ETV Bharat / state

ଛେଳି ଚୋରୀ ହେଲା କାଳ, ଆକ୍ରମଣରେ ଚାଲିଗଲା ଚୋରର ଜୀବନ

author img

By

Published : Jul 30, 2021, 8:27 AM IST

ଛେଳି ଚୋରି କରିବା ଚୋରକୁ ପଡ଼ିଲା ମହଙ୍ଗା । ଚୋରି କରିବାକୁ ଯାଇଥିବା ବେଳେ ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହୋଇ ଜୀବନ ହରାଇଲା ଚୋର । ଅଧିକ ପଢନ୍ତୁ...

ଛେଳି ଚୋରୀ ହେଲା କାଳ,  ଆକ୍ରମଣରେ ଚାଲିଗଲା ଚୋରର ଜୀବନ
ଛେଳି ଚୋରୀ ହେଲା କାଳ, ଆକ୍ରମଣରେ ଚାଲିଗଲା ଚୋରର ଜୀବନ

ବରଗଡ: ଛେଳି ଚୋରି କରିବା ଚୋରକୁ ପଡ଼ିଲା ମହଙ୍ଗା । ଛେଳି ଚୋରି କରୁ କରୁ ଚାଲିଗଲା ଜୀବନ । ଚୋରି କରିବାକୁ ଯାଇଥିବା ବେଳେ ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହୋଇ ଜୀବନ ହରାଇଲା ଚୋର । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବରଗଡ଼ ଟାଉନ ଥାନା ଅନ୍ତର୍ଗତ କୁରୁଆଁ ଗ୍ରାମରେ ।

ଛେଳି ଚୋରୀ ହେଲା କାଳ, ଆକ୍ରମଣରେ ଚାଲିଗଲା ଚୋରର ଜୀବନ

ସୂଚନା ଅନୁଯାୟୀ ବରଗଡ଼ ଟାଉନ ଥାନା ଅନ୍ତର୍ଗତ କୁରୁଆଁ ଗ୍ରାମରୁ କିଛଦିନ ହେଲା ବାରମ୍ବାର ଛେଳି ଚୋରୀ ହେଉଥିଲା । ଫଳରେ ଚୋରକୁ ଧରିବା ପାଇଁ ଗ୍ରାମର କିଛି ଲୋକେ ରାତିରେ ଲୁଚି ରହିଥିଲେ । ବୁଧବାର ରାତିରେ 2 ଜଣ ଚୋର ବାଇକରେ ଆସି ଛେଳି ଚୋରି କରିବାର ଉଦ୍ୟମ କରୁଥିବା ବେଳେ ଧରାପଡିଥିଲେ । ଏହା ପରେ ଗ୍ରାମବାସୀ ଓ ଚୋରଙ୍କ ମଧ୍ୟରେ ମାରପିଟ ହୋଇଥିବା ବେଳେ ଘଟଣାସ୍ଥଳରେ ଜଣେ ଚୋର ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇ ଫେରାର ହୋଇଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ତେବେ ଘଟଣାସ୍ଥଳକୁ ଟାଉନ ଥାନା ପୋଲିସ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.