ETV Bharat / state

କୋରୋନା ନିୟନ୍ତ୍ରଣ ପାଇଁ ଦୁଇ ଦିନ ସଟଡାଉନ ବରଗଡ

author img

By

Published : Jul 4, 2020, 6:01 PM IST

କୋରୋନା ସଂକ୍ରମଣ ନିୟନ୍ତ୍ରଣ କରିବାକୁ ଶନିବାର ଓ ରବିବାର 2 ଦିନ ପାଇଁ ବରଗଡ ଜିଲ୍ଲାକୁ ସଟଡାଉନ ଘୋଷଣା କରାଯାଇଛି । ଏଯାବତ ଜିଲ୍ଲାରେ ୧୩୩ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

Bargad closed  for 2 days to control the corona
କୋରୋନା ନିୟନ୍ତ୍ରଣ ପାଇଁ 2 ଦିନ ସଟଡାଉନ ବରଗଡ

ବରଗଡ: ରାଜ୍ୟରେ ଦିନକୁ ଦିନ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ବରଗଡରେ କୋରୋନା ସଂକ୍ରମଣ ସଂଖ୍ୟା ୧୩୩କୁ ବୃଦ୍ଧି ପାଇଛି । ଏହି କ୍ରମରେ ସହରରୁ ମାତ୍ର ୭ କିଲୋମିଟର ଦୂରରେ ରହିଥିବା କଟାପାଳି ଗ୍ରାମରେ ସର୍ବାଧିକ ୭୨ ଜଣ ସଂକ୍ରମିତ ଚିହ୍ନଟ ଅଛନ୍ତି ଏବଂ ଜଣେ ସଂକ୍ରମିତଙ୍କ ମୃତ୍ୟୁ ମଧ୍ୟ ହୋଇସାରିଛି ।

କୋରୋନା ନିୟନ୍ତ୍ରଣ ପାଇଁ 2 ଦିନ ସଟଡାଉନ ବରଗଡ

ତେବେ ଜିଲ୍ଲାରେ କୋରୋନା ସଂକ୍ରମଣ ନିୟନ୍ତ୍ରଣ ବାହାରେ ରହିଥିବା ଏହି ଗ୍ରାମ ପାଇଁ ଅନ୍ୟ ଅଞ୍ଚଳକୁ ମଧ୍ୟ ସଂକ୍ରମଣ ବ୍ୟାପିବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ଜିଲ୍ଲାକୁ 2 ଦିନ ଅର୍ଥାତ୍ ଶନିବାର ଏବଂ ରବିବାର ସଟଡାଉନ ଘୋଷଣା କରାଯାଇଛି ।

ଶନିବାର ବରଗଡ ଟାଉନ ସହିତ ବରପାଲି, ଅତାବିରା ଆଦି ସହର ଗୁଡିକ ବରଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ସଟଡ଼ାଉନ ଘୋଷଣା କରାଯାଇଛି । ସହରର ସମସ୍ତ ଦୋକାନ ବଜାର ସହିତ ପନିପରିବା ବଜାର ମଧ୍ୟ ବନ୍ଦ ରହିଛି ଏବଂ ରାସ୍ତାରେ ଯାନବାହାନ ଚଳାଚଳ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଛି । ସମସ୍ତ ଛକ ଗୁଡିକରେ ପୋଲିସର ଛାଉଣି ରହିଛି । ବିନା କାମରେ ବାହାରକୁ ବାହାରୁଥିବା ଲୋକଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରୁଛି । ସେହିପରି ସହରର ମେଡ଼ିସିନ ଦୋକାନ ଓ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଉଥିବା ବିଭାଗ ତଥା ଆମ୍ବୁଲାନ୍ସ ସେବା ଛାଡି ଦେଲେ ଜିଲ୍ଲାରେ ସବୁ କିଛି ସଟଡ଼ାଉନ ହୋଇଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.