ETV Bharat / state

ଚାଷୀ ସମସ୍ୟା ନେଇ ରାସ୍ତାକୁ ଓହ୍ଲାଇଲା କୋଶଳ ସେନା, ଜାତୀୟ ରାଜପଥ ଅବରୋଧ

author img

By

Published : Jun 28, 2021, 7:25 PM IST

ଚାଷୀ ସମସ୍ୟା ନେଇ ରାସ୍ତାକୁ ଓହ୍ଲାଇଲା କୋଶଳ ସେନା, ଜାତୀୟ ରାଜପଥ ଅବରୋଧ
ଚାଷୀ ସମସ୍ୟା ନେଇ ରାସ୍ତାକୁ ଓହ୍ଲାଇଲା କୋଶଳ ସେନା, ଜାତୀୟ ରାଜଚାଷୀ ସମସ୍ୟା ନେଇ ରାସ୍ତାକୁ ଓହ୍ଲାଇଲା କୋଶଳ ସେନା, ଜାତୀୟ ରାଜପଥ ଅବରୋଧପଥ ଅବରୋଧ

ବରଗଡ ଜିଲ୍ଲାରେ ଧାନ ବିକ୍ରି ସମସ୍ୟା ନେଇ ରାସ୍ତାକୁ ଓହ୍ଲାଇଲା କୋଶଳ ସେନା । ବରଗଡ- ସମ୍ବଲପୁର 53 ନମ୍ବର ଜାତୀୟ ରାଜପଥ ଅବରୋଧ । ଅଧିକ ପଢନ୍ତୁ...

ବରଗଡ : ଜିଲ୍ଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଚାଷୀଙ୍କ ଆନ୍ଦୋଳନ ମଧ୍ୟ ସେଭଳି ତେଜି ଉଠୁଛି । ଆଜି ବରଗଡ଼ ଜିଲା ଗୋଡ଼ଭଗା କ୍ୟାମ୍ପ ଛକ ଠାରେ କୋଶଳ ସେନା ମଧ୍ୟ ଆନ୍ଦୋଳନକୁ ଓହ୍ଲାଇଛି । ବରଗଡ ସମ୍ବଲପୁର ୫୩ ନମ୍ବର ଜାତୀୟ ରାଜପଥକୁ କୋଶଳ ସେନା ଅବରୋଧ କରି ଆନ୍ଦୋଳନ ଜାରି ରଖିଥିବାବେଳେ ରାସ୍ତାର ଉଭୟ ପାର୍ଶ୍ଵରେ ବହୁ ସଂଖ୍ୟାରେ ଯାନବାହନ ଅଟକି ରହିଛି ।

ଚାଷୀ ସମସ୍ୟା ନେଇ ରାସ୍ତାକୁ ଓହ୍ଲାଇଲା କୋଶଳ ସେନା, ଜାତୀୟ ରାଜପଥ ଅବରୋଧ

ଓଡିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ ଜିଲ୍ଲାର ଚାଷୀ ନିଜର ବହୁ କଷ୍ଟ ଅର୍ଜିତ ଧାନ ବିକ୍ରି କରିନପାରି ଦୀର୍ଘ ଦିନ ହେଲା କେବଳ ଆନ୍ଦୋଳନ କରିଆସୁଛନ୍ତି ମାତ୍ର କୌଣସି ସୁଫଳ ମିଳୁନାହିଁ । ଚାଷୀଙ୍କ ଶୋଚନୀୟ ଅବସ୍ଥା ଦେଖି ବରଗଡ ଓକିଲ ସଂଘ ମଧ୍ୟ ପୂର୍ବରୁ ଆନ୍ଦୋଳନ କରି ଚାଷୀଙ୍କ ସମସ୍ୟାର ଶୀଘ୍ର ସମାଧାନ କରିବାକୁ ପ୍ରଶାସନ ଉପରେ ଚାପ ପକାଇଥିଲା । ଆଜି କୋଶଳ ସେନା ପକ୍ଷରୁ ଗୋଡଭଗା ଠାରେ ରାସ୍ତାରୋକ ଆନ୍ଦୋଳନ କରି ଚାଷୀଙ୍କ ସମସ୍ତ ଅମଳ ଧାନକୁ ଉଠାଇବା ସହିତ ସ୍ବତନ୍ତ୍ର କୋଶଳ ପ୍ରଦେଶ ଗଠନ ପାଇଁ ଦାବି କରିଛନ୍ତି । ସରକାରଙ୍କ ଟୋକନ ସିଷ୍ଟମ ଆରମ୍ଭ ହେବା ଦିନଠାରୁ ଚାଷୀମାନେ ଏପରି ସମସ୍ୟାର ସମ୍ମୁଖୀନ ହେଉଥିବାବେଳେ ସରକାରଙ୍କ ପ୍ରତି ଚାଷୀଙ୍କ ଆକ୍ରୋଶ ମନୋଭାବ ବଢିଚାଲିଛି ।

ବରଗଡରୁ ରାଜେଶ ସରାପ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.