ETV Bharat / state

Sambalpur violence: ରାଜ୍ୟ ସରକାର ହିନ୍ଦୁ ସମୁଦାୟଙ୍କ ପ୍ରତି ଅନ୍ୟାୟ କରିଛନ୍ତି: ବିଜେପି

author img

By

Published : May 2, 2023, 10:53 PM IST

ରାଜ୍ୟ ସରକାର ନିର୍ଦ୍ଦିଷ୍ଟ ସମ୍ପ୍ରଦାର ଭୋଟ ହାତେଇବା ପାଇଁ ହିନ୍ଦୁ ସମୁଦାୟ ଏବଂ ସମ୍ବଲପୁରରେ ଶ୍ରଦ୍ଧାଳଙ୍କ ପ୍ରତି ଅନ୍ୟାୟ କରିଛନ୍ତି । ଏଠି ପ୍ରଶ୍ନ ଉଠୁଛି ଏତେ ବଡ଼ କାର୍ଯ୍ୟକ୍ରମ ହେଲା କିନ୍ତୁ ସମ୍ବଲପୁର ଏସପି ଅନୁପସ୍ଥିତ ଥିବା ଏବଂ ଏଫଆଇଆର ଦେଲା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା କିଏ ଅଟକାଇଛନ୍ତି। ସରକାର ସେମାନଙ୍କୁ ସୁରକ୍ଷା ଦେଉଛନ୍ତି କାହିଁକି । ଅଧିକ ପଢନ୍ତୁ

ରାଜ୍ୟ ସରକାର  ହିନ୍ଦୁ ସମୁଦାୟଙ୍କ ପ୍ରତି ଅନ୍ୟାୟ କରିଛି: ବିଜେପି
ରାଜ୍ୟ ସରକାର ହିନ୍ଦୁ ସମୁଦାୟଙ୍କ ପ୍ରତି ଅନ୍ୟାୟ କରିଛି: ବିଜେପି

ରାଜ୍ୟ ସରକାର ହିନ୍ଦୁ ସମୁଦାୟଙ୍କ ପ୍ରତି ଅନ୍ୟାୟ କରିଛି: ବିଜେପି

ଭୁବନେଶ୍ବର: ସମ୍ବଲପୁର ହିଂସାକୁ ନେଇ ବଢୁଛି ବିବାଦ । ଜୋର ଧରିଛି ରାଜନୀତି । ବିଜେପିର କେନ୍ଦ୍ରୀୟ ଟିମ ସମ୍ବଲପୁରରେ ତଦନ୍ତ କରୁଛି । ଏପଟେ ରାଜ୍ୟ ସରକାରଙ୍କୁ ଘେରିଛି ରାଜ୍ୟ ବିଜେପି । ବିଜେପି ମିଡିଆ ସେଲ ଅଧ୍ୟକ୍ଷ କହିଛନ୍ତି, ସମ୍ବଲପୁର ହନୁମାନ ଜୟନ୍ତୀ ହିଂସା ଘଟଣା ନେଇ ଜିଲ୍ଲା ଏସପିଙ୍କୁ ଆଗୁଆ ସତର୍କ କରିଥିଲା ଗୁଇନ୍ଦା ବିଭାଗ । ସମ୍ବଲପୁର ଏସପିଙ୍କୁ ଚିଠି ଲେଖି ସୂଚନା ଦେଇଥିଲେ ଗୁଇନ୍ଦା ଏସପି । ଏହା ଏକ ସମ୍ବେଦନଶୀଳ ଘଟଣା। ଏହି ଘଟଣା ସାରା ଓଡିଶା ପାଇଁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ। ରାଜ୍ୟ ସରକାର ଙ୍କ ଗୁଇନ୍ଦା ବିଭାଗ ପାଖରେ ସୂଚନା ଥିଲା ଯେ ହିଂସା କାଣ୍ଡ ହେବ ବୋଲି। କମିଟିର ଯେଉଁ ପ୍ରସ୍ତୁତି ବୈଠକ ହୋଇଥିଲା ଜିଲ୍ଲା ପ୍ରଶାସନ ମଧ୍ୟ ଏପରି ଘଟଣା ହେବ ବୋଲି ଉପସ୍ଥାପନା କରିଥିଲେ। ତେଣୁ ସମ୍ପୂର୍ଣ୍ଣ କଥାକୁ ରାଜ୍ୟ ସରକାର ଅଣଦେଖା କରିଛନ୍ତି। ଏଥିରୁ ଜଣାପଡ଼ୁଛି ଯେ, ରାଜ୍ୟ ସରକାର ଉଦ୍ଦେଶ୍ୟ ମୂଳକ ଭାବେ କରିଥାଇ ପାରନ୍ତି।

