ETV Bharat / state

ନଗର ବୁଲିଲେ ମହାରାଜା କଂସ, ଟ୍ରାଫିକ ନିୟମ ଖିଲାପକାରୀଙ୍କ ଠୁ ଆଦାୟ କଲେ ଫାଇନ

author img

By

Published : Jan 1, 2020, 9:12 PM IST

ବରଗଡ଼ ଜିଲ୍ଲାରେ ଚାଲିଥିବା ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ବୁଧବାର ଦ୍ବିତୀୟ ଦିନରେ ପହଞ୍ଚିଛି । ଏହି ଦିନରେ ମହାରାଜ କଂସ ମଥୁରା ନଗର ଭ୍ରମଣରେ ବାହାରିଛନ୍ତି । ଟ୍ରାଫିକ ନିୟମ ଖିଲାପକାରୀଙ୍କୁ ଅଟକାଇ ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି । ଅଧିକ ଖବର ପଢନ୍ତୁ...

ଗର୍ଜିଲେ କଂସ ମହାରାଜା; ଟ୍ରାଫିକ ନିୟମ ଖିଲାପକାରୀଙ୍କୁ ଅର୍ଥଦଣ୍ଡରେ ଦଣ୍ଡିତ
ଗର୍ଜିଲେ କଂସ ମହାରାଜା; ଟ୍ରାଫିକ ନିୟମ ଖିଲାପକାରୀଙ୍କୁ ଅର୍ଥଦଣ୍ଡରେ ଦଣ୍ଡିତ

ବରଗଡ଼: ଜିଲ୍ଲାରେ ଚାଲିଥିବା ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରାର ବୁଧବାର ଦ୍ବିତୀୟ ଦିନ। ଏହି ଦିନରେ ମହାରାଜ କଂସ ମଥୁରା ନଗର ଭ୍ରମଣରେ ବହାରିଛନ୍ତି । ହାତୀ ଉପରେ ବସି ମହାରାଜା କଂସ ମଥୁରା ନଗର ଭ୍ରମଣ କରୁଥିବା ସମୟରେ ରାସ୍ତାରେ ଟ୍ରାଫିକ ନିୟମ ଖିଲାପକାରୀଙ୍କୁ ଅଟକାଇ ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି ।

ଗର୍ଜିଲେ କଂସ ମହାରାଜା; ଟ୍ରାଫିକ ନିୟମ ଖିଲାପକାରୀଙ୍କୁ ଅର୍ଥଦଣ୍ଡରେ ଦଣ୍ଡିତ

ମଥୁରା ନଗରରେ ମହାରାଜା ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି କଂସ ନିଜେ ସିଂହାସନ ଅକ୍ତିଆର କରିବା ପରେ ବୁଧବାର ସେ ରାଜଭବନ ଠାରୁ ବାହାରି ମଥୁରା ନଗର ଭ୍ରମଣ କରିଛନ୍ତି । ତାଙ୍କର ରାଜତ୍ଵ ଆରମ୍ଭ ହୋଇଯାଇଛି ଓ ତାଙ୍କ ସମସ୍ତ ନିୟମକୁ ଲୋକେ ପାଳନ କରିବାକୁ ବାଧ୍ୟ ବୋଲି ମଥୁରା ନଗରୀରେ ଜନତାଙ୍କୁ ସନ୍ଦେଶ ମିଳିଛି ।

ମହାରାଜା କଂସଙ୍କ ନଗର ଭ୍ରମଣ ଦୃଶ୍ୟ ବେଶ ମନୋରମ ହୋଇଥିବା ବେଳେ ନଗର ଭ୍ରମଣ ସମୟରେ ଟ୍ରାଫିକ ନିୟମ ଖିଲାପକାରୀ ବ୍ୟକ୍ତିଙ୍କୁ ଦଣ୍ଡବିଧାନ କରିଥିଲେ ମହାରାଜ କଂସ । ମଥୁରାର ପ୍ରତ୍ୟେକ ନାଗରିକ ଏହି ମୁକ୍ତକାଶ ରଙ୍ଗମଞ୍ଚର ଜଣେ ଜଣେ କଳାକାର ସାଜିଥିବାରୁ ମହାରାଜ କଂସଙ୍କ ଆଦେଶ ପାଳନ କରିଥାନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ବରଗଡ଼ରେ ଚାଲଥିବା ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ର ଆଜି ଦ୍ୱିତୀୟ ଦିବସ ରେ ମହାରାଜ କଂସ ମଥୁରା ନଗର ଭ୍ରମଣରେ ବହାରିଛନ୍ତି | ହାତୀ ଉପରେ ବସି ମହାରାଜା କଂସ ମଥୁରା ନଗର ଭ୍ରମଣ କରୁଥିବା ସମୟରେ ରାସ୍ତାରେ ଟ୍ରାଫିକ ନିୟମ ଖିଲାପିଙ୍କୁ ଅଟକାଇ ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି |
Body:ମଥୁରା ନଗରରେ ମହାରାଜା ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ଯୁବରାଜ କଂସ ନିଜେ ସିଂହାସନ ଅକ୍ତିଆର କରିଲା ପରେ ଆଜି ସେ ରାଜଭବନ ଠାରୁ ବାହାରି ମଥୁରା ନଗର ଭ୍ରମଣ କରିଛନ୍ତି ଏବଂ ତାଙ୍କର ରାଜତ୍ଵ ଆରମ୍ଭ ହୋଇଯାଇଛି ଓ ତାଙ୍କ ସମସ୍ତ ନିୟମକୁ ଲୋକେ ପାଳନ କରିବାକୁ ବାଧ୍ୟ ବୋଲି ମଥୁରା ନଗରୀରେ ଜନତାଙ୍କୁ ସନ୍ଦେଶ ଦେଇଥିଲେ | ମହାରାଜା କଂସ ଙ୍କ ନଗର ଭ୍ରମଣ ଦୃଶ୍ୟ ବେଶ ମନୋରମ ହୋଇଥିବା ବେଳେ ନଗର ଭ୍ରମଣ ସମୟରେ ଟ୍ରାଫିକ ନିୟମ ଖିଲାପକାରୀ ବ୍ୟକ୍ତିଙ୍କୁ ଦଣ୍ଡବିଧାନ କରିଥିଲେ ମହାରାଜ କଂସ । ମଥୁରା ର ପ୍ରତ୍ୟକ ନାଗରିକ ଏହି ମୁକ୍ତକାଶ ରଂଗମଂଚର ଜଣେ ଜଣେ କଳାକାର ସାଜୁଥିବାରୁ ମହାରାଜ କଂସଙ୍କ ଆଦେଶ ପାଳନ କରିଥାନ୍ତି । ତେବେ ଆଜି ଲୋକେ କଂସ ମହାରାଜଙ୍କର ଏହି ନଗର ଭ୍ରମଣ ଦୃଶ୍ୟକୁ ଖୁବ ଉପଭୋଗ କରିଥିଲେ |
Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.