ETV Bharat / state

ବିଜେଡି ଟାର୍ଗେଟରେ ମହିଳା ଭୋଟର, ମିଶନ ଶକ୍ତିକୁ ବିନା ସୁଧରେ ଋଣର ପ୍ରଚାର କରୁଛନ୍ତି ବିଧାୟକ

author img

By

Published : Aug 7, 2023, 9:15 PM IST

ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେଡି ଟାର୍ଗେଟରେ ମହିଳା ଭୋଟର । ମିଶନ ଶକ୍ତିକୁ ବିନା ସୁଧରେ ଋଣ ପ୍ରଦାନ ପାଇଁ ପୂର୍ବରୁ ଘୋଷଣା କରିଥିଲେ ରାଜ୍ୟ ସରକାର । ଏବେ ଏହାର ପ୍ରଚାର କରୁଛନ୍ତି ବିଧାୟକ । ଅଧିକ ପଢ଼ନ୍ତୁ

ବିଜେଡି ଟାର୍ଗେଟରେ ମହିଳା ଭୋଟର
ବିଜେଡି ଟାର୍ଗେଟରେ ମହିଳା ଭୋଟର

ବିଜେଡି ଟାର୍ଗେଟରେ ମହିଳା ଭୋଟର

ବରଗଡ଼: ପାଖେଇ ଆସୁଛି ସାଧାରଣ ନିର୍ବାଚନ । ଏଥିପାଇଁ ବିଭିନ୍ନ ଯୋଜନାମାନ ପ୍ରସ୍ତୁତ କରିଚାଲିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ମହିଳା ଭୋଟରମାନଙ୍କୁ ଆକର୍ଷିତ କରିବା ପାଇଁ ରାଜ୍ୟ ସରକାର ମହିଳାମାନଙ୍କ ପାଇଁ ବିଭିନ୍ନ ଯୋଜନା ଘୋଷଣା କରିଛନ୍ତି । ରାଜ୍ୟରେ SHG ଗ୍ରୁପ୍‌ର ମହିଳାଙ୍କୁ ସକ୍ରିୟ କରିବା ସହିତ ଆତ୍ମନିର୍ଭରଶୀଳ କରିବାକୁ ବିନା ସୁଧରେ ଋଣର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ମହିଳାମାନଙ୍କୁ ଋଣ ଯୋଗାଇ ଦେବା ନେଇ ଏକ ଯୋଜନା ରାଜ୍ୟ ସରକାର ପୂର୍ବରୁ କରିଥିବାବେଳେ ସାଧାରଣ ନିର୍ବାଚନ ପୂର୍ବରୁ ବିଧାୟକମାନେ ଏହି ଯୋଜନାର ପ୍ରଚାରପ୍ରସାର କରି ମହିଳା ଭୋଟରଙ୍କୁ ଆକୃଷ୍ଟ କରିବାକୁ ଆଗେଇ ଆସିଛନ୍ତି ।

ତେବେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ମଧ୍ୟ ଏହି ଯୋଜନାକୁ ନେଇ ଆଜି ୧୫୦ରୁ ଅଧିକ SHG ଗ୍ରୁପ୍‌ ସହିତ ଏକ ବଡ଼ ବୈଠକ ରଖି ସାଧାରଣ ନିର୍ବାଚନ ପାଇଁ ଗୋଟି ଚାଳନା ଆରମ୍ଭ କରିଦେଇଛନ୍ତି । ଆଜି ସ୍ଥାନୀୟ ବ୍ଲକ ଅଫିସ ପରିସରରେ ବରଗଡ ବ୍ଲକର ୧୫୦ରୁ ଅଧିକ SHG ଗ୍ରୁପ୍‌ର ମହିଳାଙ୍କୁ ନେଇ ଆୟୋଜିତ 'ବ୍ୟାଙ୍କ ଋଣ ଏବଂ ସୁଧ ଫେରସ୍ତ ବ୍ୟବସ୍ଥା' କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ବିଧାୟକ ଦେବେଶ ଆଚାର୍ଯ୍ୟ । ବରଗଡ ବ୍ଲକରେ ରହିଥିବା ସମୁଦାୟ ୧୫୦୦ରୁ ଅଧିକ SHG ଗ୍ରୁପ୍‌ ରାଜ୍ୟ ସରକାରଙ୍କ ଏହି ଯୋଜନାର ଲାଭ ଉଠାଇ ପାରିବେ ବୋଲି ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଧାୟକ ଜଣାଇଥିଲେ । ତେବେ ଋଣ ପରିଶୋଧ କରିବା ପରେ ଯାଇ ସୁଧ ଫେରିପାଇବେ ଏବଂ ୦% ସୁଧର ଲାଭ ଉଠାଇପାରିବେ SHG ମହିଳା ।

ଏହା ମଧ୍ୟ ପଢ଼ନ୍ତୁ...SHGଙ୍କ ପାଇଁ ବଡ ଘୋଷଣା, ବିନା ସୁଧରେ ମିଳିବ ୫ଲକ୍ଷ ଟଙ୍କା ଋଣ

ତେବେ ଏହି ଯୋଜନାରେ SHG ଗ୍ରୁପ୍‌କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଆକାରରେ ପ୍ରଦାନ କରାଯିବ ଏବଂ ସେହି ଗ୍ରୁପ୍‌ର ମହିଳାମାନେ ଯଦି ଠିକ ସମୟରେ ସୁଧ ସହିତ ସମସ୍ତ ଅର୍ଥ ପରିଶୋଧ କରୁଛନ୍ତି, ତେବେ ସେହି ଗ୍ରୁଫର ଆକାଉଣ୍ଟକୁ ସୁଧ ପଇସା ଫେରିଆସିବ । ଏହି ଯୋଜନାରେ ମହିଳାମାନେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇ କୌଣସି ଧନ୍ଦାମୂଳକ କାର୍ଯ୍ୟରେ ନିବେଶ କରି ବହୁ ଆଗକୁ ଯାଇପାରିବେ ଏବଂ ମିଶନ ଶକ୍ତି ଯୋଜନାର ଲକ୍ଷ୍ୟ ପୂରଣ ହେବ ବୋଲି ଆଜିର କାର୍ଯ୍ୟକ୍ରମରେ କହିଛନ୍ତି ବିଧାୟକ ଦେବେଶ ଆଚାର୍ଯ୍ୟ । ବରଗଡ଼ ବ୍ଲକରେ ଚଳିତଥର ପ୍ରଥମ ପର୍ଯ୍ୟାୟରେ ୫୩ କୋଟି ୮୧ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯିବାର ଲକ୍ଷ୍ୟ ରଖାଯାଇଥିବା ବିଧାୟକ ଜଣାଇଥିଲେ । ମିଶନ ଶକ୍ତି ମାଧ୍ୟମରେ ବରଗଡ ବ୍ଲକର ୧୦୭୭ ଗୋଟି SHG ଗ୍ରୁପ୍‌କୁ ଋଣ ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.