ETV Bharat / state

ମିଳୁନି ଫସଲ ବୀମା ରାଶି, ଆମରଣ ଅନଶନରେ 226 ଚାଷୀ

author img

By

Published : Jan 6, 2021, 9:06 AM IST

ମିଳୁନି ଫସଲ ବୀମା ରାଶି, ଆମରଣ ଅନଶନରେ 226
ମିଳୁନି ଫସଲ ବୀମା ରାଶି, ଆମରଣ ଅନଶନରେ 226

ଓଡିଶାର ଭାତହାଣ୍ଡି କୁହାଯାଉଥିବା ବରଗଡର ଚାଷୀ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପ୍ରିମିୟନ ଭରିଥିଲେ ବି ମିଳୁନି ବୀମା ଟଙ୍କା । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଭାଳେଣୀ ପଡିଛି । ଅଧିକ ପଢନ୍ତୁ:

ବରଗଡ: ୨୦୧୯-୨୦ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ହଜାର ହଜାର ଚାଷୀ ପ୍ରିମିୟମ ଭରିଥିବା ବେଳେ ତା ମଧ୍ୟରୁ ଅନେକ ଚାଷୀ ଏପର୍ଯ୍ୟନ୍ତ ବୀମା ଟଙ୍କା ପାଇନାହାନ୍ତି । ଫଳରେ ଏନେଇ ବରଗଡ ଜିଲ୍ଲା ଚାଷୀ ରାଜରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ । ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ କଠଉମାଲ କୃଷି ସମବାୟ ସମିତି ଲିଃ ସାମ୍ନାରେ ଆମରଣ ଅନଶନରେ ବସିଛନ୍ତି 226 ଚାଷୀ ।

ମିଳୁନି ଫସଲ ବୀମା ରାଶି, ଆମରଣ ଅନଶନରେ 226

୨୦୧୯ରେ କ୍ଷମା ସାହୁ ଥିଲେ କୃଷି ସମବାୟ ସମିତି ଲିମିଟେଡର ସମ୍ପାଦକ । ଆଉ ତାଙ୍କର ଅବସର ପରେ ଦିଲ୍ଲୀପ ପ୍ରଧାନ ସମ୍ପାଦକ ଅଛନ୍ତି । ଲୋକମାନେ ଯେତେବେଳେ ନୂତନ ସମ୍ପାଦକଙ୍କୁ ବୀମା ରାଶି ପାଇଁ ଅଭିଯୋଗ ଆଣିଲେ ଦିଲ୍ଲୀପ ପ୍ରଧାନ କିନ୍ତୁ ଏବିଷୟରେ କିଛି ଜାଣି ନଥିବାରୁ ସେ କିଛି କରିପାରିବେ ନାହି ବୋଲି ଚାଷୀଙ୍କୁ ସିଧା ସିଧା ମନା କରିଛନ୍ତି । ଶେଷରେ ଚାଷୀ ଉପାୟ ଶୂନ୍ୟ ହୋଇ ଆମରଣ ଅନଶନକୁ ଓହ୍ଲେଇଛନ୍ତି ।

ଯେତେବେଳେ ଚାଷୀ ବୀମା ପ୍ରିମିୟମ ଦାଖଲ କରିଛି ତେବେ ବୀମା ରାଶିରୁ ବଞ୍ଚିତ ହେଲା କେମିତି ? କେଉଁ ଦାୟିତ୍ବହୀନ କର୍ମଚାରୀଙ୍କ ପାଇଁ ଶହ ଶହ ଚାଷୀ ରାସ୍ତାକଡ଼ରେ ? ବୀମା ରାଶି ପ୍ରଦାନ ନକରିବା ପର୍ଯ୍ୟନ୍ତ ଆମରଣ ଅନଶନରୁ ଓହ୍ଲାଇବ ନାହିଁ ବୋଲି କହିଛନ୍ତି ଚାଷୀ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.