ETV Bharat / state

ବନ୍ଧୁ ମାରିଲା ବନ୍ଧୁକରୁ ଗୁଳି, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର

author img

By

Published : Oct 23, 2022, 12:16 PM IST

ବନ୍ଧୁ ମାରିଲା ବନ୍ଧୁକ ଗୁଳି, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର
ବନ୍ଧୁ ମାରିଲା ବନ୍ଧୁକ ଗୁଳି, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର

ସାଙ୍ଗକୁ ସାଙ୍ଗ ମାରିଲା ଗୁଳି । ଗୁରୁତର ଅବସ୍ଥାରେ କଟକ ମେଡିକାଲରେ ଭର୍ତ୍ତି । ବାଲେଶ୍ବରରେ ଘଟିଛି ଏହି ଘଟଣା । ଅଧିକ ପଢନ୍ତୁ

ବାଲେଶ୍ବର: ବାଲେଶ୍ବର ସହରରେ ଫୁଟିଲା ଗୁଳି । ବନ୍ଧୁର ଗୁଳି ମାଡରେ ବନ୍ଧୁ ଆହତ । ସହରରେ ବିଳମ୍ବିତ ରାତିରେ ଘଟିଛି ଗୁଳିକାଣ୍ଡ । ତେବେ ଆହତ ଜଣକ ହେଲେ ଆର୍ତ୍ତକବିରାଜ ରୋଡ଼ ଅଞ୍ଚଳର କମଳ ଦାସ । ସେପଟେ ଗୁଳି ମାରିଥିବା ବ୍ୟକ୍ତି ଜଣକ ହେଉଛନ୍ତି ସୁଜଳ ଚୌଧୁରୀ ବୋଲି ଜଣାପଡିଛି ।

ବନ୍ଧୁ ମାରିଲା ବନ୍ଧୁକ ଗୁଳି, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର

ସୂଚନା ଅନୁଯାୟୀ, ଉଭୟ କମଳ ଓ ସୁଜଳ ଦୁଇ ବନ୍ଧୁ ଅଟନ୍ତି । ସେମାନେ ଶନିବାର ଦିନ ଏକତ୍ର ଗୋଚିଏ ଗାଡିରେ ଦିନ ତମାମ ବୁଲିଥିଲେ । ଏନେଇ ବିଳମ୍ବିତ ରାତିରେ ସୁଜଳ କମଳଙ୍କୁ ଗୁଳି କରିଥିବା ଜଣାପଡ଼ିଥିଲା । ତାଙ୍କ ଆଖିରେ ଗୁଳି ବାଜିଥିଲା । ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକେ ତାଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚକିତ୍ସାଳୟରେ ଭର୍ତ୍ତି କରିଥିଲେ । ମାତ୍ର ସେଠାକାର ଡାକ୍ତର ତାଙ୍କୁ କଟକ ଏସସିବି ସ୍ଥାନାନ୍ତର କରିଛନ୍ତି । ତେବେ କେଉଁ କାରଣରୁ ଗୁଳିକାଣ୍ଡ ଘଟିଛି ତାହା ସ୍ପଷ୍ଟ ହୋଇପାରି ନ ଥିବା ବେଳେ ଟାଉନ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.