ETV Bharat / state

ବେଆଇନ ଗୋ ଚାଲାଣ ଅଭିଯୋଗ, 2 ଗିରଫ

author img

By

Published : Oct 24, 2020, 8:03 AM IST

ବେଆଇନ ଗୋ ଚାଲାଣ
ବେଆଇନ ଗୋ ଚାଲାଣ

ଭଦ୍ରକ ଜିଲ୍ଲାରେ ଗୋରୁ ଚାଲାଣ ଅଭିଯୋଗ । ବଜରଙ୍ଗ ଦଳଙ୍କ ହାବୁଡରେ ପଡିଥିବା 5 ଚାଲାଣକାରୀଙ୍କ ମଧ୍ୟରୁ 2 ଜଣକୁ ଗିରଫ କରିଛି ତିହିଡି ପୋଲିସ । ଅଧିକ ପଢନ୍ତୁ...

ଭଦ୍ରକ : ଜିଲ୍ଲାରେ ଗୋରୁ ଚାଲାଣ ଅଭିଯୋଗରେ 2 ଜଣଙ୍କ ନାଁରେ ଏତଲା । ଗୋରୁ ଚାଲାଣ ଅଭିଯୋଗରେ 5 ଜଣ ସାମିଲ ଥିବାବେଳେ 2 ଜଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଅନ୍ୟ ତିନି ଜଣକୁ ବାଦ ଦିଆଯାଇଥିବାରୁ ସ୍ଥାନୀୟ ବଜରଙ୍ଗ ଦଳ ପ୍ରତିବାଦ କରିଛି ।

ବେଆଇନ ଗୋ ଚାଲାଣ

ସୂଚନାଯୋଗ୍ୟ, ବଜରଙ୍ଗ ଦଳର କର୍ମୀମାନେ କୌଣସି ସୂତ୍ରରୁ ଖବର ପାଇ ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥ ବଡଗାଲ ଠାରେ 2ଟି ଗାଡିକୁ ଅଟକାଇଥିଲେ । ଗୋରୁ ଚାଲାଣ କରୁଥିବା 5 ଜଣ ଯୁବକ ଅତର୍କିତ ଭାବେ କର୍ମୀମାନଙ୍କୁ ଅଶ୍ଲିଳ ଭାଷାରେ ଗାଳିଗୁଲଜ କରିବା ସହ ଲୁହା ରଡରେ ମାରିବାକୁ ଉଦ୍ୟମ କରିଥିଲେ । ଏହା ଜାଣିବା ପରେ ସ୍ଥାନୀୟ ଲୋକେ ସେଠାରେ ରୁଣ୍ଡ ହୋଇଯାଇଥିଲେ ।

ଏହି ଘଟଣା ସମ୍ପର୍କରେ ତିହିଡି ପୋଲିସ ଗୋରୁ ବୋଝେଇ 2ଟି ଗାଡିକୁ ଜବତ କରିବା ସହ 10 ଗୋରୁକୁ ଉଦ୍ଧାର କରିଥିଲେ । ବଜରଙ୍ଗ ଦଳର କର୍ମୀ ଜୀବନ କୁମାର ବଳଙ୍କ ଏତଲା କ୍ରମେ ଥାନାରେ ଏକ ମାମଲା ରୁଜୁ କରାଯାଇଛି । ତେବେ 5 ଜଣ ଅଭିଯୁକ୍ତଙ୍କ ମଧ୍ୟରୁ 2 ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବାବେଳେ ଅନ୍ୟ 3 ଜଣଙ୍କୁ ପୋଲିସ ବାଦ ଦେଇଛି । ଯାହାକୁ ବଜରଙ୍ଗ ଦଳ ପକ୍ଷରୁ କଡା ପ୍ରତିବାଦ କରିଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.