ETV Bharat / state

ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ

author img

By

Published : Nov 23, 2019, 2:45 PM IST

ବୌଦ୍ଧ ଜିଲ୍ଲା ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତରେ ଆବାସ ଯୋଜନାରେ ଲାଞ୍ଚ କାରବାର ଅଭିଯୋଗ। ଲାଞ୍ଚ ନଦେଲେ ଇସିସି ତାଲିକାରେ ନାମ ଆସୁନଥିବା ହିତାଧିକାରୀ ଅଭିଯୋଗ କରିଛନ୍ତି।

ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ


ବୌଦ୍ଧ: ଆବାସ ଯୋଜନାରେ ବ୍ୟାପକ ଲାଞ୍ଚ କାରବାର ଅଭିଯୋଗ । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ବୌଦ୍ଧ ଜିଲ୍ଲାରୁ । ଲାଞ୍ଚ ନ ଦେଲେ ଇସିସି ତାଲିକାରେ ହିତାଧିକାରୀ ନାମ ଅନ୍ତର୍ଭୁକ୍ତ ହେଉନି । ଏକଥା ଆମେ କହୁନୁ କହୁଛନ୍ତି ଜିଲ୍ଲାର ଲକ୍ଷ୍ମୀପ୍ରସାଦ ଅଞ୍ଚଳର କିଛି ହିତାଧିକାରୀ ।

ଗତ କିଛି ଦିନ ପୂର୍ବରୁ ବହିରା ପଞ୍ଚାୟତରେ ଆବାସ ଯୋଜନାରେ ଲାଞ୍ଚ କାରବାର ନେଇ ସ୍ଥାନୀୟ ଲୋକେ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଥିବା ବେଳେ ଏବେ ପୁଣି ଆଉ ଏକ ପଞ୍ଚାୟତରୁ ଆସିଛି ଏଭଳି ଅଭିଯୋଗ । ବୌଦ୍ଧ ବ୍ଲକର ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତରେ ଆବାସ ଯୋଜନାରେ ବ୍ୟାପକ ଲାଞ୍ଚ କାରବାର ହେଉଥିବା ଅଭିଯୋଗ ହୋଇଛି। ହେଲେ ଏହାକୁ ଅସ୍ବୀକାର କରିଛନ୍ତି ପଞ୍ଚାୟତ ନିର୍ବାହୀ ଅଧିକାରୀ । ଏପଟେ ଏଦିଗରେ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ଉପଯୁକ୍ତ ହିତାଧିକାରୀଙ୍କୁ ନ୍ୟାୟ ପ୍ରଦାନ କରାଯିବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି।

ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ପଞ୍ଚାୟତ ରେ ଆବାସ ଯୋଜନାରେ ବ୍ୟାପକ ଲାଞ୍ଚ କାରବାର ଅଭିଯୋଗ ।ଦଶରୁ କୋଡିଏ ହଜାର ଟଙ୍କା ପର୍ଯ୍ୟନ୍ତ ଲାଞ୍ଚ ନଦେଲେ ଇସିସି ତାଲିକାରେ ହିତାଧିକାରୀଙ୍କ ନା ଅନ୍ତର୍ଭୁକ୍ତ ହୋଇପାରୁନି ।
ବୌଦ୍ଧ ଜିଲ୍ଲାର ନିର୍ଦ୍ଦିଷ୍ଟ କେତେକ ପଞ୍ଚାୟତ ରେ ଆବାସ ଯୋଜନାରେ ବ୍ୟାପକ ଲାଞ୍ଚ କାରବାର ହେଉଥିବା ଚର୍ଚ୍ଚା ର ବିଷୟ ହୋଇଛି ।ବିଗତ କିଛି ଦିନ ପୂର୍ବରୁ ବହିରା ପଞ୍ଚାୟତ ରେ ଆବାସ ଯୋଜନା ରେ ଲାଞ୍ଚ କାରବାର ନେଇ ସ୍ଥାନୀୟ ଜନସାଧାରଣ ଜିଲ୍ଲାପାଳ ଙ୍କ ନିକଟରେ ଫେରାଦ ହୋଇଥିବା ବେଳେ ଏବେ ପୁଣି ଆଉ ଏକ ପଞ୍ଚାୟତ ରୁ ଆସିଛି ଏଭଳି ଅଭିଯୋଗ । ବୌଦ୍ଧ ବ୍ଲକର ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତ ରେ ଆବାସ ଯୋଜନାରେ ବ୍ୟାପକ ଲାଞ୍ଚ କାରବାର ହେଉଥିବା ଅଭିଯୋଗ ହୋଇଛି ।ଦଶରୁ କୋଡିଏ ହଜାର ଟଙ୍କା ପର୍ଯ୍ୟନ୍ତ ଲାଞ୍ଚ ନଦେଲେ ଇସିସି ତାଲିକାରୁ ହିତାଧିକାରୀଙ୍କ ନାମ ବାଦ ପଡୁଛି ।ଏପରିକି ପଞ୍ଚାୟତ କାର୍ଯ୍ୟାଳୟ ଦୁର୍ନୀତି ର ଗନ୍ତାଘର ପାଲଟିଥିବା ଅଭିଯୋଗ ହୋଇଛି । କିନ୍ତୁ ଅଭିଯୋଗ କୁ ଅସ୍ବୀକାର କରିଛନ୍ତି ପଞ୍ଚାୟତ ନିର୍ବାହୀ ଅଧିକାରୀ ।ଏଦିଗରେ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ଉପଯୁକ୍ତ ହିତାଧିକାରୀଙ୍କୁ ନ୍ୟାୟ ପ୍ରଦାନ କରାଯିବାକୁ ବୁଦ୍ଧିଜୀବୀ ଦାବୀ କରିଛନ୍ତି ।


Body:ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତ ରେ ଆବାସ ଯୋଜନାରେ ବ୍ୟାପକ ଲାଞ୍ଚ କାରବାର ଅଭିଯୋଗ ।


Conclusion:ବାଇଟ-୧-ସୁଧାଂଶୁ ଶେଖର ମିଶ୍ର,ବୁଦ୍ଧିଜୀବୀ
ବାଇଟ-୨-ଗୋକୁଳ ବିହାରୀ ଭୋଇ, ପଞ୍ଚାୟତ ନିର୍ବାହୀ ଅଧିକାରୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.