ETV Bharat / state

Padmapur By Poll: ମୁଖ୍ୟମନ୍ତ୍ରୀ ଆପଣ ଥକିଗଲେଣି, ବୁଝିବିଚାରି ଉତ୍ତର ଦିଅନ୍ତୁ: ଧର୍ମେନ୍ଦ୍ର

author img

By

Published : Dec 3, 2022, 8:30 PM IST

Etv Bharat
Etv Bharat

ମୁଖ୍ୟମନ୍ତ୍ରୀ ଦୀର୍ଘ 22 ବର୍ଷ ହେବ ରାଜ୍ୟର ଶାସନ ଦାୟିତ୍ୱରେ ରହିବା ପରେ ମଧ୍ୟ ଗତକାଲି ପଦ୍ମପୁରରେ ଅନେକ କିଛି କରିବାର ମିଛ ପ୍ରତିଶ୍ରୁତି ଦେଇଛନ୍ତି । 2019 ରେ ମୁଖ୍ୟମନ୍ତ୍ରୀ ଖୁବ ଶୀଘ୍ର ପଦ୍ମପୁରକୁ ଜିଲ୍ଲା କରିବା ନେଇ ପ୍ରତିଶ୍ରୁତି ଦେଇଥିବା ବେଳେ ଗତକାଲି 2023ରେ ପଦ୍ମପୁରକୁ ପୁଣି ଜିଲ୍ଲା କରିବା କଥା କହିଛନ୍ତି ବୋଲି କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ

ପଦ୍ମପୁର/ବରଗଡ: ମୁଖ୍ୟମନ୍ତ୍ରୀ ଦୀର୍ଘ 22 ବର୍ଷ ହେବ ରାଜ୍ୟର ଶାସନ ଦାୟିତ୍ୱରେ ରହିବା ପରେ ମଧ୍ୟ ଗତକାଲି ପଦ୍ମପୁରରେ ଅନେକ କିଛି କରିବାର ମିଛ ପ୍ରତିଶ୍ରୁତି ଦେଇଛନ୍ତି । 2019 ରେ ମୁଖ୍ୟମନ୍ତ୍ରୀ ଖୁବ ଶୀଘ୍ର ପଦ୍ମପୁରକୁ ଜିଲ୍ଲା କରିବା ନେଇ ପ୍ରତିଶ୍ରୁତି ଦେଇଥିବା ବେଳେ ଗତକାଲି 2023ରେ ପଦ୍ମପୁରକୁ ଜିଲ୍ଲା କରିବା କଥା କହିଛନ୍ତି ବୋଲି କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଆପଣ ଥକିଗଲେଣି ମୁଖ୍ୟମନ୍ତ୍ରୀ ମହାଶୟ, ବୁଝିବିଚାରି ଉତ୍ତର ଦିଅନ୍ତୁ: ଧର୍ମେନ୍ଦ୍ର

1993ରେ ଜିଲ୍ଲା ଗଠନ ବେଳେ ପଦ୍ମପୁରକୁ ଜିଲ୍ଲା କରାଇ ଦେଇନଥିବା ଲୋକମାନେ ଆଜି ମୁଖ୍ୟମନ୍ତ୍ରୀଙ୍କ ପାଖଲୋକ । ଗତ 1 ତାରିଖରେ ଓଡିଶାର ରାଜସ୍ୱ ମନ୍ତ୍ରୀ ବର୍ତ୍ତମାନ ରାଜ୍ୟରେ ନୂତନ ଜିଲ୍ଲା ଗଠନ କରିବାର ଯୋଜନା ନଥିବା ବିଧାନସଭାର ପବିତ୍ର ଗୃହରେ କହିଛନ୍ତି । ପଦ୍ମପୁରର ନୀରିହ ଲୋକଙ୍କ ଆଗରେ ମୁଖ୍ୟମନ୍ତ୍ରୀ ଅସତ୍ୟ କହିଛନ୍ତି । ମୁଖ୍ୟମନ୍ତ୍ରୀ ପାଇକମାଲକୁ ଏନଏସି କରିବାର କଥା କହୁଥିବା ବେଳେ 22 ବର୍ଷ କଣ କରୁଥିଲେ ? ଭୋଟ ପାଇବା ପାଇଁ ମୁଖ୍ୟମନ୍ତ୍ରୀ ମିଛ କହିବାକୁ ପଛାଉନାହାନ୍ତି । ମୁଖ୍ୟମନ୍ତ୍ରୀ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ପଦ୍ମପୁରରେ କେଉଁଠି ରେଳ ଷ୍ଟେସନ ହେବାର ପ୍ରଶ୍ନ ପଚାରୁଛନ୍ତି । କିନ୍ତୁ ପଦ୍ମପୁରରେ ନିଜେ ରେଳ ଲାଇନ କରିବାର ମିଛ ହୋର୍ଡିଂ ଲଗାଇଛନ୍ତି । ପଦ୍ମପୁର ଉପନିର୍ବାଚନ (Padmapur By Poll) ର ଶେଷ ଦିନରେ ପୁଣି ଥରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି ଏଭଳି ଗର୍ଜିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ( Union Minister Dharmendra Pradhan) ।

ଏହାବି ପଢନ୍ତୁ- ବିଜେଡି ଗୁଣ୍ଡାଗର୍ଦ୍ଦି କରୁଛି କହିଲେ ସୁଶାନ୍ତ ସିଂ, ବର୍ଷା କହିଲେ ୪୦୦ କୋଟି ଓଡିଶା...

