ETV Bharat / state

ବରଗଡରେ ଯୁବକଙ୍କୁ ହତ୍ୟା ଘଟଣା, 5 ଗିରଫ

author img

By

Published : Oct 7, 2020, 10:23 PM IST

5 people arrested by Bargarh police
ବରଗଡରେ ଯୁବକଙ୍କୁ ହତ୍ୟା ଘଟଣା, 5 ଗିରଫ

ବରଗଡ ସହରରେ ଗତ 26 ନଭେମ୍ବର ରାତିରେ ହୋଇଥିବା ହତ୍ୟାକାଣ୍ଡ ଘଟଣାରେ ସଫଳତା ମିଳିଛି ଟାଉନ ପୋଲିସକୁ । ଏହି ଘଟଣାରେ ବରଗଡ ଟାଉନ ପୋଲିସ 5 ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଧିକ ପଢନ୍ତୁ...

ବରଗଡ: ବରଗଡ ସହରରେ ଗତ 26 ନଭେମ୍ବର ରାତିରେ ହୋଇଥିବା ହତ୍ୟାକାଣ୍ଡ ଘଟଣାରେ ସଫଳତା ମିଳିଛି ଟାଉନ ପୋଲିସକୁ । ଏହି ଘଟଣାରେ ବରଗଡ ଟାଉନ ପୋଲିସ 5 ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ହତ୍ୟାକାଣ୍ଡ ଘଟାଇଥିବା ଏହି ଯୁବକମାନଙ୍କୁ ଜେରା କରାଯିବା ପରେ ସେମାନେ ନିଜେ ହତ୍ୟା କରିଥିବା ସ୍ଵୀକାର କରିଥିଲେ ।

ବରଗଡରେ ଯୁବକଙ୍କୁ ହତ୍ୟା ଘଟଣା, 5 ଗିରଫ

ତେବେ ହତ୍ୟାକାରୀମାନେ ରିତେଶଙ୍କୁ ବାଡି ଏବଂ ଛୁରୀରେ ଆକ୍ରମଣ କରି ହତ୍ୟାକରିଥିବା ବେଳେ ପୋଲିସ ଅଭିଯୁକ୍ତ ମାନଙ୍କ ଠାରୁ ହତ୍ୟାରେ ବ୍ୟବହାର ସାମଗ୍ରୀ ସବୁକୁ ଜବତ କରିଛି । ହତ୍ୟାକାଣ୍ଡରେ ବ୍ଯବହୃତ 3 ଗୋଟି ବାଇକକୁ ମଧ୍ୟ ପୋଲିସ ଜବତ କରିଛି ।

ଅଭିଯୁକ୍ତମାନେ ହେଲେ ବେହେରା ଟିକିରାର କୃଷ୍ଣ ମହାପାତ୍ର, ବରଗଡ ବରମଚାରୀର ଦୁଶମନ୍ତ ବାଗ, 8 ନମ୍ବର ୱାର୍ଡର ଅଭିଲାଷ ପତି ଓ ସଚିନ ମିଶ୍ର ଏବଂ ଅତାବିରା ଥାନା ଅନ୍ତର୍ଗତ ସରଣ୍ଡା ଗ୍ରାମର ତରସିଙ୍ଘ ପ୍ରଧାନ । ଅଭିଯୁକ୍ତ ମାନଙ୍କର ନାମରେ ଆଗରୁ ମଧ୍ୟ ଅପରାଧିକ ମାମଲା ରହିଥିବା ପୋଲିସ ସୂଚନା ଦେଇଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.