ETV Bharat / state

ମଣ୍ଡିରୁ ଉଠୁନି ଧାନ, ରାଜରାସ୍ତାରେ କୀର୍ତ୍ତନ କଲେ ଚାଷୀ

author img

By

Published : Mar 14, 2021, 10:44 PM IST

ମଣ୍ଡିରୁ ଉଠୁନି ଚାଷୀଙ୍କ ଧାନ, ରାଜରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ
ମଣ୍ଡିରୁ ଉଠୁନି ଚାଷୀଙ୍କ ଧାନ, ରାଜରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ

ମଣ୍ଡିରୁ ଉଠିପାରୁନି ଚାଷୀଙ୍କ ଧାନ । ଏଣୁ ଉତ୍ୟକ୍ତ ଚାଷୀ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଆଜି ଉପାନ୍ତ ଅଞ୍ଚଳର ଚାଷୀ ଅନ୍ୟ ଉପାୟ ନପାଇ ଧାନମଣ୍ଡି ଆଗରେ ଦିନ ତମାମ ଖୋଳ କୀର୍ତ୍ତନ କରି ଅଭିନବ ପ୍ରତିବାଦ କରିଥିଲେ । ଅଧିକ ପଢନ୍ତୁ...

ବୌଦ୍ଧ : ଶତ ଚେଷ୍ଟା ପରେ ମଧ୍ୟ ସୁଧୁରି ପାରୁନି ଧାନମଣ୍ଡିରେ ଲାଗି ରହିଥିବା ଅଚଳାବସ୍ଥା । ଗୋଟିଏ ପଟେ ଟାର୍ଗେଟ ସରିବାକୁ ବସିଥିବା ବେଳେ ଏପଟେ ଉତ୍ୟକ୍ତ ଚାଷୀ ଧାରଣା, ବିକ୍ଷୋଭ ସହିତ ରାଜରାସ୍ତା ଅବରୋଧ କରିଛନ୍ତି । ତେବେ ଆଜି ଏକ ଉପାନ୍ତ ଧାନ ମଣ୍ଡିରେ ଚାଷୀ ଭିନ୍ନ ଶୈଳୀରେ ପ୍ରତିବାଦ ଜଣାଇଥିଲେ ।

ମଣ୍ଡିରୁ ଉଠୁନି ଚାଷୀଙ୍କ ଧାନ, ରାଜରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ

ବୌଦ୍ଧ ଜିଲ୍ଲାର ଉପାନ୍ତ ଆମ୍ବଗାଁ ଧାନକ୍ରୟ କେନ୍ଦ୍ର । ଜିଲ୍ଲାର ବିଭିନ୍ନ ଧାନ ମଣ୍ଡିରେ ଚାଷୀଙ୍କ ଧାନକିଣା ଯାଉନଥିବାରୁ ଉତ୍ୟକ୍ତ ଚାଷୀ ଚରମ ନିଷ୍ପତ୍ତି ନେଉଛନ୍ତି । କିନ୍ତୁ, ଆମ୍ବଗାଁ ଅଞ୍ଚଳର ଗରିବ ଚାଷୀ ଅନ୍ୟ ଉପାୟ ନପାଇ ରବିବାର ଦିନ ତମାମ ଆମ୍ବଗାଁ ଧାନକ୍ରୟ କେନ୍ଦ୍ର ଆଗରେ ଖୋଳ କୀର୍ତ୍ତନ କରି ଅଭିନବ ପ୍ରତିବାଦ ଜଣାଇଥିଲେ ।

ଅଞ୍ଚଳର ଚାଷୀଙ୍କୁ ନୈତିକ ସମର୍ଥନ ଜଣାଇବାକୁ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚାର ସାଧାରଣ ସମ୍ପାଦକ ଓମ ପ୍ରକାଶ ମିଶ୍ର ପହଞ୍ଚି ଚାଷୀଙ୍କ ସହ କୀର୍ତ୍ତନରେ ସାମିଲ ହୋଇଥିଲେ । ତେବେ ଜିଲ୍ଲାରେ ଚାଷୀ କୌଣସି ଅପ୍ରୀତିକର ପଦକ୍ଷେପ ଗ୍ରହଣ ପୂର୍ବରୁ ସରକାର କିଛି ନିଷ୍ପତ୍ତି ଗ୍ରହଣ ପାଇଁ ବୁଦ୍ଧିଜୀବୀ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.