ETV Bharat / state

ଜାତୀୟ ରାଜପଥରେ ଧାନ ବସ୍ତା ଗଦା କରି ଆନ୍ଦୋଳନରେ ଚାଷୀ

author img

By

Published : Jun 30, 2020, 7:32 PM IST

ବରଗଡ ଜିଲ୍ଲାର କୋଲକାତା ଓ ମୁମ୍ବାଇକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ମଝିରେ ନିଜ କଷ୍ଟ ଉପାର୍ଜିତ ଧାନକୁ ଗଦା କରି ପ୍ରତିବାଦ କରିଛନ୍ତି ଅତାବିରା ଚାଷୀ । ଅଧିକ ପଢନ୍ତୁ...

Atabira farmers are protesting by piling up sacks of rice on the national highway
ଜାତୀୟ ରାଜପଥରେ ଧାନ ବସ୍ତା ଗଦା କରି ଆନ୍ଦୋଳନରେ ଅତାବିରା ଚାଷୀ

ବରଗଡ: ରାଜ୍ୟରେ ଥମୁନି ଚାଷୀଙ୍କ ସମସ୍ୟା । କେତେବେଳେ ବିହନ ସମସ୍ୟା ତ ଆଉ କେତେବେଳେ ଟୋକନ ସମସ୍ୟା । ଯାହାକୁ ନେଇ ଚାଷୀ ରାଜରାସ୍ତାକୁ ଓହ୍ଲାଉଥିବା ଦେଖିବାକୁ ମିଳୁଛି । ମଙ୍ଗଳବାର ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ବରଗଡ ଜିଲ୍ଲାର କୋଲକାତା ଓ ମୁମ୍ବାଇକୁ ସଂଯୋଗ କରୁଥିବା ଜାତୀୟ ରାଜପଥରେ । ରାସ୍ତା ମଝିରେ ନିଜ କଷ୍ଟ ଉପାର୍ଜିତ ଧାନକୁ ଗଦା କରି ପ୍ରତିବାଦ କରିଥିଲେ ଅତାବିରା ଚାଷୀ ।

ସୂଚନାନୁସାରେ, ଚାଷୀ ବର୍ତ୍ତମାନ ଖରିଫ ଚାଷ ପାଇଁ ପ୍ରସ୍ତୁତ ରହିଥିବା ବେଳେ ଏଯାବତ୍ ରବି ଧାନ ବିକ୍ରି ହୋଇପାରିନି । ଜିଲ୍ଲାର ବିଭିନ୍ନ ମାର୍କେଟ ୟାର୍ଡ଼ରେ ଅବ୍ୟବସ୍ଥା ଓ ଟୋକନ ଅବ୍ୟବସ୍ଥା ଯୋଗୁଁ ଏପରି ହେଉଥିବା ବେଳେ ଚାଷୀଙ୍କ ଧାନ ସବୁକୁ ସୁରକ୍ଷିତ ସ୍ଥାନରେ ମଧ୍ୟ ରଖାଯାଉନଥିବା ଅଭିଯୋଗ କରିଛନ୍ତି । ଫଳରେ ବାଧ୍ୟ ହୋଇ ଚାଷୀ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଥିଲେ । ମାତ୍ର ପ୍ରଶାସନ ଏଯାଏଁ ଚାଷୀଙ୍କ ସମସ୍ୟାର ସମାଧାନ କରିପାରିନାହିଁ ।

ଜାତୀୟ ରାଜପଥରେ ଧାନ ବସ୍ତା ଗଦା କରି ଆନ୍ଦୋଳନରେ ଅତାବିରା ଚାଷୀ

ଯଦି ଟୋକନକୁ ସମସ୍ୟାର ସମାଧାନ ନକରି ମଣ୍ଡିରୁ ଧାନ ସବୁ ଶୀଘ୍ର ନ ଉଠାଇଲେ ଆଗକୁ ଏହି ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ମଧ୍ୟ ଦେଇଥିଲେ । ସେପଟେ ଜାତୀୟ ରାଜପଥରେ ଚାଷୀଙ୍କ ଆନ୍ଦୋଳନ ଉଗ୍ର ରୂପ ନେବା ଭୟରେ ପୋଲିସ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହିଥିଲା ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.