ETV Bharat / state

ବୌଦ୍ଧରେ ଉଦବେଗ ଜନକ ସ୍ଥିତିରେ ଶିଶୁ ଶ୍ରମିକ ପ୍ରଥା

author img

By

Published : Feb 19, 2021, 10:56 PM IST

ଜିଲ୍ଲାରେ ଉଦବେଗ ଜନକ ସ୍ଥିତିରେ ଶିଶୁ ଶ୍ରମିକ ପ୍ରଥା । ଜିଲ୍ଲାର ବିଭିନ୍ନ ବିପଦ ଶଙ୍କୁଳ ସ୍ଥାନରେ ପନ୍ଦର ବର୍ଷରୁ କମ ଶିଶୁ ଙ୍କୁ କାର୍ଯ୍ୟ ରେ ନିୟୋଜିତ କରାଯାଉଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ବୌଦ୍ଧ ଜିଲ୍ଲାରେ ଉଦବେଗ ଜନକ ସ୍ଥିତିରେ ଶିଶୁ ଶ୍ରମିକ ପ୍ରଥା
ବୌଦ୍ଧ ଜିଲ୍ଲାରେ ଉଦବେଗ ଜନକ ସ୍ଥିତିରେ ଶିଶୁ ଶ୍ରମିକ ପ୍ରଥା

ବୌଦ୍ଧ : ଉଦବେଗ ଜନକ ସ୍ଥିତିରେ ଶିଶୁ ଶ୍ରମିକ ପ୍ରଥା । ଶିଶୁ ଶ୍ରମିକ ବିରୋଧରେ କଡା ଆଇନ ରହିଥିଲେ ମଧ୍ୟ ଅନେକ ସ୍ଥାନରେ ଏହାର ଖୋଲାଖୋଲି ଉଲଙ୍ଘନ କରାଯାଉଥିବା ଦେଖାଯାଉଛି । ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକର ବିଭିନ୍ନ ସ୍ଥାନରେ ନାବାଳକ ଓ ନାବାଳିକା ମାନଙ୍କୁ ସେମାନଙ୍କ ଅସହାୟତା ତଥା ଆର୍ଥିକ ସମସ୍ୟାକୁ ଆଳ କରି ସେମାନଙ୍କ ଦ୍ବାରା ବିଭିନ୍ନ କାର୍ଯ୍ୟ କରାଯାଉଛି ।

ବୌଦ୍ଧ ଜିଲ୍ଲାରେ ଉଦବେଗ ଜନକ ସ୍ଥିତିରେ ଶିଶୁ ଶ୍ରମିକ ପ୍ରଥା

ବୌଦ୍ଧ ଜିଲ୍ଲାର ବିଭିନ୍ନ ଇଟା ଭାଟିରେ ଶିଶୁ ଶ୍ରମିକ ନିୟୋଜନ ଏକ ସାଧାରଣ କଥା ହୋଇଯାଇଛି । ଯେଉଁଠି ବେଆଇନ ଇଟା ଭାଟି ଖୁଲମଖୁଲା ଚାଲିଛି ସେଠାରେ ଏହି କାର୍ଯ୍ୟରେ ନିୟୋଜିତ ଶିଶୁ ଶ୍ରମିକଙ୍କ କଥା ପଚାରେ କିଏ । ବାଉଁଶୁଣୀ ଥାନା ଅଞ୍ଚଳରେ ଏଭଳି ଇଟା ବୋଝେଇ ଟ୍ରାକ୍ଟରରେ କାମ କରୁଥିବା ନାବାଳକଙ୍କ ଭାଇରାଲ ଭିଡିଓ ଏବେ ସବୁଆଡେ ଚର୍ଚ୍ଚାର ବିଷୟ ହୋଇଛି । ସେପଟେ ହରଭଙ୍ଗା ବ୍ଲକ ନିକଟସ୍ଥ କରଡାକୋଠା ପ୍ରାଥମିକ ବିଦ୍ୟାଳୟର ପାଚେରୀ ରଙ୍ଗ କାର୍ଯ୍ୟରେ ଦୁଇ ଜଣ ନାବାଳକ ନିୟୋଜିତ ଘଟଣା ଆମ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେହିପରି ବିଭିନ୍ନ ବାଲି ବୋଝେଇ କାମ ଓ କେନ୍ଦୁପତ୍ର ଫଡିରେ ଶିଶୁ ମାନଙ୍କୁ କାମରେ ନିୟୋଜିତ ଅତ୍ୟନ୍ତ ଚତୁରତାର ସହ ସମ୍ପାଦନ କରାଯାଇଥାଏ । ବୁଦ୍ଧିଜୀବୀ ଏନେଇ ଗଭୀର ଉଦବେଗ ପ୍ରକାଶ କରିଥିବା ବେଳେ ଜିଲ୍ଲା ଶ୍ରମ ଅଧିକାରୀ ସୂଚନା ମିଳିଲେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.