ETV Bharat / state

୬ ମାସରେ ଟାଟା ପାୱାର ସେବାରେ ବ୍ୟତିକ୍ରମ, ବର୍ଷେ ପାଇଁ ହୋଇଛି ପ୍ଲାନ

author img

By

Published : Nov 4, 2021, 8:01 PM IST

୬ ମାସରେ ଟାଟା ପାୱାର ସେବାରେ ବ୍ୟତିକ୍ରମ, ବର୍ଷେ ପାଇଁ ହୋଇଛି ପ୍ଲାନ
୬ ମାସରେ ଟାଟା ପାୱାର ସେବାରେ ବ୍ୟତିକ୍ରମ, ବର୍ଷେ ପାଇଁ ହୋଇଛି ପ୍ଲାନ

ସେବା ଯୋଗାଇବାରେ ବିଫଳ ଟାଟା ପାଓ୍ବାର । ଉପଭୋକ୍ତାଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ । ଅଧିକ ପଢନ୍ତୁ...

ବାଲେଶ୍ଵର : ସେବା ଯୋଗାଇବାରେ ବିଫଳ ଟାଟା ପାଓ୍ବାର । ବାଲେଶ୍ଵରରେ ଟାଟା ପାୱାର ଦାୟିତ୍ୱ ନେବା ଦିନଠୁ ହିଁ ସେବା ଯୋଗାଇବାରେ ବିଫଳ ହେଉଥିବା ଅଭିଯୋଗ ହୋଇଆସୁଛି। ବିଦ୍ୟୁତ ସେବା ହେଉ କି କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି କଥା, ସବୁଥିରେ ବିଫଳ ହୋଇଛି ଟାଟା ପାଓ୍ବାର ବୋଲି ଅଭିଯୋଗ ହୋଇଛି । ଏହାରି ଭିତରେ ଟାଟା ପାୱାର ଦାୟିତ୍ୱ ନେବାର ୬ ମାସ ବିତିଯାଇଛି ।

୬ ମାସରେ ଟାଟା ପାୱାର ସେବାରେ ବ୍ୟତିକ୍ରମ, ବର୍ଷେ ପାଇଁ ହୋଇଛି ପ୍ଲାନ

ଏହି ସମୟ ମଧ୍ୟରେ କମ୍ପାନୀ ପକ୍ଷରୁ ଆଗାମୀ ଏକ ବର୍ଷ ମଧ୍ୟରେ ୩୦୦ କୋଟି ଟଙ୍କା ଖର୍ଚ୍ଚ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହାସହ 230 ଗ୍ରୀଡ଼ର କଣ୍ଟ୍ରୋଲ ରୁମ ବାଲେଶ୍ଵରରେ ରଖି ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା କରିବା ପାଇଁ ନିଷ୍ପତ୍ତି ହୋଇଛି। ତେବେ ସାଧାରଣ ଲୋକ ବିଦ୍ୟୁତ ସମସ୍ୟା ତଥା ବିଲ ଠିକ ସମୟରେ ପାଉ ନଥିବା ଅଭିଯୋଗ ହୋଇଛି । ଆଗାମୀ ଦିନରେ ଟାଟା ପାୱାର କେମିତି ସେବା ଯୋଗାଉଛି ତାହା ଦେଖିବାକୁ ବାକି ରହିଲା।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.