ETV Bharat / state

ଜମି ବିବାଦକୁ ନେଇ ବିବାଦ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗାଈ ଗୋରୁ ରଖି ଧାରଣା

author img

By

Published : Apr 20, 2023, 6:23 PM IST

ଜମି ବିବାଦକୁ ନେଇ ଜୈନିକ ବ୍ୟକ୍ତିଙ୍କ ଘର ଭାଙ୍ଗି ଦେଇଥିବାର ଅଭିଯୋଗକୁ ନେଇ ପାଳିତ ଗାଈ ଗୋରୁ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ଅଧିକ ପଢନ୍ତୁ

land dispute in balangir
land dispute in balangir

ଜମି ବିବାଦକୁ ନେଇ ଧାରଣା

ବଲାଙ୍ଗୀର: ଜମି ବିବାଦକୁ ନେଇ ଅଭିନବ ଧାରଣା । ଗାଈଗୋରୁ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ଗ୍ରାମବାସୀ । ବଲାଙ୍ଗୀର ଜିଲ୍ଲା ପୁଇଁତଲା ବ୍ଲକ ରାଣୀକଟା ଗ୍ରାମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ସେହି ଗ୍ରାମର ପଞ୍ଚାନନ କବାଟଙ୍କ ପରିବାର ନିଜ ଜମିରେ ଘର ଓ ଗାଈ ଗୁହାଳ କରି ଦୀର୍ଘ ବର୍ଷ ହେବ ରହି ଆସୁଥିଲେ। ହେଲେ ତାଙ୍କ ଜମି ପାଖରେ କିଛି ସରକାରୀ ଜମି ଥିବା ବେଳେ ଯିବା ଆସିବା ପାଇଁ ରାସ୍ତା ରହିଥିଲା । କିନ୍ତୁ ଗ୍ରାମବାସୀ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କ ଗାଈ ଗୁହାଳ କିଛି ମାସ ହେବ ଭାଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ- ୫୦ ବର୍ଷରେ କେନ୍ଦ୍ରାପଡା ପ୍ରସିଦ୍ଧ ରାମଲୀଳା, ଖୋଲା ମଞ୍ଚ କଳାକାର ଅନୁଷ୍ଠାନକୁ ସହାୟତା କେବେ ?

ସେହିପରି ସେମାନେ ଯିବା ଆସିବା କରୁଥିବା ରାସ୍ତାକୁ ମଧ୍ୟ ତାର ବାଡ ଦେଇଥିବା ଅଭିଯୋଗ କରିଛନ୍ତି । ଏହାକୁ ନେଇ ପଞ୍ଚାନନ ଓ ତାଙ୍କ ବାପା ସ୍ଥାନୀୟ ପ୍ରଶାସନ, ପୋଲିସ ଓ ଜିଲ୍ଲାପାଳଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଥିଲେ । ହେଲେ ଏଯାଏଁ କୌଣସି ପଦକ୍ଷେପ କେହି ନେଇ ନଥିବା ବେଳେ ଏନେଇ ଆଜି ନ୍ୟାୟ ପାଇଁ ନିଜ ଗାଈଗୋରୁ ସହ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ଏଥିସହ ଆଗକୁ ତାଙ୍କୁ ନ୍ୟାୟ ନମିଳିଲେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ- Skill Conclave 2023: ଯୁବଗୋଷ୍ଠୀଙ୍କ ଦକ୍ଷତା ବିକାଶରେ ନୂଆ ସମ୍ଭାବନା ସୃଷ୍ଟି କରିବ କହିଲେ ନବୀନ

ତେବେ ପଞ୍ଚାନନ କବାଟଙ୍କ ଅଭିଯୋଗ ଅନୁସାରେ, ଦୀର୍ଘ ବର୍ଷ ହେଲା ସେମାନେ ନିଜ ଜମିରେ ଗାଈ ଗୁହାଳ ଓ ଘର କରି ରହି ଆସୁଥିଲେ । ହେଲେ ଗାଁରେ କିଛି ମହିଳା ତଥା ସ୍ୱାର୍ଥବାଦୀ ଗୋଷ୍ଠୀ ତାଙ୍କ ସହ ଶତ୍ରୁତା କରି ତାଙ୍କ ଗୁହାଳ ଓ ଘର ଭାଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି । ସେହିପରି ତାଙ୍କ ଯିବା ଆସିବା ରାସ୍ତାକୁ ମଧ୍ୟ ସେମାନେ ତାର ବଡ ଘେରି ଦେଇଥିବା ବେଳେ ଏମାନେ ଏବେ ଯିବା ଆସିବା ମଧ୍ୟ କରି ପାରୁ ନାହାନ୍ତି ବୋଲି ସେ କହିଛନ୍ତି । ଏହି ଘଟଣାକୁ ନେଇ ଜିଲ୍ଲାପାଳ, ପୋଲିସ ସମସ୍ତଙ୍କ ପାଖରେ ଅଭିଯୋଗ କରିବା ସତ୍ତ୍ବେ ଏହାର ସମାଧାନ ଶୀଘ୍ର ହେବାର ପ୍ରତିଶୃତି ଦେଇ ଆଜି ଯାଏଁ ତାଙ୍କୁ ନ୍ୟାୟ ମିଳି ନ ଥିବା ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.