ETV Bharat / state

ସହକାରୀ ବନସଂରକ୍ଷକ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ

author img

By

Published : Jun 3, 2020, 4:34 PM IST

vigilance-raid-in-assistant-forest-officer of bhadrak
ସହକାରୀ ବନସଂରକ୍ଷକ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢାଉ

ଭଦ୍ରକର ସହକାରୀ ବନ ସଂରକ୍ଷକ ଅଧିକାରୀଙ୍କ ଘରେ ଭିଜିଲାନ୍ସ ବିଭାଗର ଚଢାଉ । ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ବାରା ତାଙ୍କ ଘରେ ଓ ଅଫିସ କାର୍ଯ୍ୟାଳୟରେ ଚଢାଉ କରିଛି ।

ଭଦ୍ରକ: ସହକାରୀ ବନ ସଂରକ୍ଷକ ଅଧିକାରୀଙ୍କ ଘରେ ଭିଜିଲାନ୍ସ ବିଭାଗର ଚଢାଉ । ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ବାରା ତାଙ୍କ ଘରେ ଓ ଅଫିସ କାର୍ଯ୍ୟାଳୟରେ ଚଢାଉ କରିଛି । ତେବେ ଲକ୍ଷାଧିକ ଟଙ୍କାର ଆୟବହିର୍ବୁତ ସମ୍ପତି ଠାବ ହୋଇଥିବା ସୂଚନା ମିଳିଛି ।

ସହକାରୀ ବନସଂରକ୍ଷକ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢାଉ

ଖବର ଅନୁଯାୟୀ ଭଦ୍ରକ ଜିଲ୍ଲାର ସହକାରୀ ବନ ସଂରକ୍ଷକ ଅଧିକାରୀ ବିରଜା ମୋହନ ମହାନ୍ତିଙ୍କ ବିରୋଧରେ ଆୟବହିର୍ବୁତ ସମ୍ପତି ଠୁଳ କରିଥିବା ନେଇ ଅଭିଯୋଗ ହୋଇଥିଲା । ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ସ୍ଵତନ୍ତ୍ର ଟିମ ଗଠନ କରାଯାଇ, ଚାନ୍ଦବାଲି ଠାରେ ଥିବା ଭଦ୍ରକ ସହକାରୀ ବନ ସଂରକ୍ଷକ ଅଧିକାରୀଙ୍କ କାର୍ଯ୍ୟାଳୟ ସମେତ ତାଙ୍କ ବାସଭବନରେ ଚଢ଼ାଉ କରାଯାଇଛି । ଏନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.