ETV Bharat / state

ବାଟବଣା ହେଉଛି ମନରେଗା ଯୋଜନା, ପଞ୍ଚାୟତ ଅଫିସ ତାଲା ପକାଇଲେ ଶ୍ରମିକ

author img

By

Published : Jul 12, 2023, 7:36 AM IST

ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ଡ଼ାଙ୍ଗବାହାଲ ଗ୍ରାମରେ ରାଜ୍ୟ ସରକାରଙ୍କ ମନରେଗା ଯୋଜନାରେ କାମ କରି ମଧ୍ୟ ଶ୍ରମିକଙ୍କୁ ପାରିଶ୍ରମିକ ମିଳିନି । ଅଧିକ ପଢନ୍ତୁ

corruption in mgnrega scheme
corruption in mgnrega scheme

ବାଟବଣା ହେଉଛି ମନରେଗା ଯୋଜନା

ବରଗଡ: ମନରେଗା ଯୋଜନାରେ ଅନିୟମିତତା । କାମ ପରେ ବି ମିଳୁନି ପ୍ରାପ୍ୟ । ଏଭଳି ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ଡ଼ାଙ୍ଗବାହାଲ ଗ୍ରାମରେ । ରାଜ୍ୟ ସରକାରଙ୍କ ମନରେଗା ଯୋଜନାରେ କାମ କରି ମଧ୍ୟ ଶ୍ରମିକଙ୍କୁ ପାରିଶ୍ରମିକ ମିଳିନି । ଯାହାକୁ ନେଇ ଡ଼ାଙ୍ଗବାହାଲ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ନିଜର ହକ ପାଇଁ ଦାବି କରିଛନ୍ତି ଗରିବ ଶ୍ରମିକ ମାନେ ।

ରାଜ୍ୟ ସରକାର ଦାଦନ ସମସ୍ୟାକୁ ରୋକିବାକୁ ଯାଇ ଅନେକ ଯୋଜନା କରିଛନ୍ତି । ଶ୍ରମିକଙ୍କ ପାଇଁ ନିଶ୍ଚିତ କାମର ଯୋଗାଡ କରିଛନ୍ତି । ମନରେଗା ଯୋଜନାରେ ଗ୍ରାମର ଶ୍ରମିକମାନଙ୍କ ପାଇଁ କାମ ଯୋଗାଇ ଦେଇଛନ୍ତି । ମାତ୍ର ବରଗଡ ଜିଲ୍ଲାରେ ଏହି ଯୋଜନାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଜିଲ୍ଲାର ଉପାନ୍ତ ଅଞ୍ଚଲ ଗାଇସିଲେଟରେ ଦାଦନ ଶ୍ରମିକ ସଂଖ୍ୟା ଅଧିକ । କାମଧନ୍ଧା ଅଭାବରୁ ରୋଜଗାର ପାଇଁ ପ୍ରତ୍ୟେକ ବର୍ଷ ଶତାଧିକ ଶ୍ରମିକ ଦାଦନ ଯାଉଛନ୍ତି । ଏମିତିରେ ରୋଜଗାର କହିଲେ କେବଳ ମନରେଗା ଏକ ମାତ୍ର ପନ୍ଥା ସାଜିଥିଲା । ହେଲେ ତାକୁ ମଧ୍ୟ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଗ୍ରାମ ରୋଜଗାର ସେବକ ମାନେ ବାଟମାରଣା କରି ଶ୍ରମିକଙ୍କୁ ଠକି ଚାଲିଥିବା ଅଭିଯୋଗ ହୋଇଛି ।

ମନରେଗାରେ କାର୍ଯ୍ୟକରି ମଧ୍ୟ ପ୍ରାପ୍ୟ ନମିଳିବାରୁ ଉତ୍ୟକ୍ତ ଶ୍ରମିକମାନେ ମଙ୍ଗଳବାର ଡାଙ୍ଗବାହାଲ ପଞ୍ଚାୟତର କାର୍ଯ୍ୟଳୟରେ ତାଲା ପକାଇ ଦେଇଥିଲେ । ସକାଳ 11ଟା ବେଳେ ସ୍ଥାନୀୟ ଶ୍ରମିକମାନେ ପଞ୍ଚାୟତର କାର୍ଯ୍ୟାଳୟରେ ତାଲା ପକାଇ ନିଜ ପାଉଣା ପାଇଁ ଦାବି କରିଛନ୍ତି । ଗତ କିଛି ଦିନ ଧରି ମନରେଗାରେ କାର୍ଯ୍ୟକାରୀ ନିଜ ପାରିଶ୍ରମିକ ନମିଳିବାରୁ ଅସନ୍ତୋଷ ପ୍ରକାଶ କରିବା ସହ ଗତକାଲି ପଞ୍ଚାୟତ କାର୍ଯ୍ୟାଳୟ ତାଲା ପକାଛନ୍ତି ଶ୍ରମିକ । ଉକ୍ତ ଘଟଣାରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଉତ୍ତମ ସାହୁ ଶ୍ରମିକଙ୍କ ଦାବି ଶୁଣୁନଥିବା ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢନ୍ତୁ- ମନରେଗାରେ ପୋଖରୀ ଖୋଳା, ଦାୟିତ୍ବରେ ଥିବା ବ୍ୟକ୍ତିଙ୍କୁ ସଂଘବଦ୍ଧ ଆକ୍ରମଣ

ତେବେ ଦାଦନ ଶ୍ରମିକଙ୍କ ସଂଖ୍ୟା କମ କରିବାକୁ ରାଜ୍ୟ ସରକାରଙ୍କ ଉତ୍ତମ ଯୋଜନାଗୁଡିକ ରହିଥିଲେ ସୁଦ୍ଧା ତାହା ଫଳପ୍ରଦ ହୋଇ ପାରୁନାହିଁ । ପ୍ରକୃତରେ ତଳ ସ୍ତରରେ ରହିଥିବା ଅଧିକାରୀ ବା ସରକାରୀ କଳର ବାଟମାରଣା ନୀତି ଓ ଇଚ୍ଛାଶକ୍ତି ଅଭାବ କାରଣରୁ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ଫେଲ ମାରୁଛି । ଡାଙ୍ଗବାହାଲ ଗ୍ରାମର ଶ୍ରମିକଙ୍କ ପାଉଣା ବାଟମାରଣା ହୋଇଥିବା ଘଟଣାରେ ସ୍ଥାନୀୟ ବିଡ଼ିଓ ତଥା ଜିଲ୍ଲା ପ୍ରଶାସନଙ୍କ ପଦକ୍ଷେପ କଣ ରହିବ ତାକୁ ହିଁ ରହିଛି ଅପେକ୍ଷା ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.