ETV Bharat / state

କାଳୀ ପୂଜା ଓ ଉର୍ସ ପର୍ବ ପାଇଁ ଭଦ୍ରକ କେନ୍ଦୁଆପଦା ଷ୍ଟେସନରେ ଅଟକିବ 4ଟି ଟ୍ରେନ

author img

By ETV Bharat Odisha Team

Published : Nov 6, 2023, 9:08 PM IST

କାଳୀ ପୁଜା ଓ ଅର୍ଶ ମହୋତ୍ସବ ପାଇଁ କେନ୍ଦୁଆପଦା ଷ୍ଟେସନରେ ରହିବ 4ଟି ଟ୍ରେନ
କାଳୀ ପୁଜା ଓ ଅର୍ଶ ମହୋତ୍ସବ ପାଇଁ କେନ୍ଦୁଆପଦା ଷ୍ଟେସନରେ ରହିବ 4ଟି ଟ୍ରେନ

କାଳୀ ପୂଜା ଏବଂ ଉର୍ସ ପର୍ବ ପାଇଁ ଭଦ୍ରକର କେନ୍ଦୁଆପଦା ଷ୍ଟେସନରେ ଅଟକିବ 4ଟି ଟ୍ରେନ । କିଛି ଟ୍ରେନର ରହଣି ସମୟ ଅବଧିରେ ବୃଦ୍ଧି କଲା ପୂର୍ବତଟ ରେଳବାଇ । ଭଦ୍ରକ ପ୍ରସିଦ୍ଧ କାଳୀ ପୂଜାକୁ ପଶ୍ଚିମବଙ୍ଗରୁ ଆସନ୍ତି ଶ୍ରଦ୍ଧାଳୁ । ଅଧିକ ପଢନ୍ତୁ

ଭୁବନେଶ୍ବର: କାଳୀ ପୂଜା ଓ ଉର୍ସ ପର୍ବ ପାଇଁ ଭଦ୍ରକର କେନ୍ଦୁଆପଦା ଷ୍ଟେସନରେ ଅଟକିବ 4ଟି ଟ୍ରେନ । ଯାତ୍ରୀମାନଙ୍କ ସୁବିଧା ତଥା ଚାହିଦାକୁ ଦୃଷ୍ଟିରେ ରଖି କାଳୀ ପୂଜା ଏବଂ ଉର୍ସ ପର୍ବକୁ ଦୃଷ୍ଟିରେ ରଖି ଭଦ୍ରକ ନିକଟ କେନ୍ଦୁଆପଦା ଷ୍ଟେସନରେ ସାମୟିକ ଭାବେ 4ଟି ଟ୍ରେନ ରହଣି କରିବ । ଏହା ସହ 7ଟି ଟ୍ରେନର ରହଣି ସମୟ ବୃଦ୍ଧି କରିବାକୁ ରେଳବାଇ ପକ୍ଷରୁ ନିଷ୍ପତ୍ତି ହୋଇଛି ।

12892/12891 ଭୁବନେଶ୍ୱର-ବାଙ୍ଗିରିପୋଷି-ଭୁବନେଶ୍ୱର ଏକ୍ସପ୍ରେସ, 12704/12703 ସିକନ୍ଦରାବାଦ-ହାଓଡା-ସିକନ୍ଦରାବାଦ ଫଲକନୁମା ଏକ୍ସପ୍ରେସ, 12822/12821 ପୁରୀ-ହାଓଡ଼ା-ପୁରୀ ଧଉଳି ଏକ୍ସପ୍ରେସ ଏବଂ 18046/18045 ହାଇଦ୍ରାବାଦ-ହାଓଡ଼ା-ହାଇଦ୍ରାବାଦ ଇଷ୍ଟକୋଷ୍ଟ ଏକ୍ସପ୍ରେସ ଟ୍ରେନ କେନ୍ଦୁଆପଦା ଷ୍ଟେସନରେ ଚଳିତ ମାସ 17 ତାରିଖରୁ 20 ତାରିଖ ପର୍ଯ୍ୟନ୍ତ କେନ୍ଦୁଆପଦା ଷ୍ଟେସନ ଠାରେ ସାମୟିକ ଭାବରେ ରହଣି ବ୍ୟବସ୍ଥା କରାଯାଇଥିବା ପୂର୍ବତଟ ରେଳବାଇ ସୂଚନା ଦେଇଛି ।

