ETV Bharat / state

ରାଜା ହତ୍ୟାକାଣ୍ଡର ପ୍ରମାଣ ସଂଗ୍ରହ ପାଇଁ ବୌଦ୍ଧରେ ସାଇଣ୍ଟିଫିକ ଟିମ

author img

By

Published : Oct 30, 2020, 4:35 PM IST

ବୌଦ୍ଧ ଜିଲ୍ଲାର ବହୁଚର୍ଚ୍ଚିତ ରାଜା ଓରଫ ପ୍ରମୋଦ ପ୍ରସାଦଙ୍କ ନିଖୋଜର 18 ଦିନ ପରେ ବୌଦ୍ଧ ପୋଲିସ ତାଙ୍କୁ ହତ୍ୟା କରାଯାଇଥିବା ନେଇ ସ୍ପଷ୍ଟ କରିଥିଲା । 20 ଦିନ ପରେ ସାଇଣ୍ଟିଫିକ ଟିମ ପହଞ୍ଚି ତଥ୍ୟ ସଂଗ୍ରହ ଆରମ୍ଭ କରିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ରାଜା ହତ୍ୟାକାଣ୍ଡ ର ପ୍ରମାଣ ସଂଗ୍ରହ ପାଇଁ ବୌଦ୍ଧ ରେ ସାଇଣ୍ଟିଫିକ ଟିମ
ରାଜା ହତ୍ୟାକାଣ୍ଡ ର ପ୍ରମାଣ ସଂଗ୍ରହ ପାଇଁ ବୌଦ୍ଧ ରେ ସାଇଣ୍ଟିଫିକ ଟିମ

ବୌଦ୍ଧ: ରାଜା ହତ୍ୟାକାଣ୍ଡର 20 ଦିନ ପରେ ସାଇଣ୍ଟିଫିକ ଟିମ ପହଞ୍ଚି ତଥ୍ୟ ସଂଗ୍ରହ ଆରମ୍ଭ କରିଛନ୍ତି । ଖୋଦ ଏସପି ଉଭୟ ହତ୍ୟାକାଣ୍ଡର ସ୍ଥାନ ଓ ପୋଡା ଯାଇଥିବା ନଦୀପଠା ବୁଲି ଦେଖିଛନ୍ତି । ଏନେଇ ଅଧିକ ତଦନ୍ତ ଜାରି ରହିଥିବା ଏସପି ଇଟିଭି ଭାରତକୁ ସୂଚନା ଦେଇଛନ୍ତି ।

ରାଜା ହତ୍ୟାକାଣ୍ଡ ର ପ୍ରମାଣ ସଂଗ୍ରହ ପାଇଁ ବୌଦ୍ଧ ରେ ସାଇଣ୍ଟିଫିକ ଟିମ
ରାଜା ହତ୍ୟାକାଣ୍ଡ ର ପ୍ରମାଣ ସଂଗ୍ରହ ପାଇଁ ବୌଦ୍ଧ ରେ ସାଇଣ୍ଟିଫିକ ଟିମ
ରାଜା ହତ୍ୟାକାଣ୍ଡ ର ପ୍ରମାଣ ସଂଗ୍ରହ ପାଇଁ ବୌଦ୍ଧ ରେ ସାଇଣ୍ଟିଫିକ ଟିମ
ରାଜା ହତ୍ୟାକାଣ୍ଡ ର ପ୍ରମାଣ ସଂଗ୍ରହ ପାଇଁ ବୌଦ୍ଧ ରେ ସାଇଣ୍ଟିଫିକ ଟିମ

ବୌଦ୍ଧ ଜିଲ୍ଲାର ବହୁ ଚର୍ଚ୍ଚିତ ରାଜା ଓରଫ ପ୍ରମୋଦ ପ୍ରସାଦଙ୍କ ନିଖୋଜର 18 ଦିନ ପରେ ବୌଦ୍ଧ ପୋଲିସ ତାଙ୍କୁ ହତ୍ୟା କରାଯାଇଥିବା ନେଇ ସ୍ପଷ୍ଟ କରିଥିଲା । ଆଜି (ଶୁକ୍ରବାର) ରାଜା ହତ୍ୟାକାଣ୍ଡର 20 ଦିନ ପରେ ଫୁଲବାଣୀରୁ ସାଇଣ୍ଟିଫିକ ଟିମ ପହଞ୍ଚି ହତ୍ୟାକାଣ୍ଡର ସ୍ଥାନ ଓ ତାକୁ ପୋଡା ଯାଇଥିବା ସ୍ଥାନରୁ ରକ୍ତ ନମୁନା ଓ ଅନ୍ୟାନ୍ୟ ତଥ୍ୟ ସଂଗ୍ରହ କରିଛନ୍ତି । ଖୋଦ ବୌଦ୍ଧ ଏସପି ଉଭୟ ଘଟଣାସ୍ଥଳ ପରିଦର୍ଶନ କରି ଏହାର ତନ୍ନ ତନ୍ନ ଯାଞ୍ଚ କରିଛନ୍ତି । ତେବେ ରାଜାର ହତ୍ୟାକାଣ୍ଡ ସହ ମାଉଜର ଲିଙ୍କ ଓ ମାତ୍ର 35 ହଜାର ଟଙ୍କା ଫେରାଇବା ଘଟଣାକୁ ସାଧାରଣ ଲୋକ ଗ୍ରହଣ କରିପାରୁ ନାହାଁନ୍ତି ।

ରାଜା ହତ୍ୟାକାଣ୍ଡ ର ପ୍ରମାଣ ସଂଗ୍ରହ ପାଇଁ ବୌଦ୍ଧ ରେ ସାଇଣ୍ଟିଫିକ ଟିମ
ରାଜା ହତ୍ୟାକାଣ୍ଡ ର ପ୍ରମାଣ ସଂଗ୍ରହ ପାଇଁ ବୌଦ୍ଧ ରେ ସାଇଣ୍ଟିଫିକ ଟିମ

ଏହା ପଛରେ ଆହୁରି ଅନେକ କାରଣ ସନ୍ଦେହ ଘେରରେ ରହିଥିବା ବେଳେ ଏନେଇ ଅଧିକ ତଦନ୍ତର ଆବଶ୍ୟକତା ରହିଛି । ହତ୍ୟାକାଣ୍ଡ ସ୍ଥାନରୁ ରକ୍ତ ନମୁନା ଓ ପୋଡାପୋଡାର ସନ୍ତୋଷୀ ମନ୍ଦିର ନିକଟସ୍ଥ ମହାନଦୀ ପଠାରୁ ମୃତଦେହ ପୋଡା ଯାଇଥିବା ଜାଗାରୁ ଅନେକ ତଥ୍ୟ ମିଳିଛି । ସେପଟେ ଏନେଇ ଅଧିକ ତଦନ୍ତ ଜାରି ରହିଥିବା ବୌଦ୍ଧ ଏସପି ସୂଚନା ଦେଇଛନ୍ତି ।

ରାଜା ହତ୍ୟାକାଣ୍ଡ ର ପ୍ରମାଣ ସଂଗ୍ରହ ପାଇଁ ବୌଦ୍ଧ ରେ ସାଇଣ୍ଟିଫିକ ଟିମ
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.