ETV Bharat / state

ଭିଜିଲାନ୍ସ ଜାଲରେ ଚକ୍ଷୁ ବିଭାଗର ଟେକ୍ନିସିଆନ

author img

By

Published : Aug 4, 2021, 12:07 PM IST

ଭିଜିଲାନ୍ସ ଜାଲରେ ଚକ୍ଷୁ ବିଭାଗର ଟେକ୍ନିସିଆନ
ଭିଜିଲାନ୍ସ ଜାଲରେ ଚକ୍ଷୁ ବିଭାଗର ଟେକ୍ନିସିଆନ

ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ । ପଦ୍ମପୁର ଡାକ୍ତରଖାନାର ଚକ୍ଷୁ ବିଭାଗର ଟେକ୍ନିସିଆନଙ୍କ ଘରେ ଭିଜିଲାନ୍ସ ଚଢାଉ । ଅଧିକ ପଢନ୍ତୁ...

ବରଗଡ: ଭିଜିଲାନ୍ସ ଜାଲରେ ପଦ୍ମପୁର ଡାକ୍ତରଖାନାର ଚକ୍ଷୁ ବିଭାଗରେ କାର୍ଯ୍ୟରତ ଟେକ୍ନିସିଆନ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଟେକ୍ନିସିଆନ କିଶୋର ଚନ୍ଦ୍ର ପ୍ରଧାନ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ଆଜି ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଛି । ସମ୍ବଲପୁର , ବରଗଡ ଓ ସୋନପୁର ଜିଲ୍ଲାର ଭିଜଲାନ୍ସ ଅଧିକାରୀ ଦୁଇଟି ଟିମ ଗଠନ କରି ଏକ କାଳୀନ ଭାବରେ ପଦ୍ମପୁର କଲେଜ ରୋଡ଼ ସ୍ଥିତ କିଶୋରଙ୍କର ବାସଭବନ ଓ ତାଙ୍କ ପୈତୃକ ଘର ଟାଲ ଗାଁରେ ଚଢାଉ କରିଛନ୍ତି ।

ଭିଜିଲାନ୍ସ ଜାଲରେ ଚକ୍ଷୁ ବିଭାଗର ଟେକ୍ନିସିଆନ

ବର୍ତ୍ତମାନ ଭିଜିଲାନ୍ସ ଟିମ ପକ୍ଷରୁ ବ୍ୟାଙ୍କ ଅକାଉଣ୍ଟ ,ସୁନା ଗହଣା ଏବଂ ଜମିପଟା ମାନ ଯାଞ୍ଚ କରାଯାଉଛି । ସମସ୍ତ ଯାଞ୍ଚ ପ୍ରକ୍ରିୟା ଶେଷ ହେବାପରେ କିଶୋର କେତେ ସମ୍ପତ୍ତିର ମାଲିକ ତାହା ସଠିକ ଜଣାପଡିବ ବୋଲି ଭିଜିଲାନ୍ସ ଅଧିକାରୀ ଜଣାଇଛନ୍ତି ।

ବରଗଡରୁ ରାଜେସ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.