ETV Bharat / state

ଶିଶୁ ଦିବସରେ ଭଦ୍ରକରେ 5T ଅନ୍ତର୍ଗତ 17 ସ୍କୁଲ ଲୋକାର୍ପିତ

author img

By

Published : Nov 14, 2021, 10:13 PM IST

5t transformation school  inaugurated in bhadrak
ଭଦ୍ରକରେ 5T ଉପକ୍ରମ ଅନ୍ତର୍ଗତ 17 ଗୋଟି ଉଚ୍ଚ ବିଦ୍ୟାଳୟ ଲୋକାର୍ପିତ

ଭଦ୍ରକ ଜିଲ୍ଲାରେ ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟ ଲୋକାର୍ପିତ। ମୁଖ୍ୟମନ୍ତ୍ରୀ ଶିଶୁ ଦିବସ ଅବସରରେ ଭର୍ଚୁଆଲ ମାଧ୍ୟମରେ ଲୋକାର୍ପିତ କରିଛନ୍ତି। ଅଧିକ ପଢନ୍ତୁ

ଭଦ୍ରକ: 5T କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲାରେ ରୂପାନ୍ତରୀତ ଉଚ୍ଚ ବିଦ୍ୟାଳୟ ଲୋକାର୍ପିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଶିଶୁ ଦିବସ ଅବସରରେ ଭର୍ଚୁଆଲ ମାଧ୍ୟମରେ ଏହାକୁ ଲୋକାର୍ପିତ କରିଛନ୍ତି।

ଭଦ୍ରକରେ 5T ଉପକ୍ରମ ଅନ୍ତର୍ଗତ 17 ଗୋଟି ଉଚ୍ଚ ବିଦ୍ୟାଳୟ ଲୋକାର୍ପିତ

ଓଡ଼ିଶାର ବିଭିନ୍ନ ଜିଲ୍ଲାରେ 5T ଉପକ୍ରମରେ ଉଚ୍ଚ ବିଦ୍ୟାଳୟ ରୂପାନ୍ତଣ ହେବାର ମୁଖ୍ୟ ଲକ୍ଷ ଛାତ୍ରଛାତ୍ରୀ ମାନଙ୍କୁ ଉନ୍ନତମାନର ଶିକ୍ଷା ପ୍ରଦାନ। ଏହି ଅବସରରେ ଆଜି ଭଦ୍ରକ ଜିଲ୍ଲା ସାବରଙ୍ଗ ଉଚ୍ଚ ବିଦ୍ୟାଳୟ ରେ, ପ୍ରଥମ ପର୍ଯ୍ୟାୟରେ 17 ଟି ନୂତନ ରୂପାନ୍ତରିତ ବିଦ୍ୟାଳୟର ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏନେଇ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଜିଲ୍ଲାର ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ଥିବା 17 ଗୋଟି ବିଦ୍ୟାଳୟ ମଧ୍ୟରୁ ଭଦ୍ରକ ବ୍ଲକରେ 4 ଟି ବିଦ୍ୟାଳୟ, ତିହିଡି ଓ ଚାନ୍ଦବାଲି ବ୍ଲକ ଅନ୍ତର୍ଗତ 3 ଗୋଟି, ବନ୍ତ. ଭଣ୍ଡାରିପୋଖରୀ ଏବଂ ବାସୁଦେବପୁର ବ୍ଲକ 2 ଗୋଟି ଓ ଧାମନଗର ବ୍ଲକ ରେ ଗୋଟିଏ ସ୍କୁଲ ରହିଛି।

ଏହି କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲାପାଳ ତ୍ରିଲୋଚନ ମାଝୀ, ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ବିଦ୍ୟାଳୟର ଶ୍ରେଣୀଗୃହ ଠାରୁ ଆରମ୍ଭ ବିଦ୍ୟାଳୟ ପରିସରର ବ୍ୟାପକ ଉନ୍ନତି ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏପରିକି ଲାଇବ୍ରେରୀ, ଉଦ୍ୟାନ, କ୍ରୀଡା ଭିତ୍ତିଭୂମିର ବିକାଶ, ସ୍ମାର୍ଟ ଶ୍ରେଣୀ ଗୃହ ଆଦିର ବହୁବିଧ ଉନ୍ନତି ହୋଇଛି। ସେଥିପାଇଁ ଶିକ୍ଷକ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଅଞ୍ଚଳବାସୀ ବେଶ ଖୁସି ଥିବା ଦେଖାଯାଇଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.