ETV Bharat / state

ମନରେଗାରେ ପୋଖରୀ ଖୋଳା, ଦାୟିତ୍ବରେ ଥିବା ବ୍ୟକ୍ତିଙ୍କୁ ସଂଘବଦ୍ଧ ଆକ୍ରମଣ

author img

By

Published : Jun 23, 2023, 1:46 PM IST

ମନରେଗା ଯୋଜନାରେପୋଖରୀ ଖୋଳା କାମ ଦାୟିତ୍ବରେ ଥିବା ବ୍ୟକ୍ତିଙ୍କୁ ସଂଘବଦ୍ଧ ଆକ୍ରମଣ । ଜଣଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

Etv man attacked by groups of people in niali
man attacked by groups of people in niali

man attacked by groups of people in niali

ନିଆଳି: ବଣପୁର ଗ୍ରାମରେ ମନରେଗା ଯୋଜନାରେ ହୋଇଥିଲା ପୋଖରୀ ଖୋଳା କାମକୁ ନେଇ ସଂଘବଦ୍ଧ ଆକ୍ରମଣ । ଦାୟିତ୍ବରେ ଥିବା ବନମାଳି ପ୍ରଧାନଙ୍କୁ ଆକ୍ରମଣ କଲେ ରାଜନୈତିକ ଦଳର କର୍ମୀ । ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ହେଉଛନ୍ତି ସମାନ ଦଳର କର୍ମୀ । ଏହା କାର୍ଯ୍ୟରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ସେନେଇ ବନମାଳିଙ୍କୁ ହିସାବ ମାଗିଥିଲେ ଆକ୍ରମଣକାରୀ ଗୋଷ୍ଠୀ । ଯାହାକୁ ନେଇ ବଚସା ହେବା ପରେ ବନମାଳି ପ୍ରଧାନଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ କରି ଜଣଙ୍କୁ ଗିରଫ କରିଛି । ଏହି ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ମଧ୍ୟ ସୃଷ୍ଟି ହୋଇଥିଲା ।

ମିଳିଥିବା ସୂଚନା ଅନୁଯାୟୀ, ନିଆଳି ଥାନା ଷଢାଂଶ ପଞ୍ଚାୟତର ପାଟେଳି ବଣପୁର ଗାଁ ନିକଟରେ ମାସକ ତଳେ ମନରେଗା ଯୋଜନାରେ ଏକ ପୋଖରୀ ଖୋଳା ଯାଇଥିଲା । ଏହାର ଦାୟିତ୍ବ ନେଇଥିଲେ ଗାଁର ବନମାଳି ପ୍ରଧାନ । ତେବେ ପୋଖରୀ ଖୋଳାରେ କେତେ ଖର୍ଚ୍ଚ ହୋଇଛି ତାର ହିସାବ ବନମାଳିଙ୍କୁ ମାଗିଥିଲେ ଆକ୍ରମଣକାରୀ ଗୋଷ୍ଠୀ । ଏହି ଘଟଣାକୁ ନେଇ ବଚସା ହେବାରୁ ଉଭୟ ପକ୍ଷ ନିଆଳି ଥାନାର ଦ୍ବାରସ୍ଥ ହୋଇଥିଲା । ଘଟଣାର ଆପୋଷ ବୁଝାମଣା ହେବା ପାଇଁ ଉଭୟ ପକ୍ଷରୁ ରାଜି ହୋଇଥିଲେ।

ମାତ୍ର ଗୁରୁବାର ଭୋର ସମୟରୁ ବନମାଳି ପ୍ରଧାନଙ୍କୁ ଦୋକାନ ସଉଦା ଦେବାକୁ ଡାକି ସଂଘବଦ୍ଧ ଆକ୍ରମଣ କରିଥିଲେ କିଛି ବ୍ୟକ୍ତି । ଏହାପରେ ତାଙ୍କର ଦୋକାନ, ବାଇକ ଓ ଘର ଉପରେ ପଥର ମାଡ କରିଥିଲେ । ଏହାପରେ ଆକ୍ରମଣ କାରୀ ବ୍ୟକ୍ତି ମାନେ ବନମାଳି ପ୍ରଧାନଙ୍କୁ ଉଠାଇ ନେଇ ଏକ ଘରେ ରଖି ମାରପିଟ କରିଥିବା ବନମାଳି ପ୍ରଧାନଙ୍କ ମାଆ ଓ ସ୍ତ୍ରୀ ଅଭିଯୋଗ କରିଛନ୍ତି ।

ଏନେଇ ପୋଲିସକୁ ଖବର ଦେବା ପରେ ନିଆଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ବନମାଳିଙ୍କୁ ଉଦ୍ଧାର କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଏହି ଭଙ୍ଗାରୁଜା ଘଟଣାର ଗାଁର‌ ଜଣେ ମୋବାଇଲ ଭିଡିଓ ଉତ୍ତୋଳନ କରିଥିଲେ । ଏହି ଘଟଣାରେ ପୋଲିସ ଆକ୍ରମଣ କରିଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ।

ଗତ କିଛି ଦିନ ତଳେ ଷଢାଂଶ ପଞ୍ଚାୟତରେ କୋରକରା ଗ୍ରାମରେ ମଧ୍ୟ ମନରେଗା କାର୍ଯ୍ୟକୁ ନେଇ ବୋମାମାଡ ହୋଇଥିଲା । ଏନେଇ ନିଆଳି ଥାନାରେ ମାମଲା ରୁଜୁ ହେବା ସହ କିଛି ବ୍ୟକ୍ତି ଗିରଫ ହୋଇଥିବା ସୂଚନା ରହିଛି ।‌

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.