ETV Bharat / state

ବିଦ୍ୟୁତ ଚୋରି ଉପରେ ତୀକ୍ଷ୍ଣ ନଜର ରଖିବ ଟାଟା ପାୱାର: ସିଇଓ

author img

By

Published : May 19, 2021, 12:28 PM IST

ନେସ୍କୋ ପରେ ପାଞ୍ଚଟି ଜିଲ୍ଲାର ଦାୟିତ୍ୱ ବହନ କରିଥିବା ଟାଟା ପାୱାର ଏବେ ବିଦ୍ୟୁତ ଚୋରି ଉପରେ ତୀକ୍ଷ୍ଣ ନଜର ରଖିବ । ବିଦ୍ୟୁତ୍ ଚୋରି କରୁଥିବା ଲୋକଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଟାଟା ପାଓ୍ବାରର ସିଇଓଙ୍କ ସୂଚନା । ଅଧିକ ପଢନ୍ତୁ...
ବିଦ୍ୟୁତ ଚୋରି ଉପରେ ତୀକ୍ଷ୍ଣ ନଜର ରଖିବ ଟାଟା ପାୱାର: ସିଇଓ
ବିଦ୍ୟୁତ ଚୋରି ଉପରେ ତୀକ୍ଷ୍ଣ ନଜର ରଖିବ ଟାଟା ପାୱାର: ସିଇଓ

ବାଲେଶ୍ବର: ନେସ୍କୋ ପରେ ପାଞ୍ଚଟି ଜିଲ୍ଲାର ଦାୟିତ୍ୱ ବହନ କରିଥିବା ଟାଟା ପାୱାର ଏବେ ବିଦ୍ୟୁତ ଚୋରି ଉପରେ ତୀକ୍ଷ୍ଣ ନଜର ରଖିବା ସହ କଡା ଆଭିମୁଖ୍ୟ ଗ୍ରହଣ କରିବ ବୋଲି ଚେତାବନୀ ଦେଇଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଟାଟା ପାୱାରର ସିଇଓ ଭାସ୍କର ସରକାର ସୂଚନା ଦେଇଛନ୍ତି ।

ବିଦ୍ୟୁତ ଚୋରି ଉପରେ ତୀକ୍ଷ୍ଣ ନଜର ରଖିବ ଟାଟା ପାୱାର: ସିଇଓ

ତେବେ ସେ କହିଛନ୍ତି ଯେ, ବାଲେଶ୍ଵର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, କେନ୍ଦୁଝର ଜିଲ୍ଲାରେ ବିଦ୍ୟୁତ ପରିବଣ୍ଟନ ଆଗାମୀ ଦିନମାନଙ୍କରେ ସୁବନ୍ଦୋବସ୍ତ କରାଯିବ । ମାତ୍ର ଏହାରି ଭିତରେ ଅନେକ ଉପଭୋକ୍ତା ବିଦ୍ୟୁତ ଚୋରି କରୁଥିବା ଘଟଣା ସାମ୍ନାକୁ ଆସିଛି । 5ଟି ଜିଲ୍ଲାର 20 ଲକ୍ଷ ଉପଭୋକ୍ତାଙ୍କ ମଧ୍ୟରୁ ପ୍ରାୟ 25 ପ୍ରତିଶତ ଲୋକ ବିଦ୍ୟୁତ ଚୋରି କରୁଥିବା ଜଣାପଡିଛି । ଯାହା ପାଇଁ ସୁବ୍ୟବସ୍ଥିତ ଢଙ୍ଗରେ ବିଦ୍ୟୁତ ପରିବଣ୍ଟନ କରାଯାଇ ପାରୁନାହିଁ । ଏଥିପାଇଁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । ଏହି ଟିମ ବିଦ୍ୟୁତ ଚୋରି କରୁଥିବା ଲୋକଙ୍କ ଉପରେ ନଜର ରଖିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ ମଧ୍ୟ କରିବ । ପ୍ରଥମ ପର୍ଯ୍ୟାୟରେ ବାଲେଶ୍ଵରର କଷାଫଳ, ଯାଜପୁର ଓ କେନ୍ଦୁଝରର ଆନନ୍ଦପୁର ଆଦି ଅଞ୍ଚଳରେ ଟିମ ଚଢ଼ାଉ କରି ବିଦ୍ୟୁତ ଚୋରି ରୋକିବାରେ ସଫଳ ହୋଇଛି । ଆଗାମୀ ଦିନରେ ଆଉଟ ସୋରସିଂ ଜରିଆରେ ପିଲାମାନଙ୍କୁ ନିଯୁକ୍ତି ଦିଆଯାଇ ଉପଭୋକ୍ତାଙ୍କ ମିଟର ରିଡିଙ୍ଗ ଠାରୁ ଆରମ୍ଭ କରି ବୈଦ୍ୟୁତିକ ଅସୁବିଧା ସଜାଡ଼ିବା ଓ ଚୋରି ରୋକିବା ପାଇଁ କାର୍ଯ୍ୟ କରାଯିବ ବୋଲି ସେ କହିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ଯୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.