ETV Bharat / state

ଦିନ ମଜୁରିଆଙ୍କ ଭୋକ କଥା ବୁଝିଲେ ଛାତ୍ର ନେତା

author img

By

Published : May 11, 2021, 10:50 PM IST

The student leader give food to the needy in Balasore
ଦିନ ମଜୁରିଆଙ୍କ ଭୋକ କଥା ବୁଝିଲେ ଛାତ୍ର ନେତା

ଲକଡାଉନ ସମୟରେ ଅନେକ ଦିନ ମଜୁରିଆ କାମ ନ ପାଇ ଭୋକରେ ରହୁଥିବା ଦେଖିବାକୁ ମିଳୁଛି । ଏହାକୁ ଉପଲବ୍ଧି କରି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ବିଜୁ ଛାତ୍ର ଜନତା ଦଳର ସଭାପତି ଦିନ ମଜୁରିଆଙ୍କ ଭୋକ କଥା ବୁଝିଛନ୍ତି । ଅଧିକ ପଢନ୍ତୁ...

ବାଲେଶ୍ଵର: କୋରୋନା ସଂକ୍ରମଣ ରୋକିବା ପାଇଁ ଏବେ ସାରା ରାଜ୍ୟ ଲକଡାଉନ ହୋଇଛି । ଏହି ସମୟ ଭିତରେ ଅନେକ ଦିନ ମଜୁରିଆ କାମ ନ ପାଇ ଭୋକରେ ରହୁଥିବା ଦେଖିବାକୁ ମିଳୁଛି । ଏହାକୁ ଉପଲବ୍ଧି କରି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ବିଜୁ ଛାତ୍ର ଜନତା ଦଳର ସଭାପତି ମାନସ ଦାସ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ନିର୍ଦ୍ଦେଶରେ ଦିନ ମଜୁରିଆଙ୍କ ପେଟର ଭୋକ କଥା ବୁଝିଛନ୍ତି ।

ଦିନ ମଜୁରିଆଙ୍କ ଭୋକ କଥା ବୁଝିଲେ ଛାତ୍ର ନେତା

ମାନସ ନିଜସ୍ୱ ଖର୍ଚ୍ଚରେ କୁରୁଣ୍ଟା ପଞ୍ଚାୟତରେ ଥିବା ଦିନ ମଜୁରିଆମାନଙ୍କୁ ଶୁଖିଲା ଖାଦ୍ୟ ଯୋଗାଇଛନ୍ତି । ପ୍ରାୟ ୩ ଶହରୁ ଅଧିକ ଲୋକଙ୍କ ଘରକୁ ଯାଇ ଖାଦ୍ୟ ବଣ୍ଟନ କରାଯାଇଥିଲା ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.