ETV Bharat / state

ଜାତୀୟ କ୍ୟାନସର ସଚେତନ ଦିବସ ପାଳିଲେ ରୋଗରୁ ବର୍ତ୍ତିଯାଇଥିବା ରୋଗୀ

author img

By

Published : Nov 8, 2022, 10:38 AM IST

ଜାତୀୟ କ୍ୟାନସର ସଚେତନ ଦିବସ
ଜାତୀୟ କ୍ୟାନସର ସଚେତନ ଦିବସ

ବରଗଡରେ ଜାତୀୟ କ୍ୟାନସର ଦିବସ ପାଳିଲେ କ୍ୟାନସର ସରଭାଇଭର ମାନଙ୍କ ଦ୍ଵାରା ଗଠିତ ଫାଇଟର୍ସ ଗ୍ରୁପ । ଅଧିକ ପଢନ୍ତୁ

ବରଗଡ: କ୍ୟାନସର, ଏହି ରୋଗର ନାଁ ଶୁଣିଲେ ଲୋକଙ୍କ ମନରେ ଛନକା ପଶିଯାଏ । ଅନେକ ଲୋକ ଏଥିରେ ଆକ୍ରାନ୍ତ ହୋଇ ଜୀବନ ହରାଇଥିବା ବେଳେ କେହି କେହି କର୍କଟକୁ ହରାଇ ଜୀବନକୁ ଜିତିଥାନ୍ତି । ଏପରି ସମସ୍ୟା ପାଇଁ କେବଳ ସାହସ ଓ ସଚେତନତା ଜରୁରୀ । କ୍ୟାନସର ଭୟର ପରାଜିତ ମନୋଭାବ ନରଖି ଏହାକୁ ହରାଇବା ପାଇଁ ମନୋବଳକୁ ଦୃଢ କରିବା ଦରକାର । ଏଥିପ୍ରତି ସଚେତନ ହେବା ଆବଶ୍ୟକ । ଏନେଇ ପ୍ରତିବର୍ଷ ନଭେମ୍ବର ୭କୁ ଜାତୀୟ କର୍କଟ ସଚେତନତା ଦିବସ ଭାବରେ ପାଳନ କରାଯାଏ । ଏନେଇ ବରଗଡରେ ଜାତୀୟ କ୍ୟାନସର ସଚେତନ ଦିବସ ପାଳିତ ହୋଇଯାଇଛି । ଜିଲ୍ଲାରେ କ୍ୟାନସର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ କ୍ୟାନସର ସରଭାଇଭର ମାନଙ୍କ ଦ୍ଵାରା ଗଠିତ ଫାଇଟର୍ସ ଗ୍ରୁପ ଦ୍ବାରା ଏହି ଦିବସ ପାଳିତ ହୋଇଛି ।

ଜାତୀୟ କ୍ୟାନସର ସଚେତନ ଦିବସ

ସ୍ଥାନୀୟ ମିନି ଷ୍ଟେଡିୟମ ପରିସରରୁ ଏକ କ୍ୟାନସର ସଚେତନତା ରାଲି ବାହାରି ସହର ପରିକ୍ରମା କରିବା ସହ ସ୍ଥାନୀୟ ମହିଳା ମହାବିଦ୍ୟାଳୟରେ ଏକ ନାଟକ ବରଗଡ଼ ବିକାଶ ନର୍ସିଙ୍ଗ କଲେଜ ଛାତ୍ରୀ ମାନଙ୍କ ଦ୍ଵାରା ପରିବେଷଣ କରାଯାଇଥିଲା । ବିଶେଷ କରି ମହିଳା ମାନଙ୍କ ନିଟକରେ କ୍ୟାନସର ରୋଗ ଅଧିକ ମାତ୍ରାରେ ଦେଖାଦେଉଥିବାବେଳେ ସେମାନଙ୍କୁ ସଚେତନ କରାଯିବ ଉଦ୍ଦେଶ୍ୟରେ ଏହି ନାଟକର ଆୟୋଜନ କରାଯାଇଥିଲା । ଏହି ସଚେତନତା କାର୍ଯ୍ୟକ୍ରମରେ ବରଗଡର ବିଭିନ୍ନ ସମାଜସେବୀ ସଂଗଠନ ଯୋଗ ଦେଇଥିଲେ ।

ବିଶ୍ବରେ ଦ୍ବିତୀୟ ବଡ ରୋଗ ଭାବରେ ଉଭା ହୋଇଛି କ୍ୟାନସର । ସାଧାରଣ ଲୋକଠାରୁ ନେଇ ସେଲିବ୍ରିଟି ସମସ୍ତଙ୍କୁ କାବୁ କରିଛି କର୍କଟ । ପୂର୍ବରୁ ଏ ରୋଗ ସମ୍ପର୍କରେ କେହି ସଚେତନ ନଥିଲେ । ପ୍ରାରମ୍ଭିକ ପର୍ଯ୍ୟାୟରେ ରୋଗ ବିଷୟରେ ସଚେତନ ହେଲେ ଏହାର ପ୍ରତିକାର ସମ୍ଭବପର ହୋଇଥାଏ । କର୍କଟ ରୋଗକୁ ରୋକିବା ପାଇଁ ଉପାୟ ଏବଂ ପ୍ରାରମ୍ଭିକ ଲକ୍ଷଣ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ସୂଚନା ବୁକଲେଟ୍ ବାଣ୍ଟି ଏହି ଦିନ ପାଳନ କରାଯାଇଥାଏ । ରୋଗକୁ ହରାଇବାରକୁ ମେଡିସିନଠୁ ଅଧିକ କାମ ଦିଏ ମନୋବଳ ଓ ସଚେତନତା ।
୧୯୭୫ରେ ଭାରତରେ ଜାତୀୟ କର୍କଟ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ୨୦୧୪ ସେପ୍ଟେମ୍ବରରେ ତତ୍କାଳୀନ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ଦ୍ବାରା ପ୍ରଥମେ ଜାତୀୟ କର୍କଟ ସଚେତନତା ଦିବସ ଘୋଷଣା କରାଯାଇଥିଲା । ଏହି ଦିନର ଲକ୍ଷ୍ୟ କର୍କଟ ଚିକିତ୍ସା ସୁବିଧା ଆରମ୍ଭ କରିବା । ୧୯୮୪-୮୫ରେ ଏହାର ଲକ୍ଷ୍ୟରେ ପରିବର୍ତ୍ତନ ଅଣାଯାଇଥିଲା । କର୍କଟ ରୋଗର ଶୀଘ୍ର ଚିହ୍ନଟ ଏବଂ ପ୍ରତିରୋଧ ଉପରେ ଗୁରୁତ୍ବ ଦିଆଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.