କେନ୍ଦୁଆପଦାରେ ରହଣି ସମୟ ବୃଦ୍ଧି ବ୍ୟବସ୍ଥା

18022/18021 ଖୋର୍ଦ୍ଧା ରୋଡ଼-ଖଡଗପୁର-ଖୋର୍ଦ୍ଧା ରୋଡ ଏକ୍ସପ୍ରେସ, 18038/18037 ଯାଜପୁର କେନ୍ଦୁଝର ରୋଡ-ଖଡଗପୁର- ଯାଜପୁର କେନ୍ଦୁଝର ରୋଡ ଏକ୍ସପ୍ରେସ, 08556/08555 ନୟାଗଡ଼ ଟାଉନ-ଭଦ୍ରକ-ନୟାଗଡ଼ ଟାଉନ୍ ମେମୁ ବିଶେଷ ଟ୍ରେନ, 08412/08411 ଭୁବନେଶ୍ୱର-ବାଲେଶ୍ୱର-ଭୁବନେଶ୍ୱର ମେମୁ ବିଶେଷ ଟ୍ରେନ, 08416/08415 ପୁରୀ-ଜଳେଶ୍ୱର-ପୁରୀ ମେମୁ ବିଶେଷ ଟ୍ରେନ, 08454/08453 କଟକ-ଭଦ୍ରକ-କଟକ ମେମୁ ବିଶେଷ ଟ୍ରେନ ଏବଂ 08438/08437 କଟକ-ଭଦ୍ରକ-କଟକ ମେମୁ ସ୍ଵତନ୍ତ୍ର ଟ୍ରେନ ଚଳିତ ମାସ 17 ତାରିଖଠାରୁ 20 ତାରିଖ ପର୍ଯ୍ୟନ୍ତ କେନ୍ଦୁଆପଦା ଷ୍ଟେସନଠାରେ ସାମୟିକ ଭାବରେ 2 ମିନିଟ୍ ପରିବର୍ତ୍ତେ ଏବେ 5 ମିନିଟ ଧରି ରହଣି ଦେବାକୁ ନିଷ୍ପତ୍ତି ନେଇଛି ପୂର୍ବତଟ ରେଳପଥ ।

ଏହା ମଧ୍ୟ ପଢନ୍ତୁ:- Project Kusha: ଭାରତର ସ୍ବଦେଶୀ ‘ଆଇରନ ଡୋମ’

ଏହା ସହ ନିକଟବର୍ତ୍ତୀ ଅନ୍ୟ ସମସ୍ତ ଷ୍ଟେସନ୍‌ରେ ପୂର୍ବପରି ସମସ୍ତ ଟ୍ରେନ ରହିବ । କେନ୍ଦୁଆପଦାରେ ଏହି ଅସ୍ଥାୟୀ ଷ୍ଟପେଜ ଯୋଗୁଁ ଚରମ୍ପା କାଳୀ ପୂଜା ମେଳାରେ ପ୍ରବଳ ଜନଗହଳି ସାଙ୍ଗକୁ ଧାମନଗରରେ ଅନୁଷ୍ଠିତ ହେବାକୁ ଥିବା ଉର୍ସ ଉତ୍ସବ ପାଇଁ ଜିଲ୍ଲା ବାହାରୁ, ରାଜ୍ୟ ବାହାରୁ ବିଶେଷ କରି ପଶ୍ଚିମବଙ୍ଗ ଅଞ୍ଚଳରୁ ବହୁସଂଖ୍ୟାରେ ଶ୍ରଦ୍ଧାଳୁ ଆସିଥାନ୍ତି । ତେଣୁ ଉକ୍ତ ଦୁଇ ଉତ୍ସବ ପାଳନ ଅବସରରେ ଟ୍ରାଫିକ ଓ ଭି ନିୟନ୍ତ୍ରଣରେ ଶୃଙ୍ଖଳା ରକ୍ଷା ସହିତ ଯାତ୍ରୀମାନଙ୍କ ଗମନାଗମନ ସୁଗମ ହୋଇପାରିବ । ଧାମନଗର ଉର୍ସ ପର୍ବରେ ଯୋଗ ଦେବାକୁ ଭୁବନେଶ୍ୱର ଓ କଲିକତା ଉଭୟ ଦିଗରୁ ଆସିବାକୁ ଥିବା ଯାତ୍ରୀମାନେ କନ୍ଦେୁଆପଦା ଷ୍ଟେସନରେ ଓହ୍ଲାଇ ବାରିକ୍‌ପୁର ଦେଇ ଧାମନଗରରେ ଯିବା ସହଜ ଓ ସୁବିଧା ହୋଇଥାଏ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.