ETV Bharat / state

Shocking ! ୧୩ ମାସର ବାଛୁରୀ, ବିନା ଛୁଆରେ ଦେଉଛି ୩ ଲିଟର କ୍ଷୀର

author img

By ETV Bharat Odisha Team

Published : Sep 3, 2023, 11:49 AM IST

ବିନା ଛୁଆରେ ଦେଉଛି ୩ ଲିଟର କ୍ଷୀର
ବିନା ଛୁଆରେ ଦେଉଛି ୩ ଲିଟର କ୍ଷୀର

ଗର୍ଭବତୀ ହୋଇନଥିବା 13 ମାସର ବାଛୁରୀ ପ୍ରତି ଦିନ ଦେଉଛି 3 ଲିଟର କ୍ଷୀର । ବାଛୁରୀ ଦେଖିବା ପାଇଁ ଆସୁଛନ୍ତି ବହୁ ସଂଖ୍ୟାରେ ଲୋକେ । ଅଧିକ ପଢନ୍ତୁ

ବିନା ଛୁଆରେ ଦେଉଛି ୩ ଲିଟର କ୍ଷୀର

ଭଦ୍ରକ: ୧୩ ମାସର ବାଛୁରୀ । ବିନା ଛୁଆରେ ପ୍ରତିଦିନ ଦେଉଛି ୩ ଲିଟର କ୍ଷୀର । ବିଶ୍ବାସ ନ ହେଲେ ବି କଥାଟା ସତ୍ୟ । ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଫତେପୁର ପଞ୍ଚାୟତ ଜେନାସାହି ଅଧୀନ ହରକଣା ସାହିରେ । ତେବେ ବାଛୁରୀଟି ଛୁଆ ଜନ୍ମ ନ କରି ମଧ୍ୟ କ୍ଷୀର ଦେଉଥିବାରୁ ବହୁ ସଂଖ୍ୟାରେ ଲୋକେ ଏହି ବାଛୁରୀ ଦେଖିବା ପାଇଁ ପହଞ୍ଚୁଛନ୍ତି ।

ତେବେ ବାଛୁରୀଟି ଦିନକୁ 3 ଲିଟର କ୍ଷୀର ଦେଉଥିବାରୁ ବାଛୁରୀକୁ ଏବେ କାମଧେନୁ ବୋଲି କହୁଛନ୍ତି ସ୍ଥାନୀୟ ଲୋକେ । ସେହି କ୍ଷୀରକୁ ମନ୍ଦିରରେ ଭୋଗ ଲାଗି କରାଯାଉଥିବା ବେଳେ ବାଛୁରୀ ପାଳି ଥିବା ପରିବାର ଲୋକେ ମଧ୍ୟ ଖାଉଛନ୍ତି । ବିଗତ ଦୁଇ ମାସ ହେଲା ବାଛୁରୀଟି ଏପରି କ୍ଷୀର ଦେଉଛି ବୋଲି ଜଣାପଡିଛି । ଯାହାକୁ ନେଇ ଲୋକେ ଉକ୍ତ ବାଛୁରୀକୁ କାମଧେନୁ ବୋଲି କହୁଛନ୍ତି । ବିଭିନ୍ନ ପଶୁ ଡାକ୍ତର ଉକ୍ତ ବାଛୁରୀକୁ ପରୀକ୍ଷା ନିରୀକ୍ଷା କରିଥିଲେ ମଧ୍ୟ କିଛି ଜଣାପଡିନାହିଁ । ସେପଟେ କାମଧେନୁ ବୋଲି କହି ଗାଁ ସମେତ ଆଖପାଖ ଅଞ୍ଚଳର ବହୁ ଲୋକଙ୍କ ସମାଗମ ହେଉଛି ।

ଏହା ମଧ୍ୟ ପଢନ୍ତୁ- ଜମି ବିବାଦକୁ ନେଇ ବିବାଦ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗାଈ ଗୋରୁ ରଖି ଧାରଣା

ସୂଚନା ମୁତାବକ, ଜିଲ୍ଲାର ହରକଣା ସାହିରେ ସୁଦର୍ଶନ ଦାସ ପେଷାରେ ଜଣେ ଗୋପାଳକ । ତାଙ୍କ ଗୁହାଳରେ ଏକା ସଙ୍ଗେ 3 ଟି ଦୁଧିଆଳି ଗାଈ ଅଛନ୍ତି । ଦୁଇ ମାସ ତଳେ ଦିନେ ଗାଇଁଙ୍କର କ୍ଷୀର ଦୁହିଁବା ସମୟରେ ଉକ୍ତ ବାଛୁରୀର ଚୀରରୁ କ୍ଷୀର ଆପେ ଆପେ ବାହାରୁଥିବା ଦେଖିବାକୁ ପାଇଥିଲେ । କୌତୁହଳ ପୂର୍ବକ ଉକ୍ତ ବାଛୁରୀର କ୍ଷୀର ଦୁହିଁଥିଲେ । ଅନ୍ୟ ଦୁଧିଆଳି ଗାଈ ପରି ବାଛୁରୀ ଠାରୁ ପ୍ରାୟ ଦେଢ ଲିଟର କ୍ଷୀର ବାହାରିଥିଲା । ପରେ ସଂଧ୍ୟାରେ ମଧ୍ୟ ଦୁହିଁଥିଲେ ସୁଦର୍ଶନ । ସକାଳ ପରି କ୍ଷୀର ମଧ୍ୟ ବାହାରିଥିଲା । ସେବେ ଠାରୁ ଦୈନିକ ଦୁଇ ବେଳା କ୍ଷୀର ଦୁହାଁ ଯାଉଛି ବୋଲି କହିଛନ୍ତି ପରିବାର ଲୋକେ । ମାତ୍ର 13 ମାସ ବୟସର ଗର୍ଭବତୀ ହୋଇ ନ ଥିବା ଏବଂ କୃତ୍ରିମ ପ୍ରଜନନରୁ ଉତ୍ପନ୍ନ ମାଈ ବାଛୁରୀଟିଏ ଏବେ ଦିନକୁ 3 ଲିଟର କ୍ଷୀର ପ୍ରଦାନ କରୁଥିବା ଜଣାପଡ଼ିଛି । ତେବେ ଉପଯୁକ୍ତ ଲାଳନ ପାଳନ, ଖାଦ୍ୟ, ଯତ୍ନ ତଥା ଅତ୍ୟଧିକ ପ୍ରୋଲାକ୍ଟିନ, ଅକ୍ସିଟୋସିନ ଆଦି ହରମୋନ ପ୍ରଦାନ ଯୋଗୁଁ ଏହା ସମ୍ଭବ ହୋଇ ପାରିଥାଏ ବୋଲି ବିଭିନ୍ନ ପଶୁ ଡାକ୍ତର ମାନଙ୍କ ମତ ପ୍ରକାଶ କରିଛନ୍ତି । ହେଲେ ନିର୍ଦ୍ଦିଷ୍ଟ ଭାବେ କୌଣସି ପ୍ରତିକ୍ରିୟା ମିଳିନାହିଁ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.