ETV Bharat / state

Padampur Bypoll: ୧ଟା ସୁଦ୍ଧା 46.96 ପ୍ରତିଶତ ମତଦାନ

author img

By

Published : Dec 5, 2022, 10:22 AM IST

Updated : Dec 5, 2022, 2:11 PM IST

Etv Bharat
Etv Bharat

ପଦ୍ମପୁର ଉପନିର୍ବାଚନ ପାଇଁ ଜାରି ରହିଛି ମତଦାନ ପ୍ରକ୍ରିୟା । ଦିନ ୧ଟା ସୁଦ୍ଧା 46.96 ପ୍ରତିଶତ ମତଦାନ ହୋଇଛି । ଅଧିକ ପଢନ୍ତୁ

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ପାଇଁ ଜାରି ରହିଛି ଭୋଟିଂ ପ୍ରକ୍ରିୟା । ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ ପ୍ରକ୍ରିୟା । ୩୧୯ଟି ବୁଥରେ ମତଦାନ ଜାରି ରହିଥିବା ବେଳେ ସକାଳ ୯ଟା ସୁଦ୍ଧା ୮.୫ ପ୍ରତିଶତ ମତଦାନ ହୋଇଛି । ସେହିପରି ଦିନ ୧୧ଟା ସୁଦ୍ଧା ୨୯.୭୩ ପ୍ରତିଶତ ଓ ଦିନ ୧ଟା ସୁଦ୍ଧା 46.96 ପ୍ରତିଶତ ମତଦାନ ହୋଇଛି । ବର୍ତ୍ତମାନ ସମସ୍ତ ବୁଥରେ କଡା ସୁରକ୍ଷାବଳ ମଧ୍ୟରେ ମତ ସାବ୍ୟସ୍ତ କରୁଛନ୍ତି ଭୋଟର । ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି ।

ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି, ''ସବୁଠୁ ଶାନ୍ତି ଶୃଙ୍ଖଳାର ସହ ଭୋଟିଂ ଚାଲିଛି । କୌଣସି ସ୍ଥାନରେ ଆଇନ୍ ଶୃଙ୍ଖଳା ସ୍ଥିତି ଆସିନାହିଁ । ଭୋଟର ମାନଙ୍କୁ ସବୁ ପ୍ରକାର ସହଯୋଗ କରାଯାଉଛି । ୧୨ ଜଣ ଜୋନାଲ ମାଜିଷ୍ଟ୍ରେଟ, ୩୬ ସେକ୍ଟର ଅଫିସର, ୪୫ ମୋବାଇଲ ପୋଲିସ ପାର୍ଟି ନିୟୋଜିତ ଅଛନ୍ତି । ମକ ପୋଲ ସମୟରେ ୪ଟି ବୁଥରେ ମତଦାନ ସମୟରେ ୪ଟି ବୁଥରେ ଇଭିଏମ ତ୍ରୁଟି ହୋଇଥିଲା । ବର୍ତ୍ତମାନ ସୁଦ୍ଧା ୪ଟା ବ୍ୟାଲଟ ୟୁନିଟ, ୩ଟା କଣ୍ଟ୍ରୋଲ ୟୁନିଟ ,୮ଟା ଭିଭିପାଟ ରିପ୍ଲେସ କରାଯାଇଛି । ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ ଜାରି ରହିବ''।

Padampur Bypoll

ସେ ଆହୁରି ମଧ୍ୟ କହିଛନ୍ତି ଯେ, ''ଅଧିକରୁ ଅଧିକ ଭୋଟର ନିଜର ମତ ସାବ୍ୟସ୍ତ କରନ୍ତୁ । ରାଜ୍ୟ ପୋଲିସ ବ୍ୟତୀତ ୯ କମ୍ପାନୀ ପାରା ମିଲିଟାରୀ ଫୋର୍ସ ମୁତୟନ ହୋଇଛନ୍ତି । ଭୋଟ ସରିବା କ୍ଷଣି ପୋଲିଂ ପାର୍ଟଙ୍କୁ ସ୍ଥାନାନ୍ତର ପାଇଁ ବ୍ୟବସ୍ଥା ହୋଇଛି । ମାଓପ୍ରବଣ ଅଞ୍ଚଳ ସହ ମୋଟ ୭୭ଟି ସମ୍ବେଦନଶୀଳ ବୁଥ ପାଇଁ ଆଜି ସକାଳୁ ପୋଲିଂ ବୁଥକୁ ଯାଇଥିଲେ ପୋଲିଂ କର୍ମଚାରୀ '' ।

ଆଜି ପଦ୍ମପୁରରେ ମତଦାନ କରିବେ ୨ ଲକ୍ଷ ୫୭ ହଜାର ୪୭୪ ଭୋଟର । ସେମାନଙ୍କ ମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୨୯ ହଜାର ୪୯୭ ରହିଛି ଏବଂ ମହିଳା ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୨୭ହଜାର ୫୬୫ ରହିଛି । ପଦ୍ମପୁର, ପାଇକମାଳ ଓ ଝାରବନ୍ଦ ବ୍ଲକରେ ୬ଟି ପିଙ୍କ ବୁଥରେ ମହିଳା ମାନେ ମତଦାନ କରୁଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Dec 5, 2022, 2:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.