ETV Bharat / state

ଦୁଃଖ ଆଣିଲା ବନ୍ୟା: କ୍ଷେତରେ ଲହଡି ଭାଙ୍ଗୁଛି ପାଣି, ଚିନ୍ତାରେ ଚାଷୀ

author img

By

Published : Aug 6, 2023, 9:02 AM IST

ଚାଷ ଜିମିରେ ଲହଡି ମାରୁଛି ପାଣି
ଚାଷ ଜିମିରେ ଲହଡି ମାରୁଛି ପାଣି

ଭଣ୍ଡାରିପୋଖରୀ ଏବଂ ଧାମନଗର ବ୍ଲକରେ ବନ୍ୟା ଜଳ ହ୍ରାସ ପାଇଛି । ହେଲେ ଏବେ ବି କମିନି ଚାଷୀଙ୍କ ଦୁଃଖ । ଚାଷ ଜିମିରେ ପାଣି ଲହଡି ମାରୁଛି । ଅଧିକ ପଢନ୍ତୁ

ଚାଷ ଜିମିରେ ଲହଡି ମାରୁଛି ପାଣି

ଭଦ୍ରକ: ବୈତରଣୀ ନଦୀରେ ବନ୍ୟା ଜଳସ୍ତର ବର୍ତ୍ତମାନ ବିପଦ ସଙ୍କେତ ତଳେ ପ୍ରଭାବିତ ହେଉଛି । ଭଦ୍ରକ ଜିଲ୍ଲା ଦେଇ ପ୍ରବାହିତ ବୈତରଣୀ ନଦୀର ଆଖୁଆପଦା ଠାରେ ବିପଦ ସଙ୍କେତ 17.83 ମିଟର ରହିଥିବା ବେଳେ, ବର୍ତ୍ତମାନ ସୁଦ୍ଧା 17.40 ମିଟରରେ ନଦୀର ପ୍ରବାହିତ ହେଉଛି । ଭଣ୍ଡାରିପୋଖରୀ ବ୍ଲକ ଓ ଧାମନଗର ବ୍ଲକର ବିଭିନ୍ନ ଅଞ୍ଚଳରୁ ବନ୍ୟା ଜଳ ହ୍ରାସ ପାଇଛି । ତେବେ ଏହି ବନ୍ୟା ଜଳ ଏବେ ତିହିଡି ବ୍ଲକ ଏବଂ ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ପ୍ରବେଶ କରିଛି । ଫଳରେ ତିହିଡି ବ୍ଲକର ତଳି ଅଞ୍ଚଳରେ ପାଣି ପଶିବା ସହ ଶହ ଶହ ହେକ୍ଟର ଚାଷ ଜମି ବନ୍ୟା ଜଳରେ ବୁଡି ରହିଛି ।

ଏଥିସହ ଗତ ଶୁକ୍ରବାର ବିଦ୍ୟାଧର ପୁର ବ୍ୟାରେଜରୁ ବନ୍ୟା ପାଣି ନିଷ୍କାସନ କରାଯାଇଥିଲା । ତେଣୁ ସାଳନ୍ଦୀ ନଦୀରେ ମଧ୍ୟ ଜଳସ୍ତର ବୃଦ୍ଧି ପାଇଛି । ତେବେ ଶନିବାର ବିଦ୍ୟାଧର ପୁର ବ୍ୟାରେଜରୁ ବନ୍ୟା ପାଣି ନିଷ୍କାସନ ବନ୍ଦ ହୋଇଯାଇଛି ବୋଲି ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦର ସୂଚନା ଦେଇଛନ୍ତି । ହେଲେ ସାଳନ୍ଦି ନଦୀ ଏବଂ ଏହାର ଶାଖା ନଦୀ ନାଳିଆ ନଦୀ ଫୁଲିବାରେ ଲାଗିଛି ।

ବାରୋ ପଞ୍ଚାୟତ ଅନ୍ତର୍ଗତ ରାଧାନଗର, ବଳିଆରପୁର, ହାଟସାହି ଏବଂ ବିଲଣା ପଞ୍ଚାୟତର ତିଆଡିସାହି, ବିଲଣା ଶାସନ, କେରଡିହ, ନୂଆପାଟଣା, ମହାଳିକସାହି ଏବଂ ଲଞ୍ଜାପାଟଣା, ବୋଡକ ପଞ୍ଚାୟତର ଓରାଳି, ଅଣ୍ଡରେଇ ଆଦି ଗ୍ରାମରେ ବନ୍ୟା ପାଣି ଲହଡି ଖେଳୁଛି । ଏଥିସହ ସାଳନ୍ଦୀ ନଦୀରେ 3ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି । ଯାହାକି ତଳଗୋପବିନ୍ଧା ପଞ୍ଚାୟତର ପଦାସାହି, ଦୋମଣୀ ମାହାରା ନିକଟରେ ଏବଂ ମାଙ୍କଡ଼ କୋଲା ଠାରେ ଏହି ଘାଇ ସୃଷ୍ଟି ହୋଇଥିବା ଜଣାପଡିଛି । ଖବର ପାଇ ଜଳସେଚନ ବିଭାଗ ପକ୍ଷରୁ ମରାମତି ଜାରି ରହିଛି ।

ତେବେ ଏହି ଘାଇରେ ପ୍ରବଳ ପାଣିର ସ୍ରୋତ ଲାଗି ରହିଛି ବୋଲି ସୂଚନା ମିଳିଛି । ସେହିପରି ବନ୍ୟା ପାଣି ଆସିବା ଦ୍ବାରା ସରିସୃପଙ୍କ ଆସିବାର ଭୟ ଥିବାରୁ ମେଡ଼ିକାଲରେ ପର୍ଯ୍ୟାପ୍ତ ପରିମାଣରେ ସାପ କାମୁଡ଼ା ଇଞ୍ଜେକ୍ସନ, ଅନ୍ୟାନ୍ୟ ସାମଗ୍ରୀ ମହଜୁତ ରଖିବାକୁ ସିଡିଏମ୍ଓଙ୍କ ନିର୍ଦ୍ଦେଶ ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ । ଅନ୍ୟ ପକ୍ଷରେ ଯେଉଁ ସ୍ଥାନ ମାନଙ୍କରେ ବନ୍ୟା ଜଳ ହ୍ରାସ ପାଇଛି, ସେହିସବୁ ସ୍ଥାନରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ୟାର ମୁକାବିଲା ପାଇଁ ବିଭିନ୍ନ ସ୍ଥାନରେ NDRF ଟିମ ଏବଂ ODRAF ଟିମକୁ ମୁତୟନ କରାଯାଇଛି । ଏଥିସହ ବିଭିନ୍ନ ବଚ୍ଛିନଞ୍ଚଳ ମାନଙ୍କରେ ପ୍ରଶାସନ ତରଫରୁ ନିଯୁକ୍ତ ନୋଡାଲ ଅଫିସରଙ୍କ ଟିମ ନଜର ରଖିଛନ୍ତି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.