ରାଜ୍ୟ ସରକାର ନିର୍ଦ୍ଦିଷ୍ଟ ସମ୍ପ୍ରଦାର ଭୋଟ ହାତେଇବା ପାଇଁ ହିନ୍ଦୁ ସମୁଦାୟ ଏବଂ ସମ୍ବଲପୁରରେ ଶ୍ରଦ୍ଧାଳଙ୍କ ପ୍ରତି ଅନ୍ୟାୟ କରିଛନ୍ତି । ଏଠି ପ୍ରଶ୍ନ ଉଠୁଛି ଏତେ ବଡ଼ କାର୍ଯ୍ୟକ୍ରମ ହେଲା କିନ୍ତୁ ସମ୍ବଲପୁର ଏସପି ଅନୁପସ୍ଥିତ ଥିବା ଏବଂ ଏଫଆଇଆର ଦେଲା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା କିଏ ଅଟକାଇଛନ୍ତି। ସରକାର ସେମାନଙ୍କୁ ସୁରକ୍ଷା ଦେଉଛନ୍ତି କାହିଁକି। ରାଜ୍ୟ ସରକାରଙ୍କ କିଛି ମନ୍ଦ ଉଦ୍ଦେଶ୍ୟ ଅଛି କି। ଯଦି ସେମିତି କିଛି ନାହିଁ ତାହେଲେ ସେମାନଙ୍କ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଦଳ ଦାବି କରିଛି ।

ସେପଟେ ଆଜି ବିଜେପି କହିଛି, ଏହା ଏକ ସମ୍ବେଦନଶୀଳ ଘଟଣା । ଏହି ଘଟଣା ସାରା ଓଡିଶା ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ରାଜ୍ୟ ସରକାର ଙ୍କ ଗୁଇନ୍ଦା ବିଭାଗ ପାଖରେ ସୂଚନା ଥିଲା ଯେ ହିଂସା କାଣ୍ଡ ହେବ ବୋଲି । କମିଟିର ଯେଉଁ ପ୍ରସ୍ତୁତି ବୈଠକ ହୋଇଥିଲା ଜିଲ୍ଲା ପ୍ରଶାସନ ମଧ୍ୟ ଏପରି ଘଟଣା ହେବ ବୋଲି ଉପସ୍ଥାପନା କରିଥିଲେ । ତେଣୁ ସମ୍ପୁର୍ଣ୍ଣ କଥାକୁ ରାଜ୍ୟ ସରକାର ଅଣଦେଖା କରିଛନ୍ତି। ଏଥିରୁ ଜଣାପଡ଼ୁଛି ଯେ, ରାଜ୍ୟ ସରକାର ଉଦ୍ଦେଶ୍ଯ ମୂଳକ ଭାବେ କରିଥାଇ ପାରନ୍ତି । ରାଜ୍ୟ ସରକାର ଭୋଟ ହାତେଇବା ପାଇଁ ହିନ୍ଦୁ ସମୁଦାୟ ଏବଂ ସମ୍ବଲପୁର ରେ ଶ୍ରଦ୍ଧାଳୁ ଏମାନଙ୍କ ପ୍ରତି ଅନ୍ୟାୟ କରିଛନ୍ତି ସରକାର। ଏଠି ପ୍ରଶ୍ନ ଉଠେ ଏତେ ବଡ଼ କାର୍ଯ୍ୟକ୍ରମ ହେଲା କିନ୍ତୁ ସମ୍ବଲପୁର ଏସପି ଅନୁପସ୍ଥିତ ଥିବା ଏବଂ ଏଫ୍ଆଇଆର ଦେଲା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା କିଏ ଅଟକାଇଛନ୍ତି। ସରକାର ସେମାନଙ୍କୁ ସୁରକ୍ଷା ଦେଉଛନ୍ତି କାହିଁକି। ରାଜ୍ୟ ସରକାରଙ୍କ କିଛି ମନ୍ଦ ଉଦ୍ଦେଶ୍ଯ ଅଛି କି। ଯଦି ସେମିତି କିଛି ନାହିଁ ତାହେଲେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ।

ସେପେଟ କେନ୍ଦ୍ରୀୟ ବିଜେପିର ତଦନ୍ତ ସମିତି ସମ୍ବଲପୁର ଗସ୍ତ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ । ଏହାକୁ ନେଇ ଏବେ ପୁଣି ଥରେ ରାଜ୍ୟ ରାଜନୀତି ସରଗରମ ହୋଇଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.