙ୍କ ଦବଙ୍ଗଗିରି ତଥା ଅମାନବୀୟ କାର୍ଯ୍ୟକୁ ଜିଲ୍ଲା ବିଜେପି ପକ୍ଷରୁ ତୀବ୍ର ନିନ୍ଦା କରାଯାଇ ଦୁଇ ଘଣ୍ଟା ଧରି ମୁହଁରେ କଳାପଟି ବାନ୍ଧି ଶାନ୍ତି ପୂର୍ଣ୍ଣ ଧାରଣା ଦିଆଯାଇଥିଲା । ଅଧିକ ପଢନ୍ତୁ

ବୌଦ୍ଧ: ଚିଲିକା ବିଧାୟକଙ୍କ ଦବଙ୍ଗଗିରି ତଥା ଅମାନବୀୟ କାର୍ଯ୍ୟକୁ ଜିଲ୍ଲା ବିଜେପି ପକ୍ଷରୁ ତୀବ୍ର ନିନ୍ଦା କରାଯାଇ ଦୁଇ ଘଣ୍ଟା ଧରି ମୁହଁରେ କଳାପଟି ବାନ୍ଧି ଶାନ୍ତି ପୂର୍ଣ୍ଣ ଧାରଣା ଦିଆଯାଇଥିଲା । ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଦବଙ୍ଗଗିରିକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ବୌଦ୍ଧ ଜିଲ୍ଲା ବିଜେପି ପକ୍ଷରୁ ଏଭଳି ଅମାନବୀୟ କାର୍ଯ୍ୟର ତୀବ୍ର ନିନ୍ଦା କରାଯାଇ ଗାନ୍ଧୀ ଫଟୋଚିତ୍ର ତଳେ ଦୁଇ ଘଣ୍ଟା ଧରି ବିରୋଧ ପ୍ରଦର୍ଶନ କରାଯାଇଥିଲା । ଜିଲ୍ଲା ସଭାପତିଙ୍କ ସମେତ ଦଳର ନେତା ଓ କର୍ମୀ ଶାନ୍ତିପୂର୍ଣ୍ଣ ଭାବରେ ବିଜେଡି ବିଧାୟକଙ୍କ ଏଭଳି ଅମାନୁଷିକ କାର୍ଯ୍ୟକୁ ବିରୋଧ କରି ଧାରଣା ଦେଇଥିଲେ। ବିଧାୟକ ପ୍ରଶାନ୍ତଙ୍କୁ ବିଜେଡି ଦଳରୁ ବହିଷ୍କାର ସହିତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜିଲ୍ଲା ବିଜେପି ଦାବି କରିଛି ।

ଚିଲିକା ବିଧାୟକଙ୍କ ଅମାନବୀୟ କାଣ୍ଡ ପ୍ରସଙ୍ଗ : ବୌଦ୍ଧ ବିଜେପି ପକ୍ଷରୁ ନିନ୍ଦା

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.