ETV Bharat / state

5th Phase Voting: ଭୋଟ ଦେଉଛି ବରଗଡ ଓ ନବରଙ୍ଗପୁର

author img

By

Published : Feb 24, 2022, 10:13 AM IST

Updated : Feb 24, 2022, 10:52 AM IST

5th Phase Voting: ବରଗଡରେ ମତଦାନ ଆରମ୍ଭ
5th Phase Voting: ବରଗଡରେ ମତଦାନ ଆରମ୍ଭ5th Phase Voting: ବରଗଡରେ ମତଦାନ ଆରମ୍ଭ

ଆଜି ବରଗଡ ବ୍ଲକ ଓ ନବରଙ୍ଗପୁରର ଉମରକୋଟ ଓ ରାଇଘର ବ୍ଲକରେ ମତଦାନ କରୁଛନ୍ତି ମତଦାତା । ଅଧିକ ପଢନ୍ତୁ

ବରଗଡ଼: ପଞ୍ଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟ ବା ପଞ୍ଚମ ପର୍ଯ୍ୟାୟ । ଭୋଟ ଦେଉଛି ରାଜ୍ୟର 25 ଜିଲ୍ଲା । ତେବେ ବରଗଡ଼ ବ୍ଲକରେ ମଧ୍ୟ ସକାଳ 7ଟାରୁ ମତଦାନ ଆରମ୍ଭ ହୋଇଯାଇଛି । ବ୍ଲକରେ ଥିବା ସମସ୍ତ ପଞ୍ଚାୟତର ଭୋଟର ଆଜି ମତଦାନ କରୁଥିବାବେଳେ 27 ଗୋଟି ପଞ୍ଚାୟତରେ 361 ଗୋଟି ବୁଥରେ ମତସାବ୍ୟସ୍ତ କରୁଛନ୍ତି ମତଦାତା । ଏହି ସବୁ ବୁଥ ମଧ୍ୟରୁ 52 ଗୋଟି ସମ୍ବେଦନଶୀଳ ବୁଥ ରହିଥିବାରୁ ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ କରାଯାଇଛି । ବ୍ଲକରେ 2 ଗୋଟି ପିଙ୍କ ବୁଥ ଏବଂ ଗୋଟିଏ ମଡେଲ ବୁଥର ମଧ୍ୟ ଆୟୋଜନ କରାଯାଇଛି ।

5th Phase Voting: ବରଗଡରେ ମତଦାନ ଆରମ୍ଭ

ସକାଳ ୭ଟାରୁ ବୁଥରେ ପହଞ୍ଚି ମତଦାନ କରୁଛନ୍ତି ଭୋଟର । ବ୍ଲକର ସମସ୍ତ ପଞ୍ଚାୟତରେ ମୋଟ 527 ଜଣ ୱାର୍ଡ଼ ମେମ୍ବର ପ୍ରାର୍ଥୀ, 141 ଜଣ ସରପଞ୍ଚ ପ୍ରାର୍ଥୀ, 96 ଜଣ ସମିତି ସଭ୍ୟ ପ୍ରାର୍ଥୀ ଓ 19 ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଆଜି ଭାଗ୍ୟ ପରୀକ୍ଷା କରିବେ ବରଗଡ଼ ବ୍ଲକର 1 ଲକ୍ଷ 26 ହଜାର 997 ମତଦାତା ।