ମୁଖ୍ୟମନ୍ତ୍ରୀଙ୍କୁ ସିଧା ସଖଳର ଟାର୍ଗେଟ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହୁରି କହିଛନ୍ତି, ‘‘ରାଜ୍ୟ ସରକାରଙ୍କ ପ୍ରଶ୍ନରେ କେନ୍ଦ୍ର ରେଳ ମନ୍ତ୍ରୀ ଉତ୍ତର ରଖିଛନ୍ତି । ପଦ୍ମପୁରରେ ରେଳଲାଇନ ପାଇଁ ରାଜ୍ୟ ସରକାରଙ୍କ ସଂସ୍ଥା ଓଆଇଆରଡିଏଲକୁ କାମ ଦିଆଯାଇଛି । ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଏହି କମ୍ପାନୀର ଚେୟାରମ୍ୟାନ । ତେଣୁ କେଉଁ କେଉଁ ସ୍ଥାନ ଦେଇ ରେଳ ଲାଇନ ଯିବ ସେ ଏହାର ଉତ୍ତର ରଖିଲେ ଭଲ ହୁଅନ୍ତା ।’’

ଏହାବି ପଢନ୍ତୁ- ବିଜେଡି ମଞ୍ଚରେ ବିଜେପି ଟ୍ରିକ ! ମୁଖ୍ୟମନ୍ତ୍ରୀଙ୍କୁ ମଞ୍ଚରେ 6 ଥର ମୁଣ୍ଡିଆ ମାରିଲେ ବର୍ଷା

ସେହିପରି ଧର୍ମେନ୍ଦ୍ର କହିଛନ୍ତି ପ୍ରଧାନମନ୍ତ୍ରୀ ନୁହେଁ ବରଂ ମୁଖ୍ୟମନ୍ତ୍ରୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ମୁଖ୍ୟମନ୍ତ୍ରୀ ଠିକରେ ହିସାବ ନ ଦେଇ କେନ୍ଦୁପତ୍ରରେ 18% ଜିଏସଟି ଲାଗିବା କଥା କହୁଛନ୍ତି । ରାଜ୍ୟର ଅର୍ଥମନ୍ତ୍ରୀ ଦିନେ ବି ଜିଏସଟି କାଉନସିଲରେ ଏହି ପ୍ରସଙ୍ଗ ଉଠାଇନାହାନ୍ତି । ମୁଖ୍ୟମନ୍ତ୍ରୀ ଭୁଲିଗଲେ, ସେହି 18% ଜିଏସଟିରୁ 9% ଓଡିଶାର ରାଜସ୍ୱକୁ ଆସୁଛି। ମୁଖ୍ୟମନ୍ତ୍ରୀଙ୍କ ନୈତିକତା ଥିଲେ, ଆଜି ସନ୍ଧ୍ୟାରେ କୁହନ୍ତୁ, ଆବାସ ପ୍ଲସ ପୋର୍ଟାଲ ଖୋଲିବା ବେଳେ କାହିଁକି ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଦେଲେ ନାହିଁ ? କାହିଁକି ବରଗଡ ସମେତ ପଶ୍ଚିମ ଓଡିଶାର 14ଟି ଜିଲ୍ଲାକୁ ଗୋଟିଏ ବି ଘର ଆବଣ୍ଟନ କରାଯାଇନାହିଁ ? ବିଜେପିର ସାଂସଦ ମାନଙ୍କ ବିରୋଧ କାରଣରୁ ମୁଖ୍ୟମନ୍ତ୍ରୀଙ୍କ ଠକାମୀ ଧରାପଡିଛି ।

ଏହାବି ପଢନ୍ତୁ- Padmapur By Poll: ପଦ୍ମପୁରରେ ଅପରାଜିତାଙ୍କ ଧୂଆଁଧାର ପ୍ରଚାର

ମୁଖ୍ୟମନ୍ତ୍ରୀ ବିଜେପୁର ଓ ହିଞ୍ଜିଳିକାଟୁରେ ପ୍ରାର୍ଥୀ ହୋଇଥିଲେ । କିନ୍ତୁ ଆଜି ସେହି ଅଞ୍ଚଳରୁ ଯୁବକ ମାନେ ବାହାରକୁ ଦାଦନ ଖଟିବା ପାଇଁ ଯାଉଛନ୍ତି । 2019ରେ ମୁଖ୍ୟମନ୍ତ୍ରୀ ବରଗଡ଼ ଜିଲ୍ଲାରୁ ପ୍ରତିନିଧିତ୍ୱ କରିବା ପାଇଁ ଆସିଥିଲେ କିନ୍ତୁ ଲୋକଙ୍କ ବିଶ୍ୱାସରେ ବିଷ ଦେଲେ। ମୁଖ୍ୟମନ୍ତ୍ରୀଙ୍କ କଥାକୁ ପଦ୍ମପୁରବାସୀ ଆଉ ବିଶ୍ୱାସ କରିବେ ନାହିଁ ।

ଆଜି ଶେଷ ଦିନରେ ମଧ୍ୟ ବିଜେପି ପଦ୍ମପୁରରେ ହାଇଭଲଟେଜ ପ୍ରଚାର କରିଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିରୋଧୀ ଦଳ ନେତା, ବରଗଡ ସାଂସଦ, କଳାହାଣ୍ଡି ସାଂସଦ, ବଲାଙ୍ଗୀର ସାଂସଦ, ଛତିଶଗଡ ମହାସମୁନ୍ଦ ସାଂସଦ ବିଜେପି ବିଧାୟକ ମାନେ ସମସ୍ତ ବରିଷ୍ଠ ନେତା ସାମିଲ ହୋଇଥିଲେ ।

ଇଟିଭି ଭାରତ, ପଦ୍ମପୁର(ବରଗଡ)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.