ETV Bharat / state

ଟୋକନ ସମସ୍ୟା ନେଇ ପୁଣି ଆନ୍ଦୋଳନରେ ଚାଷୀ, ସମର୍ଥନ କଲା ଜିଲ୍ଲା କଂଗ୍ରେସ

author img

By

Published : Jun 29, 2020, 7:59 PM IST

ସୋମବାର ବରଗଡ ଜିଲ୍ଲାପାଳ ଅଫିସ ଏବଂ ଯୋଗାଣ ବିଭାଗ ଅଫିସ ସମ୍ମୁଖରେ ଶତାଧିକ ଚାଷୀ ନିଜର ଧାନ ଗଦା କରି ଟୋକନ ପାଇଁ ଆନ୍ଦୋଳନ କରିଥିଲେ । ଚାଷୀଙ୍କୁ ସମର୍ଥନ ଜଣାଇ ଜିଲ୍ଲା କଂଗ୍ରେସ ମଧ୍ୟରେ ଏହି ଆନ୍ଦୋଳନରେ ସାମିଲ ହୋଇଥିଲା । ଅଧିକ ପଢନ୍ତୁ...

Farmers again in the agitation over the token issue,  district congress supported
ଟୋକନ ସମସ୍ୟା ନେଇ ପୁଣି ଆନ୍ଦୋଳନରେ ଚାଷୀ, ସମର୍ଥନ କଲା ଜିଲ୍ଲା କଂଗ୍ରେସ

ବରଗଡ: ପୁଣି ଥରେ ଟୋକନ ପାଇଁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଚାଷୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବରଗଡ ଜିଲ୍ଲାରେ । ଜିଲ୍ଲାର ଚାଷୀ ନିଜର ଉତ୍ପାଦିତ ଧାନ ବିକ୍ରି କରିନପାରି ସଙ୍କଟରେ ରହୁଛନ୍ତି । ଏହି କ୍ରମରେ ସୋମବାର ବରଗଡ ଜିଲ୍ଲାପାଳ ଅଫିସ ଏବଂ ଯୋଗାଣ ବିଭାଗ ଅଫିସ ସମ୍ମୁଖରେ ଶତାଧିକ ଚାଷୀ ନିଜର ଧାନ ଗଦା କରି ଟୋକନ ପାଇଁ ଆନ୍ଦୋଳନ କରିଥିଲେ । ଚାଷୀଙ୍କୁ ସମର୍ଥନ ଜଣାଇ ଜିଲ୍ଲା କଂଗ୍ରେସ ମଧ୍ୟରେ ଏହି ଆନ୍ଦୋଳନରେ ସାମିଲ ହୋଇଥିଲା ।

ଟୋକନ ସମସ୍ୟା ନେଇ ପୁଣି ଆନ୍ଦୋଳନରେ ଚାଷୀ, ସମର୍ଥନ କଲା ଜିଲ୍ଲା କଂଗ୍ରେସ

କଂଗ୍ରେସ ନେତା ପ୍ରଦୀପ ଦେବତା ଏବଂ ନିପନ ଦାସ ଚାଷୀଙ୍କ ଆନ୍ଦୋଳନରେ ସାମିଲ ହୋଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଚାଷୀ ମାରଣା ନୀତି ବିରୋଧରେ ଗର୍ଜିଥିଲେ । ବାରମ୍ବାର ଜିଲ୍ଲା ପ୍ରଶାସନକୁ ଗୁହାରୀ ପରେ ମଧ୍ୟ ଚାଷୀଙ୍କ ସମସ୍ୟାର ସମାଧାନ ଉପରେ ଗୁରୁତ୍ଵ ନ ଦେବା ଆଜି ଜିଲ୍ଲାପ୍ରଶାସନ ଉପରେ ମହଙ୍ଗା ପଡିଥିଲା । ଚାଷୀଙ୍କ ଉତ୍ପାଦିତ ଧାନ ବିକ୍ରି କରିବାରେ ଟୋକନ ଏକ ମୁଖ୍ୟ ସମସ୍ୟା ହୋଇ ଛିଡା ହୋଇଥିବା ବେଳେ ଚାଷୀଙ୍କ ପାଇଁ ଜିଲ୍ଲାପ୍ରଶାସନର ଅବହେଳା ଆହୁରି ଏକ ବଡ ସମସ୍ୟା ହୋଇଛି । ଯାହାଫଳରେ ଚାଷୀଙ୍କୁ ନିଜ ଧାନ ବିକ୍ରି ପାଇଁ କେବଳ 2ଟି ବାଟ ରହିଯାଇଛି । ପ୍ରଥମତଃ ଚାଷୀ ଆନ୍ଦୋଳନ କରି ନିଜ ଧାନ ବିକ୍ରି କରିବ ଏବଂ ଦ୍ବିତୀୟରେ ଆତ୍ମହତ୍ୟା କରି ଏହି ସମସ୍ୟାରୁ ସବୁଦିନ ପାଇଁ ମୁକ୍ତି ପାଇଯିବ ବୋଲି ନିରାଶ ହୋଇ ଚାଷୀମାନେ କହିଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.