ETV Bharat / state

ଆଖଣ୍ଡଳମଣି ପୀଠରେ ଶିବ ବିବାହ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

author img

By

Published : May 3, 2023, 10:23 AM IST

ଆରଡି ଆଖଣ୍ଡଳମଣି ପୀଠରେ ଶିବ ବିବାହ ଉତ୍ସବ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ । ଅଧିକ ପଢନ୍ତୁ

ଆଖଣ୍ଡଳମଣି ପୀଠରେ ଶିବ ବିବାହ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ
ଆଖଣ୍ଡଳମଣି ପୀଠରେ ଶିବ ବିବାହ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

ଆଖଣ୍ଡଳମଣି ପୀଠରେ ଶିବ ବିବାହ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

ଭଦ୍ରକ: ରାଜ୍ୟର ପ୍ରମୁଖ ଶୈବପୀଠ ଆରଡି ଆଖଣ୍ଡଳମଣିଙ୍କ ପୀଠରେ ମେ' ୨୪ ତାରିଖରେ ପୌରାଣିକ ଶିବ ବିବାହ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ଦେବ ଦମ୍ପତିଙ୍କ ଏହି ବିବାହ ଉତ୍ସବ ପରିପ୍ରେକ୍ଷୀରେ ମଙ୍ଗଳବାର ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବନ୍ଦୋରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଏହି ଜିଲ୍ଲା ସ୍ତରୀୟ ବୈଠକ ବସିଛି । ଏଥିରେ ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲି, ବାବା ଆଖଣ୍ଡଳମଣି ମନ୍ଦିର ଟ୍ରଷ୍ଟି ତଥା ଭଦ୍ରକ ଉପଜିଲ୍ଲାପାଳ ମନୋଜ ପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ପ୍ରଦାଧିକାରୀ ଓ ଆଖଣ୍ଡଳମଣି ମନ୍ଦିରର ସେବାୟତ ପ୍ରତିନିଧିମାନେ ଯୋଗ ଦେଇଥିଲେ । ଶିବ ବିବାହ ଉତ୍ସବ କିପରି ଶାନ୍ତି ଶୃଙ୍ଖଳାର ସହ ଆୟୋଜିତ ହେବ ସେନେଇ ବୈଠକରେ ଆଲୋଚନା କରାଯାଇଛି ।

ଆସନ୍ତା ୨୪ରେ ବାବା ଆଖଣ୍ଡଳମଣି ପୀଠରେ ଶିବ ବିବାହ ଉତ୍ସବ ଅନୁଷ୍ଠିତ ହେବ । ଏଥିପାଇଁ ବର ପିତା ଓ କନ୍ୟା ପିତା ସ୍ଥିର ହୋଇସାରିଛନ୍ତି । ଏହି ପବିତ୍ର ଶିବ ବିବାହ ଉତ୍ସବ ନିମନ୍ତେ ଚଳିତ ମାସ ୫ ତାରିଖ ଦିନ ଲଗ୍ନଥାଳି ଉଠା ନୀତି ସହିତ ମଙ୍ଗୁଳା ଗୁଆ ଏବଂ ନିମନ୍ତ୍ରଣ ପତ୍ର ବର ପିତା ତଥା କନ୍ୟା ପିତାଙ୍କ ପକ୍ଷରୁ ବଣ୍ଟନ କରାଯିବ । ଆସନ୍ତା ୨୩ ତାରିଖ ଦିନ ଦିଅଁ ମଙ୍ଗୁଳା ନୀତି ସରିବା ପରେ ଏହାର ପରଦିନ ୨୪ ତାରିଖରେ ବୈଦିକ ରୀତିନୀତି ଏବଂ ଲୋକାଚାରରେ ଦେବ ଦମ୍ପତିଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ । ଚଳିତ ବର୍ଷ ବେଶ୍ ଧୁମଧାମରେ ଶିବ ବିବାହ ଉତ୍ସବ ଆୟୋଜନ କରାଯିବାକୁ କାର୍ଯ୍ୟକ୍ରମ ରହିଛି ।

ଏହାମଧ୍ୟ ପଢନ୍ତୁ: Sambalpur violence: ରାଜ୍ୟ ସରକାର ହିନ୍ଦୁ ସମୁଦାୟଙ୍କ ପ୍ରତି ଅନ୍ୟାୟ କରିଛନ୍ତି: ବିଜେପି

ଏହି ବିବାହ ଉତ୍ସବର ମୁଖ୍ୟ ଆର୍କଷଣ ହେଉଛି ବରାନୁଗମନ ଶୋଭାଯାତ୍ରା । ଶୋଭାଯାତ୍ରାରେ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ଜିଲ୍ଲାରୁ ସାଂସ୍କୃତିକ ବାଦ୍ୟଦଳ ଓ ନୃତ୍ୟ ପରିବେଷଣ ଦଳ ଯୋଗ ଦେବେ । ତେଣୁ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକରେ ବାବା ଆଖଣ୍ଡଳମଣିଙ୍କ ପୀଠରେ ଆଲୋକ, ପାନୀୟ ଜଳ, ସ୍ବାସ୍ଥ୍ୟସେବା, ପରିମଳ ବ୍ୟବସ୍ଥା କିପରି ବ୍ୟବସ୍ଥିତ ଢଙ୍ଗରେ ହେବ ତାହା ଉପରେ ଗୁରୁତ୍ବ ଦିଆଯାଇଛି । ସେହିପରି ଏହି ଉତ୍ସବକୁ ଶାନ୍ତି ଶୃଙ୍ଖଲାର ସହିତ ସମାପନ କରିବା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.