ETV Bharat / state

ପୂର୍ବ ଶତୃତାରୁ ହତ୍ୟାକାଣ୍ଡ, ହତ୍ୟାକାରୀର ହୋଟେଲ ପୋଡ଼ିଦେଲେ ଉତ୍ତ୍ୟକ୍ତ ଗ୍ରାମବାସୀ

author img

By

Published : Dec 13, 2022, 11:01 PM IST

ପୂର୍ବ ଶତୃତାରୁ ହତ୍ୟାକାଣ୍ଡ । ହତ୍ୟାକାରୀକୁ ପୋଲିସ ଧରିବା ପରେ ଉତ୍ତ୍ୟକ୍ତ ଗ୍ରାମବାସୀ ପୋଡି଼ଦେଲେ ହତ୍ୟାକାରୀର ହୋଟେଲ । ଅଧିକ ପଢ଼ନ୍ତୁ

ପୂର୍ବ ଶତୃତାରୁ ହତ୍ୟାକାଣ୍ଡ, ହତ୍ୟାକାରୀର ହୋଟେଲ ପୋଡ଼ିଦେଲେ ଉତ୍ତ୍ୟକ୍ତ ଗ୍ରାମବାସୀ
ପୂର୍ବ ଶତୃତାରୁ ହତ୍ୟାକାଣ୍ଡ, ହତ୍ୟାକାରୀର ହୋଟେଲ ପୋଡ଼ିଦେଲେ ଉତ୍ତ୍ୟକ୍ତ ଗ୍ରାମବାସୀ

ପୂର୍ବ ଶତୃତାରୁ ହତ୍ୟାକାଣ୍ଡ, ହତ୍ୟାକାରୀର ହୋଟେଲ ପୋଡ଼ିଦେଲେ ଉତ୍ତ୍ୟକ୍ତ ଗ୍ରାମବାସୀ

ବରଗଡ଼: ହତ୍ୟାକାଣ୍ଡ ପରେ ହତ୍ୟାକାରୀକୁ ଧରିଲା ପୋଲିସ । ଘଟଣା ଜଣାପଡ଼ିବା ପରେ ଉତ୍ତ୍ୟକ୍ତ ଗ୍ରାମବାସୀ ପୋଡି଼ଦେଲେ ହତ୍ୟାକାରୀର ହୋଟେଲ । ମୃତକ ହେଉଛନ୍ତି ଟୁକୁଲ୍ଲା ଗ୍ରାମର ରାମଚନ୍ଦ୍ର ଭୋଇ । ରାମଚନ୍ଦ୍ର ଭୋଇଙ୍କୁ ହତ୍ୟା କରିଥିବା ନେଇ ଆର୍ତ୍ତତ୍ରାଣ ବନଛୋର ପୋଲିସ ନିକଟରେ ସ୍ବୀକାର କରିଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ଟୁକୁଲ୍ଲା ଗ୍ରାମର ରାମଚନ୍ଦ୍ର ଭୋଇ ନାମକ ଜଣେ ଯୁବକଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଗ୍ରାମବାସୀ ଦେଖିବା ପରେ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବା ସହ ଏନେଇ ଭଟଲି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଟୁକୁଲ୍ଲା ଗ୍ରାମର ଆର୍ତ୍ତତ୍ରାଣ ବନଛୋର ନାମକ ବ୍ୟକ୍ତିକୁ ପୋଲିସ ଥାନାକୁ ନେଇ ପଚରା ଉଚରା କରିବା ପରେ ସତ୍ୟାସତ୍ୟ ଜଣାପଡ଼ିଥିଲା । ଏହି ସମୟରେ ଆର୍ତ୍ତତ୍ରାଣ ନିଜେ ହତ୍ୟା କରିଥିବା ସ୍ବୀକାର କରିଥିଲା ।

ମୃତ ରାମଚନ୍ଦ୍ର ଭୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଅସ୍ଥାୟୀ ଚା ଦୋକାନ କରିଥିବାବେଳେ ହତ୍ୟାକାରୀର ମଧ୍ୟ ସେଠାରେ ଏକ ହୋଟେଲ ରହିଥିଲା । ପୂର୍ବରୁ ସେମାନଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗି ରହିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ସୋମବାର ବିଳମ୍ବିତ ରାତିରେ ରାମଚନ୍ଦ୍ର ଭୋଇ ଓ ଆର୍ତ୍ତତ୍ରାଣଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ଏବଂ ଆର୍ତ୍ତତ୍ରାଣ କୁରାଢ଼ି ବେଣ୍ଟରେ ରାମଚନ୍ଦ୍ରକୁ ପିଟି ପିଟି ହତ୍ୟା କରିଦେଇଥିବା ଥାନାରେ ସ୍ବୀକାର କରିଛି । ଅନ୍ୟପଟେ ଏହି ଘଟଣା ଜଣାପଡ଼ିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଥିବା ହତ୍ୟାକାରୀ ଆର୍ତ୍ତତ୍ରାଣର ହୋଟେଲରେ ଉତ୍ତ୍ୟକ୍ତ ଲୋକେ ନିଆଁ ଲଗାଇ ଦେଇଥିଲେ । ହୋଟେଲଟି ସମ୍ପୂର୍ଣ୍ଣ ପୋଡ଼ି ନଷ୍ଟ ହୋଇଯାଇଥିବା ବେଳେ ହତ୍ୟାକାରୀର ବାଇକ ମଧ୍ୟ ନିଆଁରେ ପୋଡ଼ିଯାଇଛି ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.