ETV Bharat / state

ବସକୁ ପିଟିଲା ଟ୍ରକ, ଜଣେ ମୃତ ୬ ଜଣ ଗୁରୁତର ଆହତ

author img

By

Published : Feb 5, 2023, 8:47 PM IST

ବସକୁ ପିଟିଲା ଟ୍ରକ
ବସକୁ ପିଟିଲା ଟ୍ରକ

ବରଗଡ଼ ଜିଲ୍ଲା ସୋହେଲା କଲେଜ ଛକରେ ଶନିବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଅଧିକ ପଢନ୍ତୁ

ବରଗଡ: ଜିଲ୍ଲାର ସୋହେଲା ବ୍ଲକର କଲେଜ ଛକଠାରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । କଲେଜ ଛକଠାରେ ଏକ ତୀର୍ଥଯାତ୍ରୀ ବସ୍ ରାସ୍ତାକଡରେ ଠିଆ ହୋଇଥିବା ବେଳେ ଏକ ଟ୍ରକ ପଛ ପଟୁ ଆସି ଧକ୍କା ଦେଇଥିଲା । ଯହା ଫଳରେ ଜଣେ ତୀର୍ଥ ଯାତ୍ରୀଙ୍କର ଏଥିରେ ମୃତ୍ୟୁ ଘଟିଛି । ସେହିପରି ୬ ଜଣ ଯାତ୍ରୀ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ସଙ୍ଗେସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ ପରେ ବୁର୍ଲା ଭିମସାର ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।

ଏହା ବି ପଢନ୍ତୁ...ପାକିସ୍ତାନ କ୍ବେଟାରେ ବଡ ଧରଣର ବିସ୍ଫୋରଣ, ଅନେକ ଆହତ ସୂଚନା

ବରଗଡ଼ ଜିଲ୍ଲା ସୋହେଲା କଲେଜ ଛକରେ ଶନିବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ତୀର୍ଥଯାତ୍ରୀ ବସ୍‌ ସୋହେଲା କଲେଜ ସମ୍ମୁଖ ରାସ୍ତାକଡରେ ଛିଡ଼ା ହୋଇଥିଲା । ଏହି ସମୟରେ ଏକ କଣ୍ଟେନର ତଥା ଟ୍ରକ ଆସି ବସକୁ ପଛ ପଟରୁ ଧକ୍କା ଦେଇଥିଲା । ଯାହା ଫଳରେ ଘଟଣାସ୍ଥଳରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା । ଦୁର୍ଘଟଣାଗ୍ରସ୍ତ ବସ୍‌ଟି ମହାରାଷ୍ଟ୍ର ଜଳଗାଁବ ଜିଲ୍ଲାରୁ ୪୫ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ପୁରୀ ଯାଇଥିଲା । ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ତୀର୍ଥଯାତ୍ରୀମାନେ ଘରକୁ ବସ୍‌ରେ ଫେରୁଥିଲେ । ଫେରିବା ରାସ୍ତାରେ ବସଟି ଶନିବାର ବିଳମ୍ବିତ ରାତିରେ ବରଗଡ ସୋହେଲା କଲେଜ ଛକଠାରେ ଠିଆ ହୋଇଥିଲା ।

ଏହା ବି ପଢନ୍ତୁ...କଅଁଳ କାନ୍ଧରେ ପରିବାରର ବୋଝ, ବାପା ମାଆ ଯିବା ପରେ ଲକ୍ଷ୍ମୀ ପାଲଟିଛନ୍ତି ଭାଇ ଭଉଣୀଙ୍କ ସାହାରା

ବସଟି ଠିଆ ହୋଇଥିବା ଅବସ୍ଥାରେ ପଛପଟୁ ଏକ ଟ୍ରକ ଦ୍ରୁତ ବେଗରେ ମାଡ଼ିଆସି ବସକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୬ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିଲେ । ଏନେଇ ସ୍ଥାନୀୟ ଲୋକେ ନିକଟସ୍ଥ ପୋଲିସ ଷ୍ଟେସନରେ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ଏବଂ ସୋହେଲା ଅଗ୍ନିଶମ ବିଭାଗ ପହଁଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲା । ଆହତ ବ୍ୟକ୍ତିମାନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳଯରେ ଭର୍ତ୍ତି କରିଥିଲା ଅଗ୍ନିଶମ ବିଭାଗ । ସେମାନଙ୍କର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଭୀମସାର୍‌, ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ମୃତାହତଙ୍କ ସମ୍ପୂର୍ଣ୍ଣ ପରିଚୟ ମିଳିପାରି ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.