ETV Bharat / state

ଅଗ୍ନିକାଣ୍ଡରେ 10 ଛେଳି ଓ 5 ଗୋରୁ ଜୀବନ୍ତ ଦଗ୍ଧ

author img

By

Published : Oct 22, 2019, 11:27 AM IST

ଭଦ୍ରକରେ ଅଗ୍ନିକାଣ୍ଡ,

ଭଦ୍ରକ ଜିଲ୍ଲାରେ ହୋଇଥିବା ଅଗ୍ନିକାଣ୍ଡରେ 3 ଟି ପରିବାରର 15 ବଖରା ଘର ପୋଡି ହୋଇଯାଇଛି। ଅନ୍ୟପଟେ 10ଟି ଛେଳି ସହ 5 ଗୋରୁ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି।

ଭଦ୍ରକ: ଅଗ୍ନିକାଣ୍ଡରେ ଜଳିଗଲା 3 ଟି ପରିବାରର 15 ବଖରା ଘର ଜଳିଯିବା ସହ 10 ଛେଳି ଓ 5 ଗୋରୁ ଜୀବନ୍ତ ଦଗ୍ଧ । ଭଦ୍ରକର ବନ୍ତ ବ୍ଲକ ଅଧିନସ୍ଥ ଆଡିଆ ପଞ୍ଚାୟତର ଅଗିରାଗଡିଆ ଗ୍ରାମରେ ଘଟିଛି ଏହି ଦୁର୍ଘଟଣା । ସେପଟେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।


ସୋମବାର ବିଳମ୍ବିତ ରାତିରେ କୈଳାଶ ନାୟକ, ଶମ୍ଭୁ ନାୟକ ଓ ଭାରତ ନାୟକ ଘରେ ଶୋଇଥିବା ଅବସ୍ଥାରେ ନିଆଁ ଲାଗିଯାଇଥିଲା। ଫଳରେ ପ୍ରାଣବିକଳରେ ପରିବାର ଲୋକେ ଘରୁ ବାହାରି ଆସିଥିବା ବେଳେ, ଗୃହପାଳିତ ପଶୁ ନିଆଁରୁ ବର୍ତ୍ତି ପାରିନଥିଲେ।

ଭଦ୍ରକରେ ଅଗ୍ନିକାଣ୍ଡ, 10 ଛେଳି ଓ 5 ଗୋରୁ ଜୀବନ୍ତ ଦଗ୍ଧ

ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ମଙ୍ଗଳବାର ସକାଳେ ରାଜସ୍ବ ନିରୀକ୍ଷକ ଓ ପଶୁ ସମ୍ପଦ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : FIRE ACCIDENT
FORMAT : AVO
REPORT : DEBASIS MOHAPATRA / BHADRAK
DATE : 22.10.2019

ANCHOR : ଅଗ୍ନିକାଣ୍ଡ ରେ ଜଳିଗଲା 3 ଟି ପରିବାର ର 15 ବଖରା ଘର। ନିଆଁ ରୁ ବର୍ତ୍ତିପାରିଲେନି ଗୋରୁ ଓ ଛେଳି। 10 ଛେଳି ଓ 5 ଗୋରୁଙ୍କ ଜୀବନ୍ତ ଦଗ୍ଧ। ବନ୍ତ ବ୍ଲକ ଆଡିଆ ପଞ୍ଚାୟତ ଅଗିରା ଗଡିଆ ଗ୍ରାମରେ ଘଟିଛି ଘଟଣା। ଗତକାଲି ବିଳମ୍ବିତ ରାତିରେ କୈଳାଶ ନାୟକ, ଶମ୍ଭୁ ନାୟକ ଓ ଭାରତ ନାୟକ ଘରେ ଶୋଇଥିବା ଅବସ୍ଥାରେ ନିଆଁ ଲାଗିଯାଇଥିଲାା। ଫଳରେ ପ୍ରାଣବିକଳରେ ସମସ୍ତ ପରିବାର ଲୋକ ଘରୁ ବାହାରି ଆସିଥିବା ବେଳେ, ଗୃହପାଳିତ ପଶୁ ଗୁଡିକ ନିଆଁ ର ଆଁ ରୁ ବର୍ତ୍ତୀ ପାରିନଥିଲେ। Body:ପରିଣାମ ସ୍ୱରୂପ ଅଗ୍ନିକାଣ୍ଡ ରେ 3 ଟି ପରିବାର ର 10 ଛେଳି ଓ 5 ଗୋରୁ ଙ୍କ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ କରିଥିଲା। ଆଜି ସକାଳେ ରାଜସ୍ବ ନିରୀକ୍ଷକ ଓ ପଶୁ ସମ୍ପଦ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ତେବେ ଏହି ଅଗ୍ନିକାଣ୍ଡ ର କାରଣ ସ୍ପଷ୍ଟ ହୋଇନାହିଁ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.