5th Phase Voting: ବରଗଡ ଓ ନବରଙ୍ଗପୁରରେ ଚାଲିଛି ଭୋଟିଂ

ସେହିପରି ନବରଙ୍ଗପୁର ଜିଲ୍ଲା ରାଇଘର ଓ ଉମରକୋଟ ବ୍ଲକର ୭ଟି ଜିଲ୍ଲା ପରିଷଦ ଆସନ ପାଇଁ ଆଜି ମତଦାନ ଚାଲିଛି । ଦୁଇଟି ବ୍ଳକର ୫୭୦ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି । ରାଇଘର ବ୍ଲକର ୪ଟି ଜିଲ୍ଲା ପରିଷଦଜୋନ୍ ପାଇଁ ୧୫ ଜଣ ଜିଲ୍ଲାପରିଷଦ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ସେଭଳି ୨୬ଟି ପଞ୍ଚାୟତର ସମିତି ସଭ୍ୟ ପଦ ପାଇଁ ୮୨ ଜଣ ପ୍ରାର୍ଥୀ ,୨୬ଟି ସରପଞ୍ଚ ପଦ ପାଇଁ ୯୩ଜଣ ପ୍ରାର୍ଥୀ ଓ ୨୯୨ ଜଣ ୱାର୍ଡ ମେମ୍ବରରୁ ୧୦୬ଜଣ ୱାର୍ଡ ମେମ୍ବର ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ଏମାନଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ ରାଇଘର ବ୍ଲକର ୧ଲକ୍ଷ ୨୩ହଜାର ୧୨୮ ଜଣ ଭୋଟର ।

ସେଭଳି ଉମରକୋଟ ବ୍ଲକର ୩ଟି ଜିଲ୍ଲାପରିଷଦ ଜୋନ୍ ପାଇଁ ୯ଜଣ ଜିଲ୍ଲାପରିଷଦ ପ୍ରାର୍ଥୀ, ୨୬ଜଣ ସମିତି ସଭ୍ୟ ପଦ ପାଇଁ ୮୦ଜଣ ଓ ୨୬ଟି ସରପଞ୍ଚ ପଦ ପାଇଁ ୮୮ ଜଣ ସରପଞ୍ଚ ପ୍ରାର୍ଥୀ ଓ ୨୯୬ଜଣ ୱାର୍ଡମେମ୍ବର ପଦରୁ ୯୭ଜଣ ପ୍ରତିଦ୍ବନ୍ଦିତା କରୁଛନ୍ତି । ଏମାନଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ ଉମରକୋଟ ବ୍ଲକର ୧ଲକ୍ଷ ୮ହଜାର୪୮ଜଣ ଭୋଟର । ଦୁଇଟି ବ୍ଳକରେ ନିର୍ବାଚନ ପରିଚାଳନା କରିବାକୁ ରାଇଘର ବ୍ଲକ ପାଇଁ ୯୬୩ଜଣ ସରକାରୀ କର୍ମଚାରୀ ଓ ଉମରକୋଟ ବ୍ଲକରେ ୯୭୮ ଜଣ ସରକାରୀ କର୍ମଚାରୀଙ୍କୁ ନିୟୋଜି କରାଯାଇଛି ।

ଉମରକୋଟ ବ୍ଲକରେ ୨୯୬ ବୁଥମଧ୍ୟରୁ ୩୯ ଟି ସମ୍ବେଦନଶିଳ ବୁଥ ଓ ୬ଟି ଅତି ସମ୍ବେଦନଶୀଳ ବୁଥ ରହିଛି । ରାଇଘର ବ୍ଲକରେ ୨୯୨ ବୁଥ ମଧ୍ୟରୁ ୧୫ଟି ସମ୍ବେଦନଶୀଳ ବୁଥ ଓ ୨୬ଟି ଅତିସମ୍ବେଦନଶୀଳ ବୁଥ ରହିଛି । ମାଓ ଅଧ୍ୟୁଷିତ ଅଞ୍ଚଳରେ ମତଦାନ ଆରମ୍ଭ ହୋଇଥିବାରୁ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପୋଲିସ ଅଧିକାରୀଙ୍କ ସମେତ ୨ ହଜାର ୮୫ ପୋଲିସ୍‌ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଜିଲ୍ଲାକୁ ଲାଗିଥିବା ସୀମାର ପ୍ରବେଶ ପଥ ଗୁଡ଼ିକରେ ଯାଞ୍ଚ କଡାକଡି କରାଯାଇଛି ।

ବରଗଡରୁ ରାଜେଶ ସରାପ ଓ ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Last Updated :Feb 24, 2022, 10:52 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.