ETV Bharat / state

ଶ୍ମଶାନ ଜମି ଜବରଦଖଲ ନେଇ ଗୋଷ୍ଠୀ ସଂଘର୍ଷ, ଗର୍ଭବତୀ ଆହତ

author img

By

Published : Dec 9, 2020, 5:46 PM IST

ଶ୍ମଶାନ ଜମି ଜବରଦଖଲ ନେଇ ଗୋଷ୍ଠୀ ସଂଘର୍ଷ, ଜଣେ ପ୍ରସୂତି ଆହତ
ଶ୍ମଶାନ ଜମି ଜବରଦଖଲ ନେଇ ଗୋଷ୍ଠୀ ସଂଘର୍ଷ, ଜଣେ ପ୍ରସୂତି ଆହତ

ଶ୍ମଶାନ ଜମି ଜବରଦଖଲ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଧସ୍ତାଧସ୍ତି । ବିବାଦ ମଧ୍ୟରେ ଏକ ଗର୍ଭବତୀ ମହିଳା ଆହତ । ଅଧିକ ପଢନ୍ତୁ...

ଭଦ୍ରକ: ଶ୍ମଶାନ ଜମି ଜବରଦଖଲ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ । ଭଦ୍ରକ ଜିଲ୍ଲା ବାଲିଗାଁରେ ଶ୍ମଶାନ ଜମିକୁ ଗୋଟିଏ ଗୋଷ୍ଠୀ କବ୍ଜା କରିବାକୁ ଯାଇଥିବାବେଳେ ଅନ୍ୟ ଏକ ଗୋଷ୍ଠୀ ଆସି ଏହାକୁ ବିରୋଧ କରିଛି । ଫଳରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଧସ୍ତାଧସ୍ତି ସ୍ଥିତି ସୃଷ୍ଟି ହୋଇଛି । ଏହି ବିବାଦ ମଧ୍ୟରେ ଜଣେ ଗର୍ଭବତୀ ମହିଳା ଆହତ ହୋଇଛନ୍ତି ।

ଶ୍ମଶାନ ଜମି ଜବରଦଖଲ ନେଇ ଗୋଷ୍ଠୀ ସଂଘର୍ଷ, ଜଣେ ପ୍ରସୂତି ଆହତ

ସୂଚନା ମୁତାବକ, ଗୋଟିଏ ଗୋଷ୍ଠୀ ପକ୍ଷରୁ ବାଲିଗାଁର 4 ଏକର ପରିମିତ ଏକ ଶ୍ମଶାନ ଜମିକୁ ବାଡ ଦେଇ କବ୍ଜା କରୁଥିବା ସମୟରେ ଅନ୍ୟ ଏକ ଗୋଷ୍ଠୀ ଏହି କାର୍ଯ୍ୟକୁ ବିରୋଧ କରିଥିଲେ । ଏହାକୁ ନେଇ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଏହି ବିବାଦ ଉଗ୍ର ରୂପ ନେଇଥିଲା । ଗୋଷ୍ଠୀଙ୍କ ଆକ୍ରମଣ ଓ ପ୍ରତି ଆକ୍ରମଣରେ ଜଣେ ଗର୍ଭବତୀ ଆହତ ହୋଇଛନ୍ତି । ଏହାପରେ ଗାନ୍ଧୀନଗର ଗାଁ ସମେତ ପାଖ 3ଟି ଗାଁର ଲୋକ ଏକଜୁଟ ହେବାପରେ ଜବରଦଖଲ ପାଇଁ ଆସିଥିବା ଲୋକେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ ।

ଏହି ଶ୍ମଶାନ ଜମି ବିବାଦ ଏବେ କୋର୍ଟରେ ବିଚାରଧୀନ ଥିବାବେଳେ ତରବରିଆ ଭାବେ କାହା ଇଙ୍ଗିତରେ ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀର ଲୋକ ଏହାକୁ ଅକ୍ତିଆର କରିବାକୁ ଆସିଥିଲେ, ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିବାଦ ସମୟରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନଥିବାରୁ ସ୍ଥାନୀୟବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ତେବେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.